Pregnancy after 35 age: ୩୫ ବର୍ଷ ବୟସ ପରେ ଗର୍ଭବତୀ ହେବା କେତେ ସୁରକ୍ଷିତ ? ଜାଣନ୍ତୁ ବିଶେଷଜ୍ଞଙ୍କ କଣ ରହିଛି ପରାମର୍ଶ
ନୂଆଦିଲ୍ଲୀ : ଆଜିକାଲି ନିଜର କ୍ୟାରିୟର ଓ ବିଭିନ୍ନ ଦାୟିତ୍ୱ ଯୋଗୁଁ, ମହିଳାମାନେ ୩୦ ବର୍ଷ ବୟସ ପରେ ଗର୍ଭଧାରଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଅନେକ ରିସର୍ଚ୍ଚକୁ ଜଣାପଡ଼ିଛି ଯେ, ୩୦ ବର୍ଷ ବୟସ ପୂର୍ବରୁ ଗର୍ଭଧାରଣ କରିବା ଭଲ। ଯେତେବେଳେ ୩୫ ବର୍ଷ ପରେ ଏହି ନିଷ୍ପତ୍ତି ନିଆଯାଏ ସେତେବେଳେ ଏଥିରେ ମୁସ୍କିଲ ବଢି ଯାଏ। ମହିଳାମାନେ ପ୍ରାୟତଃ ଭାବନ୍ତି ଯେ ୩୫ ବର୍ଷ ବୟସ ପରେ ଗର୍ଭଧାରଣ କରିବା ନିରାପଦ କି ? ଏହା ମା' କିମ୍ବା ଶିଶୁ ପାଇଁ ସୁରକ୍ଷିତ କି ? ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ, ଯଦି ଜଣେ ମହିଳା ଏହି ବୟସରେ ଶିଶୁ ଜନ୍ମ କରିବାକୁ ଯୋଜନା କରୁଛନ୍ତି, ତେବେ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ୩୫ ବର୍ଷ ବୟସରେ ଗର୍ଭଧାରଣ ନିଶ୍ଚିତ ଭାବରେ ସମ୍ଭବ, ହେଲେ ଏହି ବୟସରେ ଏହାକୁ ଆଡଭାନ୍ସ ମ୍ୟାଟରନାଲ ଏଜ୍ କୁହାଯାଏ।
ଏହି ବୟସରେ ଗର୍ଭଧାରଣ ଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ, ସମୟ ପୂର୍ବରୁ ପ୍ରସବ ଏବଂ ଗର୍ଭପାତ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଏ। ଏହା ନିରାପଦ କି ନାହିଁ ଏବଂ କେଉଁ ନିର୍ଦ୍ଦିଷ୍ଟ ସତର୍କତା ଗ୍ରହଣ କରାଯିବା ଉଚିତ ତାହା ବିଶେଷଜ୍ଞ କହିଛନ୍ତି।
ଡାକ୍ତର ପ୍ରଜ୍ଞା କଂସଲ ( କୈଳାସ ଦୀପକ ହସ୍ପିଟାଲର ପରାମର୍ଶଦାତା ଗର୍ଭାବସ୍ଥା ବିଶେଷଜ୍ଞ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ)ଙ୍କ ଅନୁସାରେ, ଅନେକ ମହିଳା ୩୫ ବର୍ଷ ବୟସ ପରେ ଗର୍ଭଧାରଣ ଯୋଜନା କରିବା ନିରାପଦ କି ନାହିଁ ତାହା ଭାବନ୍ତି। ବିଶେଷଜ୍ଞଙ୍କ ମୁତାବିକ - ଏହା ପ୍ରକୃତରେ ସମ୍ପୂର୍ଣ୍ଣ ନିରାପଦ ହୋଇପାରେ । ଏହି ବୟସ ମହିଳାଙ୍କର ଆଜି ମଧ୍ୟ ସୁସ୍ଥ ଗର୍ଭଧାରଣ ହୋଇଥାଏ ଏବଂ ସେମାନେ ସୁସ୍ଥ ଶିଶୁ ଜନ୍ମ ଦିଅନ୍ତି। ହେଲେ ୩୫ ବର୍ଷ ପରେ ଗର୍ଭଧାରଣକୁ ଆମେ ଖୁବ୍ ଧ୍ୟାନର ସହ ମନିଟର କରି ଥାଉ। ଏହାର ଅର୍ଥ ଏହା ନୁହେଁ କି କୌଣସି ସମସ୍ୟା ନିଶ୍ଚୟ ହେବ। ବରଂ, ଏହାର ଅର୍ଥ ହେଉଛି ଯେ ମା ଏବଂ ଶିଶୁ ଉଭୟଙ୍କ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଅଧିକ ଧ୍ୟାନ ରଖାଯାଏ।
ଆଉ ଗୋଟେ କଥା ଆପଣଙ୍କୁ ଜାଣିବା ଉଚିତ ଯେ, ବୟସ ବୃଦ୍ଧି ସହ ଗର୍ଭଧାରଣର ସମ୍ଭାବନା ଧୀରେ ଧୀରେ ହ୍ରାସ ପାଏ। ଏଥିପାଇଁ, ଅନେକ ସମୟରେ ଗର୍ଭଧାରଣ ପାଇଁ କିଛି ମାତ୍ରାରେ ସମୟ ଲାଗିପାରେ। ଏହାବ୍ୟତୀତ ପ୍ରେଗେନ୍ସି ବେଳେ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ହେବାର ଆଶଙ୍କା ବଢି ଯାଏ। ପୂର୍ବ ତୁଳନାରେ ଗର୍ଭପାତ, ସମୟ ପୂର୍ବରୁ ପ୍ରସବ କିମ୍ବା ଶିଶୁର ଜେନେଟିକ୍ ସମସ୍ୟାର ଆଶଙ୍କା ମଧ୍ୟ କିଛିଟା ଅଧିକ ହୋଇପାରେ।
ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଜରୁରୀ- ସର୍ବଦା ଗର୍ଭଧାରଣ ପାଇଁ ପୂର୍ବରୁ ଯୋଜନା କରିବାକୁ ପରାମର୍ଶ ଦିଆଯାଇ ଥାଏ। ଯେତେବେଳେ ବି ଆପଣ ବେବି ପ୍ଲାନିଂ କରୁଛନ୍ତି ତ, ସେତେବେଳେ ନିଶ୍ଚିତ ଭାବରେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ପ୍ରଥମେ ଗର୍ଭଧାରଣ ପୂର୍ବରୁ ଯାଞ୍ଚ କରାନ୍ତୁ। ଏଥିରେ ଆପଣଙ୍କର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ, ଆପଣ ନେଉଥିବା ଔଷଧ ଏବଂ ଆପଣଙ୍କର ଭାକସିନର ସ୍ଥିତି ଏବଂ ଆପଣଙ୍କର ଯଦି ମଧୁମେହ କିମ୍ବା ଥାଇରଏଡ୍ ଭଳି କୌଣସି ସମସ୍ୟା ଅଛି , ତ ତାକୁ ମଧ୍ୟ ଯାଞ୍ଚ କରାଯାଏ, ଯାହାକି ସବୁ ପୂର୍ବରୁ ଯେମିତି ନିୟନ୍ତ୍ରଣରେ ରହି ପାରିବ।
ଏହି ଔଷଧ ଖାଇବାକୁ ଭୁଲନ୍ତୁ ନାହିଁ- ଗର୍ଭଧାରଣ କରିବାକୁ ଚେଷ୍ଟା କରିବା ପୂର୍ବରୁ ମଧ୍ୟ ଫୋଲିକ୍ ଏସିଡ୍ ଖାଇବା ଆରମ୍ଭ କରନ୍ତୁ। ଏହା ଶିଶୁ ଠାରେ କିଛି ଜନ୍ମଗତ ତ୍ରୁଟିର ଆଶଙ୍କା ହ୍ରାସ କରେ। ସୁସ୍ଥ ଖାଦ୍ୟ ଖାଇବା ସହ ପ୍ରତିଦିନ ଆକ୍ଟିଭ୍ ରୁହନ୍ତୁ, ନିଜର ଓଜନକୁ ସଠିକ୍ ରଖନ୍ତୁ। ସିଗାରେଟ୍ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ।
ସଠିକ୍ ପ୍ଲାନିଂ କରିବା ସହ ନିୟମିତ ଡାକ୍ତରୀ ଚେକଅପ୍ କରାନ୍ତୁ। ଅଧିକାଂଶ ମହିଳାଙ୍କର ୩୫ ବର୍ଷ ବୟସ ପରେ ମଧ୍ୟ ଏକ ସୁରକ୍ଷିତ ଗର୍ଭଧାରଣ ହୋଇଥାଏ ଏବଂ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥାନ୍ତି।
ଆହୁରି ମଧ୍ୟ ପଢନ୍ତୁ : ବାରମ୍ୱାର କାହିଁକି ମୁଣ୍ଡ ବୁଲାଇ ଥାଏ, ଶରୀରରେ କେଉଁ ଭିଟାମିନ ଅଭାବର ସଙ୍କେତ କି ?