02 AUGUST 2026

Welcome!

Unlock your personalized experience.
Sign Up

କାଠଯୋଡି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ନାବାଳକ, ଜଣେ ମୃତ

Aug 02, 2026 - 20:05
କାଠଯୋଡି ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ନାବାଳକ, ଜଣେ ମୃତ

କଟକ ୨।୮: କଟକ ସଦର ଥାନା ଅଧୀନ ଶ୍ରୀକୋରୁଆଁ ଅଞ୍ଚଳରେ ଦୁଃଖଦ ଅଘଟଣ ଘଟିଛି । କାଠଯୋଡ଼ି ନଦୀରେ ଗାଧୋଉଥିବା ବେଳେ  ୨ ନାବାଳକ ଭାସିଗଲେ ।  ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି।

କାଠଯୋଡିକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ୨ ଜଣ ନାବାଳକ ବୁଡିଯାଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ନାବାଳକଙ୍କୁ ତୁରନ୍ତ  ଜୀବିତ ଉଦ୍ଧାର କରାଯାଇଥିଲା। ତେବେ  ଅନ୍ୟ ଜଣେ ନାବାଳକର  ମୃତ୍ୟୁ ଘଟିଛି ।ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ନଦୀରେ ଗାଧୋଇବା ବେଳେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

​​​​​​​ଆହୁରି ପଢନ୍ତୁ : ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ , କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା - ବିହାର

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।