‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

Aug 02, 2026 - 20:04
‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲା।

ଏହି ସମୟରେ ପପୁ ଯାଦବ ଅଭିଯୋଗ କରିଛନ୍ତି ଯେ, ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଛୁରି ଧରି ଭିଡ଼ ଭିତରକୁ ପଶିଥିଲେ। ପ୍ରଥମେ ତାଙ୍କ ଉପରକୁ ଜୋତା ଫିଙ୍ଗାଯାଇଥିଲା ଏବଂ ପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ଘଟଣା ପରେ ପପୁ ଯାଦବଙ୍କ ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରି ପିଟିଥିଲେ ଏବଂ ପରେ ପୋଲିସକୁ ଜିମା ଦେଇଥିଲେ ।

ଆକ୍ରମଣ ପରେ ପପୁ ଯାଦବ କହିଥିଲେ, “ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏହା ପୂର୍ବରୁ ମୁଁ ଏନେଇ ଅନେକ FIR ଦାଖଲ କରିଛି। ମୁଁ ଭୟଭୀତ ହେବି ନାହିଁ। ଯଦି କେହି ମୋତେ ମାରିବାକୁ ଚାହୁଁଛନ୍ତି, ତେବେ ସାମ୍ନାକୁ ଆସନ୍ତୁ।” ସେ ଆହୁରି କହିଥିଲେ ଯେ, “ଆମେ ଆକ୍ରମଣକାରୀଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛୁ। ମୋତେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା, କିନ୍ତୁ ମୁଁ ରକ୍ଷା ପାଇଗଲି।” ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ଏକ ଛୁରି ମଧ୍ୟ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।