ପଞ୍ଜାବ କିଙ୍ଗ୍ସର ଷ୍ଟାର୍ ଶଶାଙ୍କ ଅଚାନକ ଛାଡ଼ିଲେ ନିଜ ଟିମ୍, ଜାଣନ୍ତୁ କାରଣ…
ମୁମ୍ବାଇ,୨/୮ : ଇଣ୍ଡିଆନ ପ୍ରିମିୟର ଲିଗରେ ପଞ୍ଜାବ କିଙ୍ଗ୍ସର ଷ୍ଟାର ବ୍ୟାଟର ଶଶାଙ୍କ ସିଂହ ନିଜ ଘରୋଇ କ୍ରିକେଟ ଟିମ୍ ଛତିଶଗଡ଼ର ହାତ ଛାଡ଼ିଛନ୍ତି । ଶଶାଙ୍କ ୨୦୧୯ରୁ ହିଁ ଘରୋଇ କ୍ରିକେଟରେ ଛତିଶଗଡ଼ ଲାଗି ଖେଳୁଥିଲେ । କିନ୍ତୁ ଏବେ ସେ ପଣ୍ଡିଚେରୀରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ଶଶାଙ୍କ ନିଜେ କହିଛନ୍ତି କି ସେ ଆଗାମୀ ସିଜନରୁ ପଣ୍ଡିଚେରୀ ଲାଗି ଖେଳିବେ ।
ଶଶାଙ୍କ ସିଂହଙ୍କ ବ୍ୟତୀତ ମୁମ୍ବାଇର ଓ୍ବିକେଟକିପର ବ୍ୟାଟର ପ୍ରସାଦ ପାଓ୍ବାର ବି ପଣ୍ଡିଚେରୀରେ ଯିବାକୁ ନିର୍ଣ୍ଣୟ କରିଛନ୍ତି । କ୍ରିକେଟ ଆସୋସିଏଶନ ଅଫ ପଣ୍ଡିଚେରୀର ପୂର୍ବତନ ଅଧ୍ୟକ୍ଷ ପି ଦାମେରନ କହିଛନ୍ତି କି, ସେ ଖୁବଶୀଘ୍ର ତୃତୀୟ ଗେଷ୍ଟ ପ୍ଲେୟାର ନାମରେ ମୋହର ଲଗାଇବେ ।
ଶଶାଙ୍କ ସିଂହ କହିଛନ୍ତି କି, ସେ ଛତିଶଗଡ଼ ଟିମର ହାତ ଛାଡ଼ି ଦେଇଛନ୍ତି । ଏଥିଲାଗି ସେ ଛତିଶଗଡ଼ ଷ୍ଟେଟ କ୍ରିକେଟ ସଂଘରୁ ଏନଓସି ବି ନେଇ ସାରିଛନ୍ତି । ସେ ୨୦୨୬-୨୭ଘରୋଇ ସିଜନରୁ ପଣ୍ଡିଚେରି ଲାଗି ଖେଳିବେ । ପଞ୍ଜାବ କିଙ୍ଗ୍ସର ଏହି ଷ୍ଟାର ବ୍ୟାଟର ନୂଆ CSCS ଉପରେ ଅଭିଯୋଗ ଲଗାଇ କହିଛନ୍ତି କି ପୂର୍ବ ସିଜନରେ ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଥିଲା । କିନ୍ତୁ ଛତିଶଗଡ଼ ଷ୍ଟେଟ୍ କ୍ରିକେଟ ସଂଘ ତାଙ୍କ ସାଥ୍ ଦେଇନଥିଲା । ଶଶାଙ୍କ ବଡ଼ ଖୁଲାସା କରି କହିଛନ୍ତି କି, ତାଙ୍କର ଟିମରେ ଚୟନ ପର୍ଯ୍ୟନ୍ତ କରାଯାଇନଥିଲା ଏବଂ ତାଙ୍କୁ କୌଣସି ସପୋର୍ଟ ମିଳିନଥିଲା । ସେ କହିଛନ୍ତି, ମୋ ନାମ ଛତିଶଗଡ଼ ପ୍ରିମିୟର ଲିଗର ପ୍ଲେୟର୍ସ ଲିଷ୍ଟରେ ରଖାଯାଇନଥିଲା ଏବଂ ନା ବେଙ୍ଗାଲୁରୁରେ ହେବାକୁ ଥିବା ଏକ ପ୍ରି-ସିଜନ କ୍ୟାମ୍ପ ଲାଗି ତାଙ୍କୁ ସ୍କ୍ବାର୍ଡ଼ରେ ସାମିଲ କରାଯାଇଥିଲା । ମୁଁ ଯେତେବେଳେ ଏହାର କାରଣ ପଚାରିଲି ତ ମୋତେ କୌଣସି ଉତ୍ତର ମିଳିନଥିଲା ।
ଗତ ଘରୋଇ ସିଜନର କଥା କହିଲେ ଶଶାଙ୍କ ସିଂହ ବିଜୟ ହଜାରେ ଟ୍ରଫିରେ ୭ମ୍ୟାଚ୍ ଖେଳି ୪୫୦ରନ୍ କରିଥିଲେ ଏବଂ ୭ ଓ୍ବିକେଟ ବି ନେଇଥିଲେ । ଏହା ବ୍ୟତୀତ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୭ମ୍ୟାଚ ଖେଳି ୧୮୮ରନ୍ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।