କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା : ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର,୫।୮ : ବାଲିଅନ୍ତା କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବର SDJM କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି। ୭୬୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୧୧ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ। । ୯ ଜଣ ଅଭିଯୁକ୍ତଙ୍କୁ ଚାର୍ଜସିଟରୁ ବାଦ ଦେଇଛି କ୍ରାଇମବ୍ରାଞ୍ଚ । ଏବେ ସୁଧା କିଛି ଅଭିଯୁକ୍ତ ଫେରାର ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ ଗତ ମେ’୭ରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସୌମ୍ୟଙ୍କୁ ପିଟିପିଟି ଲୋକେ ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପ୍ରଥମେ ପୁଲିସ କରିଥିଲା। ପରବର୍ତ୍ତି ସମୟରେ ଏହି ମାମଲାର ତଦନ୍ତ ଦାୟିତ୍ବ ନେଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଥିଲା। ଏପରିକି ଏହି ଘଟଣାର ତଦନ୍ତଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ମଧ୍ୟ ତଦନ୍ତ କରାଯାଉଛି ।
ଆହୁରି ପଢନ୍ତୁ : ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।