କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍ରେ ପକାଯାଉଛି ମଶାତେଲ
କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏ୍ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍ରେ ମଶାତେଲ ପକାଯାଉଛି। ବର୍ଷାଋତୁରେ ଏହି ସହରରେ ଥିବା ୧୧ ନମ୍ବର ଓ୍ବାର୍ଡରେ ଡେଙ୍ଗୁ ରୋଗ ରପ୍ରାଦୁର୍ଭା ବେଶୀ ହୋଇ ଥାଏ। ଏହି ଓ୍ବାର୍ଡରେ ଗତ ୨୦୧୧ରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ୧୧ଜଣ ମୃତ୍ୟୁବରଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍ଏ୍ସି ଅଧ୍ୟକ୍ଷ ନୃପରାଜ ଯାଦବ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରିଙ୍କ ଉଦ୍ୟମରେ ସହରର ପ୍ରତ୍ୟେକ ଡ୍ରେନ୍ରେ ମଶାମରା ତେଲ ପ୍ରୟୋଗ କରାଯାଉଥିବା ଜଣାପଡିଛି। ବର୍ଷାଋତୁରେ ଏହି ସହରରେ ମଶା ଓ ଡେଙ୍ଗୁର ପ୍ରାଦୁର୍ଭାବ ଦେଖାଦେଇଥାଏ। ତେଣୁ ଆଗୁଆ ପଦକ୍ଷେପ ନିଆଯାଉଛି।
Dharitri –Odisha’s No.1 Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।