15 JUNE 2026

Welcome!

Unlock your personalized experience.
Sign Up

ଇବ୍ ନଦୀରେ  ଅଘଟଣ : ବୁଡିଯାଇ ୨ ଯୁବକଙ୍କ ମୃତ୍ୟୁ

Jun 14, 2026 - 22:46
ଇବ୍ ନଦୀରେ  ଅଘଟଣ : ବୁଡିଯାଇ ୨ ଯୁବକଙ୍କ ମୃତ୍ୟୁ

​​​​​​​ଝାରସୁଗୁଡା, ୧୪।୬ : ଇବ୍ ନଦୀରେ ଅଘଟଣ। ଗାଧୋଇବା ବେଳେ ବୁଡିଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ  ପଙ୍କଜ ସାହୁ (୨୧) ଓ ଅଭିରାମ ସାହୁ (୧୬)।

ପଙ୍କଜ ସାହୁ ଅଭିରାମ ସାହୁ ନିଜ ସାଙ୍ଗମାନଙ୍କ ସହ ଇବ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ଉଭୟ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସାଙ୍ଗମାନେ ଘଟଣା ଦେଖି ତୁରନ୍ତ ପାଣି ଭିତରକୁ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ ।  ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଠିକ୍ ସମୟରେ ଚିକିତ୍ସା ମିଳିନଥିଲା ଏବଂ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଉଭୟ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାର ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢନ୍ତୁ : ହୃଦୟବିଦାରକ : ମା’ଙ୍କୁ ହାଣି ହତ୍ୟା କଲା ପୁଅ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।