15 JUNE 2026

Welcome!

Unlock your personalized experience.
Sign Up

‘ଗଦ୍ଦର ୩’ର ପ୍ଲାନିଂ ଆରମ୍ଭ ? ୨୫ବର୍ଷ ପୂରା ହେବା ପୂର୍ବରୁ ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍

Jun 14, 2026 - 22:45
‘ଗଦ୍ଦର ୩’ର ପ୍ଲାନିଂ ଆରମ୍ଭ ? ୨୫ବର୍ଷ ପୂରା ହେବା ପୂର୍ବରୁ ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍

ମୁମ୍ବାଇ,୧୪/୬ : ସନି ଦେଓଲଙ୍କ ଓ୍ବାର ଡ୍ରାମା ଫିଲ୍ମ ‘ଗଦ୍ଦର : ଏକ ପ୍ରେମ କଥା’ ୧୫ଜୁନ ୨୦୦୧ରେଫିଲ୍ମ ହଲରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ନିର୍ମାଣ କରିବା ସମୟରେ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କୁ ଏହି କଥାର ଅନ୍ଦାଜ ହୋଇଯାଇଥିଲା କି ଏହା ଏକ ବଡ଼ ହିଟ୍ ସାବ୍ୟସ୍ତ ହେବ । ସେହିଭଳି ଏହି ଫ୍ରାଞ୍ଚାଇଜର ଆଉ ଏକ ସଫଳ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଧମାଲ ମଚାଇ ଦେଇଥିଲା । ଯାହାର କାହାଣୀ ଆଜି ବି ଲୋକଙ୍କ ହୃଦୟରେ ରହିଛି ।

ଏହି ଫିଲ୍ମରେ ସନୀ ଦେଓଲଙ୍କ ସହ ଅଭିନେତ୍ରୀ ଅମୀଷା ପଟେଲ, ଅମରେଶ ପୁରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେହିଭଳି ଫିଲ୍ମର ୨୫ବର୍ଷ ପୂରା ହେବା ଖୁସି ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଅନୀଲ ଶର୍ମା ଗଦ୍ଦର ୩କୁ ନେଇ ଏକ ବଡ଼ ହିଣ୍ଟ୍ ଦେଇଛନ୍ତି ।

‘ଗଦ୍ଦର : ଏକ ପ୍ରେମ କଥା’ର ୨୫ବର୍ଷ ପୂରା ହେବା ଖୁସି ଜାହିର କରିବାକୁ ଯାଇ ନିର୍ଦ୍ଦେଶକ ଅନୀଲ ଶର୍ମା କହିଛନ୍ତି କି ଯେଉଁ ଦିନ ଫିଲ୍ମର ରାଇଟର ଶକ୍ତିମାନ ତଲଓ୍ବାର ତାଙ୍କୁ କାହାଣୀ ଶୁଣାଇଥିଲେ ସେହିଦିନରୁ ସେ ଜାଣିଥିଲେ କି ଫିଲ୍ମ ଭାରତର ସବୁଠାରୁ ବଡ଼ ହିଟ୍ ହେବାକୁ ଅଛି ଏବଂ ଏହା ବି ହେଲା । ସେ କହିଥିଲେ କି ମଦର ଇଣ୍ଡିଆ(୧୯୫୭), ମୁଗଲ ଏ ଆଜମ(୧୯୬୦) ଏବଂ ଶୋଲେ (୧୯୭୫) ତାଙ୍କ ପସନ୍ଦିତା ଫିଲ୍ମ ଅଟେ ଏବଂ ସେ ଏହି ଲେବୁଲରେ ଗଦ୍ଦରକୁ ନିର୍ମାଣ କରିବାକୁ ପ୍ରୟାସ କରିଥିଲେ ଏବଂ ସେହିଭଳି ସେ କରି ଦେଖାଇଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।