15 JUNE 2026

Welcome!

Unlock your personalized experience.
Sign Up

ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ କଲେ ଦ୍ୱିତୀୟ ବିବାହ, ସେୟାର କଲେ ପତ୍ନୀଙ୍କ ସହ ଫଟୋ

Jun 14, 2026 - 22:46
ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ କଲେ ଦ୍ୱିତୀୟ ବିବାହ, ସେୟାର କଲେ ପତ୍ନୀଙ୍କ ସହ ଫଟୋ

ମୁମ୍ୱାଇ : ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ ମୋହସିନ ଅଖତର କଲେ ଦ୍ୱିତୀୟ ବିବାହ। ସେ ଉର୍ମିଳାଙ୍କୁ ତଲାକ ଦେବାର ଦୁଇ ବର୍ଷ ପରେ କଲେ ନିକାହ (ବିବାହ)। ଏହି ନବବଧୂଙ୍କ ନାଁ ନିଧା ଭଟ୍ଟ। ମହସିନ ଅଖତର ନିଧାଙ୍କ ସହ ନିକାହର ଖୁବ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏକ ଭାବପ୍ରବଣର ନୋଟ୍ ମଧ୍ୟ ଲେଖିଛନ୍ତି। ମୋହସିନ ଅଖତରଙ୍କୁ ଜୀବନରେ ପୁନର୍ବାର ଭଲପାଇବା ମିଳିଛି ଏବଂ ଏହାକୁ ସେ ଖୁସି ବ୍ୟକ୍ତି କରି ଏକ ଦୀର୍ଘ ପୋଷ୍ଟ ଲେଖିଛନ୍ତି। ଏଥିରେ ସେ ଆଲ୍ଲାଙ୍କ ସହ ପତ୍ନୀ ନିଧା ଭଟ୍ଟଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଫଟୋ ସହ ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ପତି ଲେଖିଛନ୍ତି - 'ସ୍ୱଚ୍ଛ ଉଦ୍ଦେଶ୍ୟ, ପ୍ରକୃତ ପ୍ରେମ, ଧୈର୍ଯ୍ୟ ଏବଂ କୃତଜ୍ଞତାରେ ପୂର୍ଣ୍ଣ ହୃଦୟ।' ତୁମର ଆତ୍ମାକୁ ପବିତ୍ର ରଖ, ଆଗକୁ ବଢ଼ିବା ସହିତ ନିଜକୁ ସୁସ୍ଥ କର, ଏବଂ ବିଶ୍ୱାସ କର ଯେ ଆଲ୍ଲାଙ୍କ ଲେଖା ଭାଗ୍ୟ ସର୍ବଦା ଭଲ ପାଇଁ। ଠିକ୍ ସମୟରେ, ଆଲ୍ଲା ମୋତେ ମୋର ପ୍ରିୟ ପତ୍ନୀ ନିଧା ରୂପରେ ସତ୍ୟର ଉପହାର ଦେଇଛନ୍ତି। ତୁମେ ମୋ ଜୀବନରେ ଆଲୋକ ଆଣିଛ। ତେଣୁ ଧନ୍ୟବାଦ, ମୋ ପ୍ରେମ। ମୋହସିନ୍ ପୋଷ୍ଟରେ ଆହୁରି ଲେଖିଛନ୍ତି, " ମୌଜୀ, ଏହି ଦୁନିଆରେ ମୋର ଯତ୍ନ ନେବା ପାଇଁ ଧନ୍ୟବାଦ। ମୁଁ ଜାଣିଛି ଯେ, ଏହା ତୁମର ପ୍ରାର୍ଥନା ଏବଂ ମୋ ପ୍ରତି ତୁମର ପ୍ରେମର ଫଳ ସ୍ୱରୂପ ଏହି ରୂପରେ ମିଳିଛି। ଆଜି, ମୁଁ ଜାଣି ପାରୁଛି ତୁମକୁ ଆହୁରି ଶାନ୍ତି ମିଳୁଛି। ମୁଁ ତୁମକୁ ଏତେ ମନେପକାଇଛି ଯେ ଏହା ଭାବି ପାରିବି ନାହିଁ। ମୁଁ ତୁମକୁ ବହୁତ ଭଲ ପାଏ। ମୋତେ ତୁମର ପ୍ରାର୍ଥନାରେ ମନେପକାଇବ

ମୋହସିନ ଅଖତର ଏବଂ ଉର୍ମିଲା ମାତୋଣ୍ଡକରଙ୍କ କଥା ଯଦି କହିବା ତ, ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ। ମୋହସିନ ପେଶାରେ ଜଣେ କାଶ୍ମୀରୀ ବ୍ୟବସାୟୀ ଏବଂ ମଡେଲ। ସେ ଉର୍ମିଲାଙ୍କ ଠାରୁ ବୟସରେ ୯-୧୦ ବର୍ଷ ସାନ ଥିଲେ, ଏଥିପାଇଁ ସେମାନଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ରହିଥିଲା। ଏମିତି ଦାବି କରାଯାଇ ଥିଲା ଯେ, ଉର୍ମିଲା ମାତୋଣ୍ଡକର ମୋହସିନଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରି ଥିଲେ। ହେଲେ, ମୋହସିନ ବୁମ୍ ଲାଇଭ୍ ଡଟ୍ ଇନ୍ ସହ ଏକ ସାକ୍ଷାତକାରରେ ଏହାକୁ ଅସ୍ୱୀକାର କରି କହିଥିଲେ, "ମୋ ସ୍ତ୍ରୀ ଇସଲାମ ଧର୍ମ ଗ୍ରହଣ କରି ନଥିଲେ। ନିର୍ବାଚନ ପୂର୍ବରୁ ଏପରି ଦାବିକୁ ଅତିରଞ୍ଜିତ କରିବା ସାଧାରଣ କଥା, ଏବଂ ଆମେ ଏଥିରେ ଆଦୌ ଚିନ୍ତିତ ହେଉନାହୁଁ।

ଏହାସହ ମଧ୍ୟ ପଢନ୍ତୁ : Rahul Roy : ଗୋଟିଏ ଦିନରେ ୪୭ଟି ଫିଲ୍ମ ସାଇନ୍ କରି ଥିଲେ ଏହି ଅଭିନେତା , ପ୍ରଥମ ଫିଲ୍ମ ୬ ମାସ ଯାଏ ଥିଲା ହାଉସଫୁଲ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।