ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

Aug 03, 2026 - 20:41
ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଏ ନେଇ ଆଇସିସି ଆଣ୍ଟି-କରପସନ ଟ୍ରିବ୍ୟୁନାଲ ପକ୍ଷରୁ ସୋମବାର କୁହାଯାଇଛି। ଏହି ବାସନ୍ଦାଦେଶ ସମୟସୀମା ଗତବର୍ଷ ନଭେମ୍ବରରୁ ଆରମ୍ଭ ହେବ। ଗତବର୍ଷ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଆବୁ ଧାବି ଟି୧୦ ଲିଗ୍‌ ବେଳେ ଏହି ମ୍ୟାଚ୍‌ ଫିକ୍ସିଂ ଘଟଣା ଘଟିଥିଲା।

ଏହି ଲିଗ୍‌ ପାଇଁ ଇସିବି ପକ୍ଷରୁ ଆଇସିସିକୁ ସ୍ବୀକୃତିପ୍ରାପ୍ତ ଆଣ୍ଟି-କରପସନ ଅଧିକାରୀ (ଡିଏସିଓ) ନିଯୁକ୍ତ କରାଯାଇଥିଲା। ମ୍ୟାଚ୍‌ରେ ଫିକ୍ସିଂ ଓ ଫଳାଫଳରେ ପରିବର୍ତ୍ତନ କରିବାକୁ ଉଦ୍ୟମ, ଅନ୍ୟ ଖେଳାଳିଙ୍କୁ ଦୁର୍ନୀତି ଲାଗି ପ୍ରବର୍ତ୍ତାଇବା ଓ ଫୋନରେ ଥିବା ଅନେକ ତଥ୍ୟ ଓ ମେସେଜ ଡିଲିଟ କରି ଡିଏସିଓର ତଦନ୍ତ ପ୍ରକ୍ରିୟାରେ ବାଧକ ସାଜିବା ଆଦି ମାମଲାରେ କୋର୍ଟ ଅଖିଳେଶଙ୍କୁ ପାଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।