EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

Aug 03, 2026 - 19:02
EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF) ସହିତ ଜଡିତ ପେନସନ ସଞ୍ଚୟକୁ ଅଧିକ ପରିମାଣରେ ସଂଗ୍ରହ କରିବାକୁ ସକ୍ଷମ କରିବ।

କେନ୍ଦ୍ର ସରକାର EPF ଏବଂ EPS ପାଇଁ ଦରମା ସୀମା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହି ଅବସର ପାଣ୍ଠି ପାଇଁ ମାସିକ ଦରମା ସୀମା ୧୫,୦୦୦ ରୁ ୨୫,୦୦୦କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରସ୍ତାବକୁ ଏବେ କ୍ୟାବିନେଟକୁ ଅନୁମୋଦନ ପାଇଁ ପଠାଯିବ, ଯାହା ପରେ ନୂତନ ସୀମା ପାଇଁ କାର୍ଯ୍ୟକାରୀ ତାରିଖ ନିର୍ଣ୍ଣୟ କରାଯିବ।

ଏହି ନୂତନ ସୀମା କାର୍ଯ୍ୟକାରୀ କରିବା ଦ୍ୱାରା ଭବିଷ୍ୟତରେ ସଞ୍ଚୟ ଏବଂ ପେନସନର ଲାଭ ମାସିକ ୧୫,୦୦୦ ରୁ ୨୫,୦୦୦ ମଧ୍ୟରେ ରୋଜଗାର କରୁଥିବା ବହୁ ସଂଖ୍ୟକ କର୍ମଚାରୀଙ୍କୁ ମିଳିବ। ଏହି ପଦକ୍ଷେପ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସରକାରଙ୍କ ନେତୃତ୍ୱରେ ଏହି ପରିବର୍ତ୍ତନ କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ଅଧିକ କର୍ମଚାରୀଙ୍କୁ EPF ଏବଂ EPS ପରିସରଭୁକ୍ତ କରିବା ଦ୍ୱାରା କମ୍ପାନୀଗୁଡ଼ିକୁ ଅଧିକ ଅବଦାନ ଦେବାକୁ ପଡିବ। ଯାହା ଫଳରେ ସେମାନଙ୍କର ପେରୋଲ ଖର୍ଚ୍ଚ ବୃଦ୍ଧି ପାଇବ। EPF ସିଷ୍ଟମ ଅଧୀନରେ, ନିଯୁକ୍ତିଦାତାମାନେ ପେନସନ ପାଣ୍ଠିକୁ ମୂଳ ଦରମାର ୮.୩୩% ଯୋଗଦାନ କରନ୍ତି। ସରକାର ୧.୧୬% ଯୋଗଦାନ କରନ୍ତି। ଫଳସ୍ବରୂପ କଭର୍‌ ହୋଇଥିବା କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି ସରକାରଙ୍କ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରିପାରେ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ EPS ପାଇଁ ୧୧,୧୪୪ କୋଟି ବଜେଟ ଆବଣ୍ଟିତ ହୋଇଛି।

ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ, ତେବେ ୧୫,୦୦୦ ରୁ ୧୫,୦୦୦ ମଧ୍ୟରେ ମୂଳ ଦରମା ଥିବା କର୍ମଚାରୀମାନେ ବାଧ୍ୟତାମୂଳକ ଭାବରେ EPF ଏବଂ EPS କଭରେଜ ଅଧୀନରେ ଆସିବେ। ଏହି ଯୋଜନାଗୁଡ଼ିକରେ ବାଧ୍ୟତାମୂଳକ ଅଂଶଗ୍ରହଣ କେବଳ ୧୫,୦୦୦ ପର୍ଯ୍ୟନ୍ତ ମୂଳ ଦରମା ଥିବା କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ।

ଆଶା କରାଯାଉଛି ଯେ, ନୂତନ EPF ମଜୁରୀ ସୀମା ୧ ଏପ୍ରିଲ, ୨୦୨୭ ରୁ ଲାଗୁ ହୋଇପାରେ। କ୍ୟାବିନେଟ ଅନୁମୋଦନ ଏବଂ ସରକାରୀ ନିଷ୍ପତ୍ତି ପରେ ହିଁ ଚୂଡ଼ାନ୍ତ ତାରିଖ ନିର୍ଣ୍ଣୟ କରାଯିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।