Suspended: ଆବାସ ଯୋଜନାରେ ଜାଲିଆତି ଅଭିଯୋଗ: ଖଟଖଟିଆ ପଞ୍ଚାୟତ ଏଡିଇଓ ନିଲମ୍ବିତ

Nov 03, 2026 - 11:27
Suspended: ଆବାସ ଯୋଜନାରେ ଜାଲିଆତି ଅଭିଯୋଗ: ଖଟଖଟିଆ ପଞ୍ଚାୟତ ଏଡିଇଓ ନିଲମ୍ବିତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ଏଡିଇଓ ସରୋଜ କୁମାର ମହାକୁଡ଼ ଆବାସ ଯୋଜନାରେ ଜାଲିଆତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ ହୋଇଛନ୍ତି l Advertisment ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ଯାଳୟରେ ହାଜର ହେବେ ସୂଚନା ମୁତାବକ, ଖଟଖଟିଆ ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ସରୋଜ କୁମାର ମହାକୁଡ଼ ସରକାରୀ କାର୍ଯ୍ୟରେ ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ଅନିୟମିତତା ତଥା ପୁରୁଣା ଘରର ଫଟୋ ଅପଲୋଡ଼ କରି ଜନୈକା ଆବାସ ହିତାଧିକାରୀ ଯାଜ୍ଞସେନୀ ବାଙ୍କଙ୍କ ଦ୍ଵିତୀୟ କିସ୍ତି ଟଙ୍କା ଉଠାଣ ପାଇଁ ଉଦ୍ୟମ କରୁଥିବା ଆଦି ଅନିୟମିତତା ଯୋଗୁ ବୌଦ୍ଧ ଜିଲ୍ଲାପାଳ ଆଜି ନିଲମ୍ବିତ କରିଛନ୍ତି ଏବଂ ଏହି ସମୟରେ ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ଯାଳୟରେ ହାଜର ହେବେ ଓ କଣ୍ଟାମାଳ ଛାଡି କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l Arrested: ସାମ୍ନାରେ ଜମି ବେପାର, ପଛରେ ଗଞ୍ଜେଇ କାରବାର; ବାରିପଦାରୁ ଜମି ଦଲାଲ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)