Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

Aug 29, 2026 - 00:30
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

"କାଠମାଣ୍ଡୁ: ଭୟଙ୍କର ଆକସ୍ମିକ ବନ୍ୟାରେ ବ୍ୟାପକ ଜୀବନହାନି ଓ ଧ୍ୱଂସଲୀଳା ସତ୍ତ୍ୱେ ବିଦେଶୀ ସନ୍ଧାନ ଓ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଛି ନେପାଳ।

ଦେଶର ସେନା, ପୁଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥା ନିଜସ୍ୱ ସାମର୍ଥ୍ୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ନେତୃତ୍ୱାଧୀନ ସରକାର କହିଛି।

ତେବେ ବିଦେଶୀ ଦେଶଗୁଡ଼ିକର ଆର୍ଥିକ, ରିଲିଫ୍‌, ପୁନର୍ବାସ ଓ ପୁନର୍ନିର୍ମାଣ ସହାୟତା ଗ୍ରହଣ କରିବାକୁ ନେପାଳ ପ୍ରସ୍ତୁତ ରହିଛି।Advertisment ଚୀନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବୁଧବାରଠାରୁ ଘଟିଥିବା ଭୟଙ୍କର ବନ୍ୟାରେ ଅତି କମ୍‌ରେ ୪୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଉଦ୍ଧାରକାରୀ ଦଳ କାଦୁଅ ଓ ଧ୍ୱଂସାବଶେଷ ମଧ୍ୟରେ ନିଖୋଜଙ୍କୁ ଖୋଜୁଛନ୍ତି।

ଏହି ସମୟରେ ପାହାଡ଼ିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ହ୍ରଦ ଯୋଗୁଁ ଆଉ ଏକ ବନ୍ୟାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ନେପାଳ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଲୋକ ବାହାଦୁର ଛେତ୍ରୀ କହିଛନ୍ତି, ବିଭିନ୍ନ ଦେଶର ସହାୟତା ପ୍ରସ୍ତାବ ସ୍ୱାଭାବିକ।

କିନ୍ତୁ ବର୍ତ୍ତମାନ ନେପାଳର ସୁରକ୍ଷା ସଂସ୍ଥାଗୁଡ଼ିକ ନିଜେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରୁଥିବାରୁ ବିଦେଶୀ ଉଦ୍ଧାରକାରୀ ଦଳର ଆବଶ୍ୟକତା ନାହିଁ।

ଭାରତ, ଚୀନ, ଆମେରିକା, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ବାଂଲାଦେଶ ନିଜ ନିଜର ସନ୍ଧାନ ଓ ଉଦ୍ଧାରକାରୀ ଦଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ।

ଭୀଷଣ ହେଲା ଯୁଦ୍ଧ, ଇରାନ କଲା ଅଗ୍ନିବର୍ଷା: ବିସ୍ଫୋରଣ, ନିଆଁ, ଧୂଆଁ, ଧ୍ୱଂସଲୀଳା...

ନେପାଳର ଏହି ନିଷ୍ପତ୍ତି ପଛରେ ୨୦୧୫ର ଭୟଙ୍କର ଗୋର୍ଖା ଭୂକମ୍ପର ଅଭିଜ୍ଞତା ଏକ ପ୍ରମୁଖ କାରଣ।

ସେତେବେଳେ ୩୪ଟି ଦେଶରୁ ୭୬ଟି ଆନ୍ତର୍ଜାତିକ ସହରାଞ୍ଚଳ ସନ୍ଧାନ ଓ ଉଦ୍ଧାରକାରୀ ଦଳ ନେପାଳରେ ପହଞ୍ଚିଥିଲେ।

ବିଦେଶୀ ଦଳ ଓ ରିଲିଫ୍‌ ବିମାନର ଭିଡ଼ରେ କାଠମାଣ୍ଡୁ ବିମାନବନ୍ଦରରେ ଗୁରୁତର ସମନ୍ୱୟ ଓ ଯୋଗାଣ ସମସ୍ୟା ଦେଖାଦେଇଥିଲା।

କେତେକ ଉଦ୍ଧାରକାରୀ ଦଳ ଅବତରଣ କରିବାକୁ ଦିନ ଦିନ ଅପେକ୍ଷା କରିଥିଲେ।

୨୦୧୫ ଭୂକମ୍ପରେ ପ୍ରାୟ ୯ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୨୩ ହଜାରରୁ ଅଧିକ ଆହତ ହୋଇଥିଲେ।

ଏଥର ନେପାଳ "ଏକକ ଦ୍ୱାର" ବ୍ୟବସ୍ଥାରେ ବିଦେଶୀ ସହାୟତା ଗ୍ରହଣ କରୁଛି।

ବିଦେଶରେ ଥିବା ନେପାଳୀ ଦୂତାବାସ ଓ ମିସନଗୁଡ଼ିକୁ କେବଳ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ଗ୍ରହଣ କରିବାକୁ କୁହାଯାଇଛି।

ଭାରତ ଇତିମଧ୍ୟରେ ଦୁଇଟି ବାୟୁସେନା ବିମାନରେ ୪୭.୫ ଟନ୍‌ ଜରୁରୀ ସାମଗ୍ରୀ ପଠାଇଛି।

ଏଥିରେ ତମ୍ବୁ, କମ୍ବଳ, ଔଷଧ, ଖାଦ୍ୟ, ଜେନେରେଟର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ରହିଛି।

ବନ୍ୟାରେ ପ୍ରଭାବିତ ବିଦେଶୀ ନାଗରିକଙ୍କ ପାଇଁ ନେପାଳ ବିଦେଶ ମନ୍ତ୍ରଣାଳୟ ଏକ ଜରୁରୀ ପ୍ରତିକ୍ରିୟା ଦଳ ଗଠନ କରିଛି।

ଭାରତୀୟ, ଆମେରିକୀୟ, ମାଲେସିଆ, ୟୁକ୍ରେନ୍‌, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ସମେତ ବିଭିନ୍ନ ଦେଶର ନାଗରିକ ଏବେ ମଧ୍ୟ ନିଖୋଜ ଥିବାରୁ ସେମାନଙ୍କ ସନ୍ଧାନକୁ ପ୍ରାଥମିକତା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)