Neglect: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ, ହସ୍‌ପିଟାଲ ଯିବା ରସ୍ତାରେ ଜନ୍ମ ଦେଲେ କନ୍ୟା ସନ୍ତାନ

Jul 12, 2026 - 20:12
Neglect: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ, ହସ୍‌ପିଟାଲ ଯିବା ରସ୍ତାରେ ଜନ୍ମ ଦେଲେ କନ୍ୟା ସନ୍ତାନ

"ମୈଦଲପୁର: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।

ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ।

ଟ୍ରାକ୍ଟରରେ ଶିଶୁକନ୍ୟା ଜନ୍ମ ହୋଇଛି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମାନ୍ତ ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ।

Advertisment ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉର୍ମିଳା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ରାତି ୧୧ଟା ୩୦ ସମୟରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

କିନ୍ତୁ ଏହି ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା।

ଆମ୍ବୁଲାନ୍ସଟି ଚଚରାଗୁଡ଼ା ଗାଁରେ ଅଟକି ଯାଇ ଥିଲା।

ପରିବାର ଲୋକ ଏବଂ ଗ୍ରାମବାସୀ ଏକ ଟ୍ରାକ୍ଟର ଯୋଗେ ୧୦କିମି ଦୂରରେ ଥିବା ଚଚରାଗୁଡା ଗାଁକୁ ଗର୍ଭବତୀ ମହିଳାଙ୍କୁ ଆଣିଥିଲେ।

ବାଟରେ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ପରେ ଚଚରାଗୁଡା ଗାଁରୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ମୈଦଲପୁର ମେଡିକାଲକୁ ଭର୍ତ୍ତି କରାଯାଇଥିଲା।

ପ୍ରସୂତୀଙ୍କ ରକ୍ତର ଅଭାବ ଓ ମ୍ୟାଲେରିଆ ଥିବା ହେତୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି।

Death: ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଖଟିଆରେ ବୁହାହେଲା ଶବ ଏହି ଗାଁ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ମୈଦଲପୁର ଉପରେ ଭରସା କରେ।

ଜୟପାଟଣା ଯିବାକୁ ହେଲେ ୨୫ କିମି ଦୂର ଯିବାକୁ ପଡୁଥିବା ବେଳେ ମୈଦଲପୁର ମାତ୍ର ୧୫ କିମି ଦୂର।

ଗାଁର ରାସ୍ତା ଅତି ଶୋଚନୀୟ ଭାବେ ରହିଥିବା ହେତୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି, ଅଂଚଳରେ ଆଜି ମଧ୍ୟ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ।

ଏଭଳି ଦୁର୍ଦ୍ଦଶା ଭଗୁଛନ୍ତି ଅଞ୍ଚଳବାସୀ।

କଳାହାଣ୍ଡି ଜିଲ୍ଲା ହେଲେ ମଧ୍ୟ ନବରଙ୍ଗପୁର ଜିଲ୍ଲା ଉପରେ ଭରସାରେ ରହିଛନ୍ତି ଏହି ଅଞ୍ଚଳବାସୀ।

ସରକାର ଏବଂ ପ୍ରଶାସନ ଦୃଷ୍ଟି ଦେଇ ଏହି ଦୁର୍ଗମ ଗାଁ ପାଇଁ ଭଲ ରାସ୍ତା ଟିଏ ନିର୍ମାଣ କରିବା ସହ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।