NEET 2026: ନିଟ୍ ସାନି ପରୀକ୍ଷାର ଆଡ୍ମିଟ୍ କାର୍ଡ Direct Link ଏଠାରୁ ପାଆନ୍ତୁ
ନିଟ୍ ସାନି ପରୀକ୍ଷା ଦେବାକୁ ଯାଉଥିବା ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ପାଇଁ ଭଲ ଖବର ଆସିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ନିଟ୍ ସାନି ପରୀକ୍ଷାର ପ୍ରସ୍ତୁତି ପାଖାପାଖି ପୁରା କରିଦେଇଛି। ଏହାରି ମଧ୍ୟରେ ନିଟ୍ର ଆଡ୍ମିଟ୍ କାର୍ଡ ଜାରି ହୋଇଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଆସନ୍ତା ୨୧ ତାରିକ ଦିନ ନିଟ୍ ପରୀକ୍ଷା-୨୦୨୬ରେ ଦ୍ବିତୀୟ ଥର ବସିବାକୁ ଯାଉଛନ୍ତି, ସେମାନେ ନିଜର ଆବେଦନ ନମ୍ବର ଏବଂ ଜନ୍ମତାରିଖ ସହାୟତାରେ ଆଡ୍ମିଟ୍ କାର୍ଡ ଦେଖିବା ସହିତ ଡାଉନ୍ଲୋଡ କରିପାରିବେ।
ସରକାରୀ ତଥ୍ୟ ଅନୁସାରେ NEET UG 2026 ପାଇଁ ପାଖାପାଖି ୨୨.୭୫ ଲକ୍ଷ ପ୍ରାର୍ଥୀ ପୁଣି ଥରେ ପଂଜୀକରଣ କରିଛନ୍ତି। କିନ୍ତୁ ଗତମାସ ୩ ତାରିଖରେ ଆୟୋଜିତ ଏହି ପରୀକ୍ଷାରେ ୨୨.୦୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପେପର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ପରେ ପରୀକ୍ଷା ରଦ୍ଦ କରାଯାଇଥିଲା। ଏହି ପରୀକ୍ଷା ଏବେ ଆସନ୍ତା ୨୧ ତାରିଖରେ ପୁଣି ଥରେ ଆୟୋଜିତ ହେବ। ଆଶା କରାଯାଉଛି ଯେ, ପୁନଃ ପରୀକ୍ଷା ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ। ଏଥର ଭଲ ସୁରକ୍ଷା ବ୍ୟବସ୍ଥା ଏବଂ ନିଷ୍ପକ୍ଷ ପରୀକ୍ଷା ପାଇଁ ସରକାର ଏବଂ ପ୍ରଶାସନ ପ୍ରସ୍ତୁତି ଜାରି ରଖିଛନ୍ତି।
ଏନ୍ଟିଏ ଦ୍ବାରା ନିଟ୍ ସାନି ପରୀକ୍ଷାର ଆଡମିଟ୍ କାର୍ଡ କରିବାକୁ ଡାଇରେକ୍ଟ ଲିଙ୍କ ସରକାରୀ ୱେବ୍ସାଇଟ୍ neet.nta.nic.in ଲିଙ୍କରେ ଉପଲବ୍ଧ ହେବ। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଦ୍ବିତୀୟ ପରୀକ୍ଷାରେ ସାମିଲ ହେବାକୁ ଥିବା ପ୍ରାର୍ଥୀମାନେ ଲିଙ୍କ ସକ୍ରିୟ ହେଲା ପରେ NTA NEETର ସରକାରୀ ୱେବ୍ସାଇଟ୍ରେ ନିଜର ପ୍ରବେଶ ପତ୍ର ଡାଉନ୍ଲୋଡ କରିପାରିବେ। ଗତବର୍ଷ ପ୍ରାର୍ଥୀମାନଙ୍କ ଠାରୁ ମିଳିଥିବା ଫି୍ଡ୍ବ୍ୟାକ୍ ଆଧାରରେ ଏନ୍ଟିଏ NEET UG 2026 ଦ୍ବିତୀୟ ପରୀକ୍ଷା ସମୟ ୧୯୫ ମିନିଟ ନିର୍ଦ୍ଧାରିତ କରିଛି। ଏହି ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଜାରି ରହିବ।
ପ୍ରବେଶ ପତ୍ର ଡାଉନ୍ଲୋଡ କରିବାର ଉପାୟ
- ନିଟ୍ ୟୁଜି ଆଡମିଟ୍ କାର୍ଡ ପାଇଁ ସରକାରୀ ୱେବ୍ସାଇଟ୍ neet.nta.nic.inକୁ ଯିବେ
- ୱିଣ୍ଡୋ ଖୋଲିବା ପରେ NEET UG Admit Card 2026 Link ଉପରେ କ୍ଲିକ୍ କରିବେ
- ଆବେଦନ ନମ୍ବର, ଜନ୍ମତାରିଖ ଏବଂ ସିକ୍ୟୁରିଟି ପିନ୍ର ବ୍ୟବହାର କରି ଲଗ୍ଇନ୍ କରିବେ
- ନିଟ୍ ଆଡମିଟ୍ କାର୍ଡ ସ୍କ୍ରିନ୍ ଉପରେ ଖୋଲିଯିବ। ଏହାକୁ ଯାଞ୍ଚ କରି ଡାଉନ୍ଲୋଡ କରିପାରିବେ
- ଆଡମିଟ୍ କାର୍ଡର ପ୍ରିଣ୍ଟ୍ଆଉଟ୍ କରି ନିଜ ପାଖରେ ରଖିପାରିବେ
- ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ସମୟରେ ପାଖରେ ପରିଚୟ ପତ୍ର ରଖିବାକୁ ହେବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।