NEET: ଅଗଷ୍ଟ ୩୦ରେ ନିଟ୍‌-ପିଜି ପରୀକ୍ଷା, ଆଜି ମିଳିବ ଆଡ୍‌ମିଟ୍‌ କାର୍ଡ

Aug 24, 2026 - 22:05
NEET: ଅଗଷ୍ଟ ୩୦ରେ ନିଟ୍‌-ପିଜି ପରୀକ୍ଷା, ଆଜି ମିଳିବ ଆଡ୍‌ମିଟ୍‌ କାର୍ଡ

"ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍‌-ପିଜି ୨୦୨୬ର ଆଡ୍‌ମିଟ୍‌ କାର୍ଡ ପ୍ରକାଶ ତାରିଖରେ ପରିବର୍ତ୍ତନ କରିଛି।

ନୂଆ ସୂଚନା ଅନୁସାରେ, ଆଡ୍‌ମିଟ୍‌ କାର୍ଡ ଆସନ୍ତାକାଲି ଜାରି ହେବ।

ଏହା ପୂର୍ବରୁ ଅଗଷ୍ଟ ୨୪ରେ ଆଡ୍‌ମିଟ୍‌ କାର୍ଡ ଜାରି ହେବାକୁ ଥିଲା।

ଆସାମ ଓ ମେଘାଳୟ ସମ୍ପର୍କିତ କିଛି ଅନିବାର୍ଯ୍ୟ ପରିସ୍ଥିତି ଏବଂ ଅନୁରୋଧକୁ ଦୃଷ୍ଟିରେ ରଖି ତାରିଖରେ ଏହି ପରିବର୍ତ୍ତନ କରାଯାଇଥିବା ଏନ୍‌ବିଇଏମ୍‌ଏସ୍‌ କହିଛି।

ଆଡ୍‌ମିଟ୍‌ କାର୍ଡ ଜାରି ହେବା ପରେ ପରୀକ୍ଷାର୍ଥୀମାନେ ଏନ୍‌ବିଇଏମ୍‌ଏସ୍‌ର ଅଧିକୃତ ୱେବସାଇଟ୍‌ରେ ନିଜ ଲଗଇନ୍‌ ଆଇଡି ବ୍ୟବହାର କରି ଏହା ଡାଉନଲୋଡ୍‌ କରିପାରିବେ।

ପରୀକ୍ଷା ସହର ସମ୍ପର୍କିତ ସୂଚନା ଅଗଷ୍ଟ ୧୧ରେ ପ୍ରକାଶ ପାଇଥିଲା।Advertisment ଆହୁରି ପଢନ୍ତୁ :Yogi Adityanath: "ମନୁସ୍ମୃତି" ଉପରେ ରାହୁଲଙ୍କ ମନ୍ତବ୍ୟକୁ ‌ଯୋଗୀ ଆଦିତ୍ୟନାଥଙ୍କ କଟାକ୍ଷ ସୂଚନାଯୋଗ୍ୟ, ନିଟ୍‌-ପିଜି ୨୦୨୬ ପରୀକ୍ଷା ଆସନ୍ତା ଅଗଷ୍ଟ ୩୦ ତାରିଖ ରବିବାର ଦିନ ଗୋଟିଏ ସିଫ୍ଟରେ ଅନୁଷ୍ଠିତହେବ।

ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ନରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ୨୦୦ଟି ପ୍ରଶ୍ନ ଥିବାବେଳେ ଏଥର ୨୧୦ ମିନିଟ୍‌ରେ ୧୮୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

ଏହା ଫଳରେ ପ୍ରତି ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ତୁଳନାତ୍ମକ ଭାବେ ଅଧିକ ସମୟ ମିଳିବ।

ଏନ୍‌ବିଇଏମ୍‌ଏସ୍‌ ପକ୍ଷରୁ ପରୀକ୍ଷା ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ଅଧିକୃତ ୱେବ୍‌ସାଇଟ୍‌ ଅନୁସରଣ କରିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)