High Court: ମହୁଆଙ୍କ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ
"କୋଲକାତା: ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କୃଷ୍ଣନଗର କୋର୍ଟ ଜାରି କରିଥିବା ଗିରଫ ପରୱାନା ଉପରେ ଆଜି କଲିକତା ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି।
ଉଲ୍ଲେଖଯୋଗ୍ୟ, ମହୁଆ ଏକ ଘୃଣା ଭାଷଣ ମାମଲାରେ ବାରମ୍ବାର କୃଷ୍ଣନଗର କୋର୍ଟରେ ହାଜର ହେବାରେ ବିଫଳ ହେବାରୁ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।
ଏହାକୁ ଚ୍ୟାଲେଞ୍ଜ କରି ମହୁଆ ହାଇକୋର୍ଟ ଯାଇଥିଲେ।
ଜଷ୍ଟିସ ଦେବାଂଶୁ ବସାକ ଓ ଆର୍ଯ୍ୟକ ଦତ୍ତଙ୍କ ଡିଭିଜନ୍ ବେଞ୍ଚ୍ ଆସନ୍ତା ଅଗଷ୍ଟ ୨୭ ତାରିଖରେ ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।Advertisment ଆହୁରି ପଢନ୍ତୁ :Ethanol: ଇଥାନଲ୍ର "ଗଣିତ" ନେଇ ପ୍ରଶ୍ନ: ଏଫ୍ସିଆଇ ଚାଉଳ କମ୍ ଦରରେ ଡିଷ୍ଟିଲରିକୁ ଦେଉଛନ୍ତି ସରକାର ସୂଚନାଯୋଗ୍ୟ ମୈତ୍ର ମହିଳାଙ୍କୁ ଅପମାନିତ କରିଥିବା ଓ ଘୃଣା ଭାଷଣ ଦେଇଥିବା ଅଭିଯୋଗ ହୋଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଖଣ୍ଡପୀଠ ମୈତ୍ରଙ୍କ ବିରୋଧରେ ଗିରଫ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି।
ତେବେ ମୈତ୍ରଙ୍କ ଆଇନଜୀବୀ ଅର୍କୋ କୁମାର ଖଣ୍ଡପୀଠଙ୍କୁ କହିଛନ୍ତି, ମହୁଆ ସାଂସଦ ଥିବାବେଳେ ତାଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି ତେଣୁ ସଲ୍ଟ ଲେକ୍ରେ ଏକ ଏମ୍ପି/ଏମ୍ଏଲ୍ଏ କୋର୍ଟରେ ତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରାଯାଉ।
ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
