NDA: ଏନ୍‌ଡିଏ ସଂସଦୀୟ ଦଳ ବୈଠକର ନାଁ ରହିବ ‘ମଙ୍ଗଳ ମିଳନ’

Jul 17, 2026 - 19:53
NDA: ଏନ୍‌ଡିଏ ସଂସଦୀୟ ଦଳ ବୈଠକର ନାଁ ରହିବ ‘ମଙ୍ଗଳ ମିଳନ’

"ନୂଆଦିଲ୍ଲୀ : ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ‌ହେବ।

ଜୁଲାଇ ୨୧ ତାରିଖ ସକାଳ ୯.୩୦‌ରେ ସଂସଦ ଭବନରେ ଏନ୍‌ଡିଏ ସଂସଦୀୟ ଦଳ ବୈଠକ ରହିଛି।

ତେବେ ଏଣିକି ଏନ୍‌ଡିଏସଂସଦୀୟ ଦଳ ବୈଠକର ନାଁ ରହିବ "ମଙ୍ଗଳ ମିଳନ"।Advertisment ଆହୁରି ପଢନ୍ତୁ:Odia Youth in Saudi Arabia ସାଉଦି ଆରବରେ ଫସିଛନ୍ତି ଓଡ଼ିଆ ଯୁବକ, ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଲେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସଂସଦ ଅଧିବେଶନ ସମୟରେ ପାରମ୍ପରିକ ଭାବେ ମଙ୍ଗଳବାର ହେଉଥିବା ବୈଠକକୁ ସଂସଦୀୟ ଦଳ ବୈଠକ କୁହାଯା‌ଏ।

ଏହି ବୈଠକର ଏବେ ନୂଆ ନାଁ ରହିବ "ମଙ୍ଗଳ ମିଳନ"।

ସରକାରୀ ସୂତ୍ର ଅନୁଯାୟୀ ରଣନୀତିଜ୍ଞମାନେ ଏବେ ପୂର୍ଣ୍ଣ ବିଶ୍ବସ୍ତ ଯେ ଶାସକ ମେଣ୍ଟର ଗୃହରେ ଆବଶ୍ୟକୀୟ ସଂଖ୍ୟା ରହିଛି।

ଯେତେବେଳେ ଆବଶ୍ୟକ ପଡ଼ିବ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଲ୍‌ ଗୃହୀତ କରିବାପାଇଁ ମଧ୍ୟ ଏନ୍‌ଡିଏ ମେଣ୍ଟ ପାଖରେ ସଂଖ୍ୟା ରହିଛି।

ଆହୁରି ପଢନ୍ତୁ:Prafulla Samal Hospitalised ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି  ନିକଟରେ ଏନ୍‌ସିପିସିଆଇରେ ଯୋଗ ଦେଇଥିବା ବିଦ୍ରୋହୀ ତୃଣମୂଳ କଂଗ୍ରେସ ସାଂସଦଙ୍କୁୁ ସରକାରୀ ସ୍ବୀକୃତି ମିଳିବ।

ଯଦି ସେମିତି ହୁଏ ସର୍ବ ଦଳୀୟ ବୈଠକକୁ ମଧ୍ୟ ଉକ୍ତ ଦଳକୁ ନିମନ୍ତ୍ରଣ କରାଯିବ।

ଅନ୍ୟପକ୍ଷେ ଆଜି ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ଆସନ୍ତା ମୌସୁମୀ ଅଧିବେଶନରେ ଏନ୍‌ଡିଏର ରଣନୀତି କ"ଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।