Kejriwal: ‘କେଜ୍ରିୱାଲଙ୍କ ଶୀଶ ମହଲ’ ହେବ ବ୍ୟବସାୟିକ କେନ୍ଦ୍ର

Jul 17, 2026 - 23:08
Kejriwal: ‘କେଜ୍ରିୱାଲଙ୍କ ଶୀଶ ମହଲ’ ହେବ ବ୍ୟବସାୟିକ କେନ୍ଦ୍ର

"ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ତଥା ବିଜେପି ଦ୍ୱାରା "ଶୀଶ ମହଲ" ଭାବେ ସମାଲୋଚିତ ହୋଇଥିବା ବିବାଦୀୟ ବଙ୍ଗଳାର ବ୍ୟବସାୟିକ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀ ନିର୍ମାଣ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିଭିଲ୍ ଲାଇନ୍ସ ସ୍ଥିତ ୬, ଫ୍ଲାଗ୍‌ଷ୍ଟାଫ୍ ରୋଡରେ ଥିବା ଏହି ଭବ୍ୟ ବଙ୍ଗଳାକୁ ଏକ ବିଳାସପୂର୍ଣ୍ଣ ହୋଟେଲ୍ କିମ୍ବା ଆତିଥେୟତା ସମ୍ପତ୍ତି ଭାବେ ଲିଜ୍‌ରେ ଦେବାକୁ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି।Advertisment ଆହୁରି ପଢନ୍ତୁ: Punjab: ପଞ୍ଜାବ କଂଗ୍ରେସରେ ବଢ଼ିଲା ଅନ୍ତର୍ଦ୍ୱନ୍ଦ୍ୱ, ନେତୃତ୍ୱ ପରିବର୍ତ୍ତନକୁ ନେଇ ଅସନ୍ତୋଷ  ପିଡବ୍ଲ୍ୟୁଡି ମନ୍ତ୍ରୀ ପରବେଶ ବର୍ମା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ, ବଙ୍ଗଳାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଦେଶର ପ୍ରତିଷ୍ଠିତ ହୋଟେଲ୍ କମ୍ପାନିଗୁଡ଼ିକ ସହ ଆଲୋଚନା ଚାଲିଛି।

ସେ କହିଛନ୍ତି, ବର୍ତ୍ତମାନ ଏହି ପ୍ରାସାଦର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି, ଯାହା ଏକ ଅନାବଶ୍ୟକ ବୋଝ।

ଯଦି ଏହି ସମ୍ପତ୍ତିକୁ ସରକାରୀ ସ୍ତରରେ ବ୍ୟବସାୟିକ କାର୍ଯ୍ୟରେ ଲଗାଇ ରାଜସ୍ୱ ଆଦାୟ କରାଯିବ, ତେବେ ତାହା ରାଜ୍ୟ ପାଇଁ ସବୁଠାରୁ ଭଲ ବିକଳ୍ପ ହେବ ବୋଲି ସେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।