Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

Jul 17, 2026 - 22:49
Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

"ବେଜିଂ: ଦକ୍ଷିଣ ପଶ୍ଚିମ ଚୀନ୍‌ ସହର ଚୋଙ୍ଗକିଙ୍ଗରେ ଆଜି ଏଭ ଭୂସ୍ଖଳନ ହୋଇ ଅନେକ ଘର ପୋତି ହୋଇଯାଇଛି।

ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୪ ଜଣ ନିଖୋଜ ଅଛନ୍ତି।

ଭୂସ୍ଖଳନ ଯୋଗୁ ୧୧୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ଖାଲି କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ ଭୂସ୍ଖଳନ ସ୍ଥଳରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ‌Advertisment ଚୋଙ୍ଗକିଙ୍ଗର ପେଙ୍ଗଶୁଇ କାଉଣ୍ଟିରେ ଆଜି ପୂର୍ବାହ୍ନ ପ୍ରାୟ ୯.୦୮ ସମୟରେ ଏହି ଘଟଣା ଘଟିଛି।

ଭୂସ୍ଖଳନ ସ୍ଥଳର ୧ କିମି ପରିଧି ମଧ୍ୟରେ ଜଳ, ବିଦ୍ୟୁତ ଏବଂ ଗ୍ୟାସ୍‌ ଯୋଗାଣ ବିଚ୍ଛିନ୍ନ କରାଯାଇଛି।

ଅନେକ ବିଦ୍ୟୁତ ଖୁଣ୍ଟି ଗୁଡ଼ିକ ପୋତି ହୋଇଯାଇଛି।

ପାଖାପାଖି ୧୦ଟି ଘର ପୋତି ହୋଇଯାଇଛି।

ପୁଣି ଭୂସ୍ଖଳନ ହେବାର ଭୟ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

୮୦୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ରହିଛନ୍ତି।‌ ଚୋଙ୍ଗକିଙ୍ଗକୁ ୮ ହଜାରରୁ ଅଧିକ ବିପର୍ଯ୍ୟୟ ରିଲିଫ୍‌ ସାମଗ୍ରୀ ମଧ୍ୟ ପଠାଯାଇଛି ବୋଲି କର୍ତ୍ତୃପକ୍ଷମାନେ କହିଛନ୍ତି।

Kerala Landslides : କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ମାଟି ତଳେ ପୋତି ହୋଇ ରହିଛନ୍ତି ୧୦ ଲୋକ ମେକ୍ସିକୋର ଦକ୍ଷିଣ ପ୍ରଶାନ୍ତ ଉପକୂଳରେ ଆଜି ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଚିଆପସ୍‌ର ପୁଏର୍ତୋ ମାଦେରୋରେ ଆଜି ୭.୪ ତୀବ୍ରତାର ଭୂକମ୍ପ ହୋଇଛି ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି।

ଗୁଏଟମାଲା ଏବଂ ଏଲ୍‌ ସାଲବାଡରର କିଛି ଅଂଶରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

ଭୂକମ୍ପ ପରେ ସୁନାମି ସତର୍କତା ଜାରି ହୋଇଛି।

ତେବେ ଭୂକମ୍ପ ଯୋଗୁ କେହି ମୃତାହତ ହୋଇଥିବା ନେଇ କିଛି ସୂନଚା ମିଳିନାହିଁ।

କ୍ଷୟକ୍ଷତି ସଂକ୍ରାନ୍ତ‌‌ରେ ମଧ୍ୟ କିଛି ସୂଚନା ମିଳିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।