Nayagarh skeleton case: ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ମାମଲା: ମିଳିଲା ପରିଚୟ; ହତ୍ୟା ଅଭିଯୋଗ
"ରଣପୁର (ବିଶ୍ବରଂଜନ ଆଚାର୍ଯ୍ୟ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ନୂଆ ଅପ୍ଡେଟ୍ ଆସିଛି।
ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି।
ଏନେଇ ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି।
ତେବେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ନେଇ ଚର୍ଚ୍ଚା ଜୋରଧରିଛି।Advertisment ଆଲୋଚନା ହେଉଥିଲା ଯେ, ଓସ୍ତପଡ଼ା ଗ୍ରାମର କାଳିଆଙ୍କ କଙ୍କାଳ ବୋଲି।
କିନ୍ତୁ କାଳିଆ ମା" ମନା କରଥିଲା ଯେ, ଏ ମୋ ପୁଅର କଙ୍କାଳ ନୁହେଁ।
ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଙ୍କାଳକୁ ପଞ୍ଚନାମା ପାଇଁ ରାଜ୍ୟ ଫୋରେନସିକ୍ ପରୀକ୍ଷାଗାରକୁ ପଠାଇଥିଲା।
ଏନେଇ ଅଗଷ୍ଟ ୨୦ ତାରିଖରେ ଦୈନିକ "ସମ୍ବାଦ"ରେ ଖବର ପ୍ରସାରଣ ହୋଇଥିଲା।
୨୧ ଅଗଷ୍ଟରେ ଯାଜପୁର ଜିଲ୍ଲା ଯାଜପୁର ଥାନା ଗୋପାଳପୁର ଗ୍ରାମର ରାଜେନ୍ଦ୍ର କୁମାର ମହାପାତ୍ର ତାଙ୍କ ପୁଅ ଦିବ୍ୟ ମହାପାତ୍ର (୨୨) ବେଣ୍ଟ ସ୍ଥିତ ଶ୍ରୀରଙ୍ଗମ ଚିଙ୍ଗୁଡ଼ି ଫ୍ୟକ୍ଟ୍ରିରେ କାର୍ଯ୍ୟ କରୁଥବା ନେଇ ଦେଖା କାରବାକୁ ଆସିଥିଲେ।
ତାଙ୍କ ପୁଅ ଦିବ୍ୟ ୫ ମାସ ହେଲା ଅଣ ଓଡ଼ିଆ ଠିକାଦାର ଜଙ୍କସନ ମାଧ୍ୟମରେ କାର୍ଯ୍ୟ କରୁଥିଲେ।
ଠିକାଦାର ଓ ଛିଗୁଡି କମ୍ପାନି ଅସହଯୋଗ କରି ତୁମ ପୁଅ ୫ ଦିନ ହେଲା କେଉଁଆଡେ ପଳାଇ ଯାଇଛି କହିଥିଲେ।
ଏନେଇ ଥାନାରେ ନିଖୋଜ ଅଭିଯୋଗ କରିନଥିବା କହିଥଲେ।
ତେଣୁ ଦିବ୍ୟ ବାପା ରାଜେନ୍ଦ୍ର ଓ ମାମୁଁ ଥାନାକୁ ଯାଇଥିଲେ।
ଚାନ୍ଦପୁର ଥାନା ପୁଲିସ ପ୍ରଥମେ ନର କଙ୍କାଳ ଜବତ ସମୟର ଫଟୋଚିତ୍ର, ବେକରେ ପିନ୍ଧିଥିବା ମାଳି, ହାତର ବ୍ରେସଲେଟ ଓ ଡ୍ରେସ ଦେଖାଇଥିଲେ ତେଣୁ ରାଜେନ୍ଦ୍ର ଏସବୁ ତାଙ୍କ ପୁଅର ବୋଲି ଚିହିଁଥିଲେ।
ହତ୍ୟା ସନ୍ଦେହ ନେଇ ଲିଖିତ ଅଭିଯୋଗ କରିଥିଲେ।
Human Skeleton: କେନାଲ ନିକଟରୁ ନର କଙ୍କାଳ ଉଦ୍ଧାର, ନିଖୋଜ ବୃଦ୍ଧାଙ୍କ ହୋଇଥିବା ଅନୁମାନ ପୁଲିସ ଠିକାଦାର ଜଙ୍କସନକୁ ଆଣି ଥାନାରେ ପଚରା ଉଚୁରା କରବା ପରେ ରାଜେନ୍ଦ୍ରଙ୍କୁ ଡିଏନ୍ଏ ଟେଷ୍ଟ କରିବାକୁ କହିଥିଲେ।
ତେଣୁ ଅଗଷ୍ଟ ୨୨ ତାରିଖରେ ରାଜେନ୍ଦ୍ର ପରିବାର ଥାନାକୁ ଆସି ଡିଏନ୍ଏ ଟେଷ୍ଟ ପାଇଁ ରକ୍ତ ନମୁନା ଦେଇଥିବା ରାଜେନ୍ଦ୍ର କହିଛନ୍ତି।
ଏହି ଛିଗୁଡି କମ୍ପାନି ମାଲିକ ଜଣେ ଅଣ ଓଡ଼ିଆ ବ୍ୟକ୍ତି।
ତାଙ୍କର ଲମ୍ବା ହାତ ବୋଲି ଚର୍ଚ୍ଚା ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି କମ୍ପାନୀ ରେ ଏଭଳି ଅନେକ ଘଟଣା ଲୁଚାଇ ଦିଆଯାଉଛି।
ଦିବ୍ୟକୁ ହତ୍ୟା କରିବା ସ୍ଥାନ କେଉଁଠି।
ସେ କେତବେଳେ ବାହାରକୁ ଯାଇଥିଲା ତାହା କମ୍ପାନି ସିସି କ୍ୟାମେରା କହିବ।
ଶବ ଗଳିତ ପାଇଁ କେମିକାଲ ଢଳା ଯାଇଥିଲା କି ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ରୁ ଜଣାପଡିବ।
ଜଙ୍କସନକୁ ପୁଲିସ ଛାଡ଼ିବା ନେଇ ହତ୍ୟାକାଣ୍ଡ ଚାପିବାକୁ ଉଦ୍ୟମ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

