30 JUNE 2026

Welcome!

Unlock your personalized experience.
Sign Up

Naxal: ୩୦୦୦ ଯବାନଙ୍କୁ ଚକମା ଦେଇ ଖସିଗଲା କୁଖ୍ୟାତ ନକ୍ସଲ ମିସିର: ସରଣ୍ଡା ଛାଡ଼ି କୋଲହାନ ଜଙ୍ଗଲରେ ପହଞ୍ଚିଲା!

Jun 30, 2026 - 02:56
Naxal: ୩୦୦୦ ଯବାନଙ୍କୁ ଚକମା ଦେଇ ଖସିଗଲା କୁଖ୍ୟାତ ନକ୍ସଲ ମିସିର: ସରଣ୍ଡା ଛାଡ଼ି କୋଲହାନ ଜଙ୍ଗଲରେ ପହଞ୍ଚିଲା!

ବିଶ୍ରା: ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶା ପାଇଁ ମୋଷ୍ଟ ୱାଣ୍ଟେଡ୍ ତଥା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ସିପିଆଇ ମାଓ ସଂଗଠନର ଏରିଆ କମାଣ୍ଡର ମିସିର ବେସରା ପୁଣିଥରେ ସୁରକ୍ଷା ବଳର ଘେରାବନ୍ଦୀରୁ ଖସି ପଳାଇବାରେ ସଫଳ ହୋଇଛି। ପ୍ରାୟ ୩୦୦୦ ଯବାନଙ୍କ ଆଖିରେ ଧୂଳି ଦେଇ ସେ ସରଣ୍ଡା ଜଙ୍ଗଲରୁ ବାହାରି କୋଲହାନ ଜଙ୍ଗଲରେ ପହଞ୍ଚିଥିବା ସୂଚନା ମିଳିଛି। ମିସିର ବେସରା ସହ ତା’ର ସହଯୋଗୀ ଅଜୟ ମହତୋ ମଧ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିସିର ବେସରାର ନୂଆ ଲୋକେସନ୍‌ ସରଣ୍ଡାର ଜରାଇକେଲା ଅଞ୍ଚଳ ବାହାରେ କୋଲହାନ ଜଙ୍ଗଲ ଭିତରେ ମିଳିଛି। ଯାହା ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଗତ ମାସରେ କେନ୍ଦ୍ରୀୟ ବଳ ଏବଂ ଝାଡ଼ଖଣ୍ଡ ଜାଗୁଆର ଟିମ୍ ମିଳିତ ଭାବେ ଅଭିଯାନ ଚଳାଇ ମିସିର ବେସରା ଓ ତା’ର ସାଥୀ ନକ୍ସଲମାନଙ୍କୁ ସାରଣ୍ଡା ଜଙ୍ଗଲର ଜରାଇକେଲା, ଗୋଇଲକେରା ଓ ବଲିବା ଅଞ୍ଚଳ ମଧ୍ୟରେ ସୀମିତ କରିଦେଇଥିଲେ। କିନ୍ତୁ ଆଗକୁ ଥିବା ପାହାଡ଼ିଆ ଅଞ୍ଚଳ ଓ ଘନ ଜଙ୍ଗଲ ଯୋଗୁଁ ସେଠାରେ ଅଭିଯାନ ଚଳାଇବା ସୁରକ୍ଷା ବଳ ପାଇଁ କଷ୍ଟକର ହୋଇଥିଲା। ଯାହାର ସୁଯୋଗ ନେଇ ସେମାନେ ସରଣ୍ଡା-ଝାଡ଼ଖଣ୍ଡ-ଓଡ଼ିଶାର ତ୍ରିକୋଣୀୟ ସୀମା ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ନିଜର ଠିକଣା ପରିବର୍ତ୍ତନ କରୁଥିଲେ। ନୂଆ ସୂଚନା ପରେ ସୁରକ୍ଷା ବଳ ଅଭିଯାନର ପରିଧି ବଢ଼ାଇଛି। 

Lord Jagannath: ଶିଳାବ୍ରହ୍ମ ଅଲାରନାଥଙ୍କୁ ଆଜିଠାରୁ ଲକ୍ଷାଧିକ ଭକ୍ତ କରିବେ ଦର୍ଶନ

ବର୍ତ୍ତମାନ ସରଣ୍ଡାରୁ ଦଲମା ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚାଲିଛି। ନକ୍ସଲମାନଙ୍କ ନୂଆ ଠିକଣା ଉଚ୍ଚ ପାହାଡ଼ ଓ ଘନ ଜଙ୍ଗଲ ମଧ୍ୟରେ ଥିବାରୁ ଯବାନଙ୍କ ଅପରେସନ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅପରେସନ୍‌ ସମୟରେ ସୁରକ୍ଷା ବଳ ଜଙ୍ଗଲ ଭିତରେ କ୍ୟାମ୍ପ ସ୍ଥାପନ କରିଥିଲେ। ତେବେ ଜଙ୍ଗଲ ଅଞ୍ଚଳରେ ଲ୍ୟାଣ୍ଡମାଇନ୍‌ ଭୟ ଥିବାରୁ ରାତିରେ ଯବାନମାନେ ଅଧିକ ଦୂର ଯାଉ ନାହାନ୍ତି। ଯାହାର ଫାଇଦା ଉଠାଇ ନକ୍ସଲମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଜଙ୍ଗଲ ରାସ୍ତା ଦେଇ ନୂଆ ସ୍ଥାନକୁ ଚାଲିଯାଇଥିବା କୁହାଯାଉଛି। ପ୍ରଥମେ ମିସିର ବେସରା କେବଳ ଜଣେ ସହଯୋଗୀଙ୍କ ସହ ସେଠାରୁ ବାହାରି ଯାଇଥିବା ବେଳେ ପରେ ତା’ର ଅନ୍ୟ ସାଥୀମାନେ ଅଲଗା ଦଳରେ ଜଙ୍ଗଲ ରାସ୍ତା ଦେଇ ନୂଆ ଲୋକେସନ୍‌ରେ ପହଞ୍ଚିଥିବା ଜଣାପଡ଼ିଛି।

Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ