Naveen: ଗଞ୍ଜାମରେ ବନ୍ୟା ବିପନ୍ନ ଓ ଚାଷୀଙ୍କୁ ଭେଟିଲେ ନବୀନ: ‘ସରକାର ସକ୍ରିୟ ହୋଇ ସହାୟତା ପ୍ରଦାନ କରନ୍ତୁ’
ଶେରଗଡ଼/ହିଞ୍ଜିଳିକାଟୁ/ ଆସିକା/ସୋରଡ଼ା: ରାଜ୍ୟ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକ ପରିଦର୍ଶନ କରିଛନ୍ତି।
କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନ ପରିବାର , ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।
ଚାଷୀମାନେ ନଷ୍ଟ ହୋଇଯାଇଥିବା ଧାନକେଣ୍ଡା ଓ ଆଖୁଗଛ ଦେଖାଇଥିଲେ।
ବିପନ୍ନମାନେ ନିଜ ଜୀବନଜୀବିକା ଓ ବାସ ହରାଇଥିବା ସଂପର୍କରେ ଜଣାଇଥିଲେ।
ଶ୍ରୀ ପଟ୍ଟନାୟକ ପ୍ରଥମେ ଶେରଗଡ଼ ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ବନ୍ୟା ଯୋଗୁଁ ଘର, ଚାଷ ଓ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବିଷୟରେ ଲୋକେ ତାଙ୍କୁ ଅବଗତ କରିଥିଲେ।
ଚାଷୀମାନେ ଗଜା ହୋଇଥିବା ଧାନଗଛ ଆଣି ଦେଖାଇବା ସହ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ।
ଶେରଗଡ଼ ବିଡିଓ ଦୀପ୍ତିମୟୀ ଜେନାଙ୍କୁ ପାଖକୁ ଡାକି ସରକାରୀ ସୁବିଧା ଲୋକଙ୍କ ପାଖରେ ଠିକ୍ରେ ପହଞ୍ଚାଇବାକୁ ନବୀନ ପରାମର୍ଶ ଦେଇଥିଲେ।
ପରେ ବଜାରକୁ ଯାଇ କ୍ଷୟକ୍ଷତି ଦେଖିଥିବା ବେଳେ ଶେରଗଡ଼ ବଣିକ ସଂଘ ପକ୍ଷରୁ ସହାୟତା ପ୍ରଦାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସେହିପରି କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଫସଲ କ୍ଷତି ଯୋଗୁଁ ଆତ୍ମହତ୍ୟା କରିଥିବା ବାକିଲିକଣା ଗ୍ରାମର ଚାଷୀ ଅର୍ଜୁନ ପଣ୍ଡାଙ୍କ ପୁଅ ସୁନୀଲ ପଣ୍ଡାଙ୍କୁ ଭେଟି ସମବେଦନା ଜଣାଇଥିଲେ।
Advertisment Landslides: ଭୂସ୍ଖଳନ ବିସ୍ଥାପିତଙ୍କୁ କଂଗ୍ରେସ, ପେଟାପାଙ୍ଗା ଅଞ୍ଚଳବାସୀଙ୍କ ରିଲିଫ୍ ସହାୟତା ପ୍ରଦାନ ଉଜୁଡ଼ା ଧାନକେଣ୍ଡା ଓ ଆଖୁଗଛ ଦେଖାଇଲେ ଚାଷୀ ଏହାପରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନୂଆବୁରୁପଡ଼ା ଗ୍ରାମପଞ୍ଚାୟତ ସମେତ ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ପଟ୍ଟନାୟକ କ୍ଷତିଗ୍ରସ୍ତ ଜନସାଧାରଣ ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ।
ଅପରାହ୍ଣରେ ଆସିକାରେ ପହଞ୍ଚି ଲକ୍ଷ୍ମୀବଜାରର ସ୍ଥିତି ଦେଖି ବ୍ୟବସାୟ କ୍ଷତି ସଂପର୍କରେ ଆଲୋଚନା କରିଥିଲେ।
ଏହାସହ କୋଟିନଡ଼ା ଓ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ସେଠାରୁ ସୋରଡ଼ା ବ୍ଲକର ତତାବଲିସ୍ଥିତ କନ୍ଧୁଣୀ ଦେବୀ ପଡ଼ିଆରେ ପହଞ୍ଚି କ୍ଷତିଗ୍ରସ୍ତ ତତାବାଲି ସହ ଭାଲିଆଗୋଚ୍ଛା, ସୁରମଣି ଓ ନୂଆଗଡ଼ ଗ୍ରାମର ଫସଲ କ୍ଷୟକ୍ଷତି ଓ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ।
Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍ ନବୀନ କହିଛନ୍ତି, ଗଞ୍ଜାମରେ ବନ୍ୟା ବିପନ୍ନ ଓ ଚାଷୀ ଦୁଃଖଦୁର୍ଦ୍ଦଶାରେ ରହିଛନ୍ତି।
ଏଣୁ ସରକାର ସକ୍ରିୟ ହୋଇ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି।
ଆବଶ୍ୟକ କ୍ଷତିପୂରଣ ଓ ରିଲିଫ୍ ସହାୟତା ପ୍ରଦାନ, କ୍ଷୟକ୍ଷତି ଆକଳନ ଏବଂ ଭିତ୍ତିଭୂମି ପୁନରୁଦ୍ଧାରକୁ ତ୍ବରାନ୍ବିତ କରିବାକୁ ହେବ।
ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ ନୁହେଁ।
ବନ୍ୟା ପରିଚାଳନାରେ ସରକାରୀ ଉଦାସୀନତାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ।
ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟ ଓ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
