5 lakh new beneficiaries: ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା: ୧୦ରେ ବାଲେଶ୍ବରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Nov 08, 2026 - 06:13
5 lakh new beneficiaries: ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା: ୧୦ରେ ବାଲେଶ୍ବରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭତ୍ତା ଅପେକ୍ଷାରେ ଥିବା ହିତାଧିକାରୀ ଙ୍କ ପାଇଁ ଖୁସି ଖବର।

ନୂଆ ଭତ୍ତା ତାଲିକାରେ ଯୋଡ଼ି ହେବେ ୫ଲକ୍ଷରୁ ଅଧିକ ହିତାଧିକାରୀ।

ଅକ୍ଟୋବର ମାସରୁ ନୂଆ ହିତାଧିକାରୀଙ୍କୁ ଏହି ଭତ୍ତା ଦିଆଯିବ।

ଚଳିତମାସ ୧୦ତାରିଖରେ ବାଲେଶ୍ବରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ନୂଆ ଟାର୍ଗେଟ୍‌ ନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା।

ଏବେ ୫ଲକ୍ଷ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment କିବ୍‌ର ଶକ୍ତି କେନ୍ଦ୍ର ଉପରେ ରୁଷ୍‌ର ଭୀଷଣ ଆକ୍ରମଣ; ୧୭୨ଟି ଡ୍ରୋନ୍‌, ୩୬ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ ଏହାସହ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ଅଧୀନରେ ନୂତନ 'ଏନ୍‌ଏସ୍‌ଏପି ପର୍ସ' ପୋର୍ଟାଲ ପାଇଁ କିଛି ହିତାଧିକାରୀ ଭତ୍ତା ପାଇପାରି ନାହାନ୍ତି।

ଏହାର ସମାଧାନ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି।

ଯେଉଁ ହିତାଧିକାରୀ ଯେତେ ମାସ ହେବ ଭତ୍ତା ପାଇ ନ ଥିବେ ସେମାନେ ଏକକାଳୀନ ଭତ୍ତା ପାଇବେ।

ଏଥିପାଇଁ ସାମାଜିକ ସୁରକ୍ଷା ବିଭାଗ ଏ ଦିଗରେ ସବୁପ୍ରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।

ଉଲ୍ଲେଖ ଯେ ଏନ୍‌ଏସ୍‌ଏପି ଅଧୀନରେ ହିତାଧିକାରୀଙ୍କୁ ମିଳୁଥିବା ଭତ୍ତାକୁ ନେଇ ଗତ ୬ମାସ ହେବ ସମସ୍ୟା ଲାଗି ରହିଛି।

ରାଜ୍ୟର ବିଭିନ୍ନ ଜିଲ୍ଲା ରେ ହିତାଧିକାରୀ ଏଥିପାଇଁ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ହତାଶ ହୋଇପଡ଼ିଛନ୍ତି।

ପରିଣତ ବୟସରେ ଭତ୍ତା ଉପରେ ନିର୍ଭର କରି ଚଳୁଥିବା ହିତାଧିକାରୀଙ୍କ ପାଇଁ ଏହା ବହୁ ସମସ୍ୟା ସୃଷ୍ଟି କରିଛି।

Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)