Naveen and Pandian's foreign trip: ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Nov 22, 2026 - 02:35
Naveen and Pandian's foreign trip: ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବିକାନ୍ତଙ୍କ ୨୦୨୨-୨୩ ଓ ୨୦୨୩-୨୪ର ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ହେବ।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏହାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ପାଣ୍ଡିଆନ ଓ ଆଇପିଏସ୍‌ ଅଧିକାରୀ ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି।

ବିଭିନ୍ନ ଆର୍‌ଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି।

ଏହି ଗସ୍ତ ସମ୍ପର୍କିତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀକୁ ନେଇ ସନ୍ଦେହ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ତଦନ୍ତ ଦାୟିତ୍ବ ସୂଚନାଯୋଗ୍ୟ, ୨୦୨୨ ମସିହା ଜୁନ୍ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ କିଛି ଅଧିକାରୀଙ୍କ ସହ ୬ଦିନିଆ ଇଟାଲୀ ଗସ୍ତରେ ଯାଇଥିଲେ।

ଏହି ଅବସରରେ ନବୀନ ଭାଟିକାନ୍ ସିଟିରେ ପୋପ୍‌ ଫ୍ରାନସିସ୍‌ଙ୍କୁ ଭେଟି ଫଟୋ ଉଠାଇଥିଲେ।

ଯାହାକୁ ନେଇ ସେତେବେଳେ ରାଜ୍ୟରେ ରାଜନୈତିକ ହଟଚମଟ ହୋଇଥିଲା।

ଏହି ଗସ୍ତରେ ନବୀନ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସେହିପରି ୨୦୨୩, ଏପ୍ରିଲ ୪ରୁ ୧୧ ପର୍ଯ୍ୟନ୍ତ ନବୀନ, ଭି.କେ ପାଣ୍ଡିଆନ ଓଡ଼ିଶାର ଏକ ପ୍ରତିନିଧି ଦଳ ସହ ୮ଦିନିଆ ଜାପାନର ଟୋକିଓ ଗସ୍ତରେ ଯାଇଥିଲେ।

ଏହି ଗସ୍ତ ଓଡ଼ିଶାକୁ ବିଦେଶୀ ପୁଞ୍ଜିନିବେଶକାରୀ ଆକୃଷ୍ଟ କରିବାକୁ ଥିଲା ବୋଲି କୁହାଯାଇଥିଲା।

କିନ୍ତୁ ଏହି ଦୁଇଟି ଗସ୍ତ ନେଇ କିଛି ଦିନ ତଳେ ଆର୍‌ଟିଆଇ କର୍ମୀମ‌ାନେ ମାଗିଥିବା ତଥ୍ୟ ଅଧାପନ୍ତରିଆ ଥିବା ଏବଂ କିଛି ତଥ୍ୟ ଉଦ୍ଦେଶ୍ୟମୂଳକ ଭାବେ ଲୁଚାଯାଇଥିବା ଅଭିଯୋଗ ଉଠିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)