Natural Disaster Management ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ମଳିଛି ୧୭୧୮କୋଟି ଟଙ୍କା

Nov 20, 2026 - 18:58
Natural Disaster Management ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ମଳିଛି ୧୭୧୮କୋଟି ଟଙ୍କା

ଭୁବନେଶ୍ବର(ବିଧାନସଭା): ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ମଧ୍ୟରେ ୧୭୧୮କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଦର୍ଶାଇଛନ୍ତି।

Advertisment Assembly: ପୁଣି ଅଚଳ: ୧୪ ମିନିଟ୍‌ରେ ସୀମିତ ଗୃହକାର୍ଯ୍ୟ, ସ୍ବାଭାବିକ ହେବା ସମ୍ଭାବନା କମ୍ ମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ଅଂଶଧନ ୪୨୯.୫୦କୋଟି ଓ କେନ୍ଦ୍ର ସରକାରଙ୍କର ୧୨୮୮.୫୦କୋଟି ଟଙ୍କା ମିଳିଛି।

ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ବିପର୍ଯ୍ୟୟ ମୁକାବିଲା, ସହାୟତା, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ବ୍ୟୟ କରିବାର ନିୟମ ରହିଛି।

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ୧୪ଟି ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡ଼ି, ଭୂକମ୍ପ, ଅଗ୍ନିକାଣ୍ଡ, ସୁନାମି, କରକାପାତ, ହିମସ୍ଖଳନ, ଭୂସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ, ଶୀତଲହରୀ, ବଜ୍ରପାତ ଓ ଅଂଶୁଘାତ ଆଦିରେ ପ୍ରଭାବିତ ପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇବା ସହିତ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏସଡ଼ିଆରଏଫ) ବ୍ୟବହାର ହେଉଛି।

Assembly session: ବିଧାନସଭା ପୂର୍ବରୁ ଶିକ୍ଷକଙ୍କ ସମସ୍ୟା ଆଲୋଚନା: ସବୁଜ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ୭୯ଟି ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାନୀୟ ପ୍ରସଙ୍ଗରେ ଘୋଷିତ ୭ଟି ବିପର୍ଯ୍ୟୟ ଯଥା ଘୂର୍ଣ୍ଣିବାତ୍ୟା, ଟର୍ନାଡ଼ୋ, ପ୍ରବଳ ବର୍ଷା, ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମରିବା, ସାପକାମୁଡ଼ା ଓ ଅଦିନିଆ ବର୍ଷା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ବ୍ୟବହାର ହେଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ତେବେ ମିଳିଥିବା ଅନୁଦାନକୁ ଜିଲ୍ଲଗୁଡ଼ିକର କ୍ଷୟକ୍ଷତିକୁ ଭିତ୍ତି କରି ପ୍ରଦାନ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି।

ଏପରିକି ଅର୍ଣ୍ଣବ ଜନିତ ବନ୍ୟା ଓ କ୍ଷୟକ୍ଷତି ତଥ୍ୟକୁ ଭିତ୍ତିକରି ଅନୁଦାନ ଯୋଗାଇ ଦିଆଯାଇଛି ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)