National Urban Conclave: ଜାତୀୟ ଅର୍ବାନ୍ କନ୍କ୍ଲେଭ୍ ଉଦ୍ଘାଟିତ: ୨୦୩୬ରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବ
ଭୁବନେଶ୍ୱର: ଦେଶର ହାରାହାରି ସହରୀକରଣ ତୁଳନାରେ ଓଡ଼ିଶାର ସହରୀକରଣ ବହୁ ପଛରେ ରହିଛି। ଆମ ସରକାର ଆସିବା ବେଳେ ବି ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସେଭଳି ଆବଶ୍ୟକ ପାଣ୍ଠି ନଥିଲା। ଏବେ ଓଡ଼ିଶାର ସହରୀକରଣ ୧୭ ପ୍ରତିଶତ ଥିବା ବେଳେ ୨୦୩୬ ସୁଦ୍ଧା ଏହାକୁ ୪୦ ପ୍ରତିଶତରେ ପହଞ୍ଚାଇବୁ। ଓଡ଼ିଶାର ସବୁ ସହରାଞ୍ଚଳକୁ ବିଶ୍ବସ୍ତରୀୟ ରୂପ ଦେବୁ। ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ଏଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହ ରାଜ୍ୟର ଅର୍ଥନୀତିର ଆକାର ୫୦୦ ବିଲିଅନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ
ଓଡ଼ିଶାର ସହରାଞ୍ଚଳକୁ ବିଶ୍ବସ୍ତରୀୟ ରୂପ ଦେବୁ: ମୁଖ୍ୟମନ୍ତ୍ରୀ
ଆଜି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ଅର୍ବାନ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଦେଶର ସବୁ ସହରାଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବର ସହର ଏହାର ଜ୍ବଳନ୍ତ ଉଦାହରଣ। ଭୁବନେଶ୍ବର ସହର ମାତ୍ର ୪୦ହଜାର ଲୋକଙ୍କୁ ଆଖି ଆଗରେ ରଖି ବିକଶିତ କରାଯାଇଥିଲା। ଆଜି ଏଠାର ଜନସଂଖ୍ୟା ୧୩ଲକ୍ଷ ଛୁଇଁଲାଣି। ଉପକଣ୍ଠ ଅଞ୍ଚଳକୁ ମିଶାଇଲେ ଜନସଂଖ୍ୟା ୨୭ଲକ୍ଷ ଡେଇଁଲାଣି। ଆମେ ଗ୍ରେଟର୍ ଭୁବନେଶ୍ବରର ଲକ୍ଷ୍ୟ ରଖିଛୁ। ଗ୍ରେଟର ଭୁବନେଶ୍ବର ଭିତରେ ଆସୁଥିବା ଭୁବନେଶ୍ବର ସମେତ କଟକ, ଖୋରଧା, ଚୌଦ୍ବାର ଆଦି ଅଞ୍ଚଳକୁ ମିଶାଇଲେ ଜନସଂଖ୍ୟା ୪୦ଲକ୍ଷ ଟପିଗଲାଣି। ଏହା ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି ଏବଂ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇଛି।
DMFରୁ ପଡ଼ୋଶୀ ଜିଲ୍ଲାକୁ ୭୦ ଭାଗ ଅନୁଦାନ ବିରୁଦ୍ଧରେ ତେଜୁଛି ସ୍ବର
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ହେବାକୁ ଯାଉଛି। ୨୦୪୭ ସୁଦ୍ଧା ଦେଶର ସହରୀ ଜନସଂଖ୍ୟା ଗ୍ରାମୀଣ ଜନସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସହରଗୁଡ଼ିକୁ ସମାବେଶୀ, ପ୍ରଯୁକ୍ତି ବିଦ୍ୟାସମ୍ପନ୍ନ ଓ ଆଧୁନିକ ସୁବିଧାସୁଯୋଗରେ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଶିଳ୍ପାୟନ, ବନ୍ଦର ବିକାଶ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିସାରିଥିବା ବେଳେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ସହ ୨୦୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗ ପାଦ ଥାପି ସାରିଲେଣି। ରାଜ୍ୟର ଅର୍ଥନୈତିକ ବିକାଶକୁ ଗତି ଦେବାକୁ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍’ ପ୍ରତିଷ୍ଠା କରାଯାଉଛି। ଏହା ଅଧୀନରେ ୨୮୦ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯେଉଁଥିରୁ ୩ ପ୍ରକଳ୍ପ ପାଇଁ ୫ହଜାର କୋଟି ଟଙ୍କାର ଆର୍ଥିକ ମଞ୍ଜୁରି ମିଳିଛି। ଭୁବନେଶ୍ୱର ଓ କଟକର ସମ୍ପ୍ରସାରଣ କରି ନୂଆ ସାଟେଲାଇଟ୍ ଟାଉନ୍ସିପ୍ ଗଠନ କରାଯାଉଛି। ୮୩୦୦ କୋଟିରୁ ଅଧିକ ଟଙ୍କାରେ ଖୋରଧା, ଭୁବନେଶ୍ବର, କଟକ ଓ ଚୌଦ୍ବାରକୁ ନେଇ କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍ କରାଯାଉଛି।
୨୦୩୬ରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବ
ନୂଆ ସରକାର ପାଖରେ ସହରାଞ୍ଚଳ ବିକାଶ ପାଣ୍ଠି ନଥିଲା
୨୬ଟି ନୂଆ ଇ-ବସ୍ର ଶୁଭାରମ୍ଭ, ଆଉ ୯ ସହର ସହ ଯୋଡ଼ି ହେବ ‘ଆମ ବସ୍’
Border tension: ଅରୁଣାଚଳର ଦୁଇଟି ସେକ୍ଟରରେ ଏବେ ବି ସମ୍ବେଦନଶୀଳ ସ୍ଥିତି; ସୀମା ସ୍ଥିତି ନିୟନ୍ତ୍ରଣରେ
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହର)ରେ ୧.୫୩ ଲକ୍ଷ ଆବାସ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨.୦ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହର) ବନ୍ଧୁ ଯୋଜନାରେ ୫ ବର୍ଷରେ ୧୬୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗରିବ ପରିବାରଙ୍କୁ ସରକାର ଭୁବନେଶ୍ବରରେ ଭଡ଼ାରେ ଘର ଦେବାକୁ ଯୋଜନା କରିଛନ୍ତି, ସାରା ଦେଶରେ ଏଭଳି ଯୋଜନା ପ୍ରଥମ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପିଏମ୍ ଇ-ବସ୍ ସେବା ଅଧୀନରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହା ଅଧୀନରେ ଆହୁରି ୪୦୦ଟି ଇ-ବସ୍, ୧୦୦ଟି ମଧ୍ୟମ ଓ ୫୦ଟି ଛୋଟ ଇ-ବସ୍ ଯୋଡ଼ିହେବ। ବର୍ତ୍ତମାନ କ୍ରୁଟ୍ ଜରିଆରେ ୭ଟି ସହରରେ ଆମ ବସ୍ ଚାଲୁଥିବାବେଳେ ନୂଆ ଇ-ବସ୍ ଆସିବା ପରେ ବାରିପଦା, ଅନୁଗୋଳ, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ରାୟଗଡ଼ା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍ ସେବା ଆରମ୍ଭ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଅଙ୍କୁର’ ଓ ‘ଟାଉନ୍ ପ୍ଲାନିଂ’ ପୁସ୍ତିକା(ହ୍ୟାଣ୍ଡବୁକ୍) ଉନ୍ମୋଚନ କରିଥିଲେ। ନୂତନ ନଗର ଉନ୍ନୟନ ନୀତିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନୀତି ଆୟୋଗର ସିଇଓ ଅନୁରାଗ ଜୈନ, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ସତେନ୍ଦ୍ର ପାଲ ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
