Jatani Shantilata Murder Case: ଜଟଣୀ ଶାନ୍ତିଲତା ହତ୍ୟା ମାମଲା: ୩ ମାସ ବିତିଲା, ମିଳିଲାନି ହତ୍ୟାକାରୀ

Oct 25, 2026 - 07:50
Jatani Shantilata Murder Case: ଜଟଣୀ ଶାନ୍ତିଲତା ହତ୍ୟା ମାମଲା: ୩ ମାସ ବିତିଲା, ମିଳିଲାନି ହତ୍ୟାକାରୀ

ଭୁବନେଶ୍ବର: ତିନି ମାସ ବିତିଗଲା।

ବହୁଚର୍ଚ୍ଚିତ ଜଟଣୀ ଉପରବସ୍ତ ଗାଁର ଶାନ୍ତିଲତା ପ୍ରଧାନ ହତ୍ୟାକାଣ୍ଡ ର ରହସ୍ୟ ଉନ୍ମୋଚିତ ହୋଇପାରିଲାନି।

ଗାଁ ଭିତରେ ଏକାକୀ ଘରେ ଥିବା ଜଣେ ବୃଦ୍ଧାଙ୍କୁ କେହି ବୀଭତ୍ସ ଭାବେ ହତ୍ୟା କଲା, ଅଥଚ ପୁଲିସ ହତ୍ୟାକାରୀର ଟେର୍‌ ପାଇଲା ନାହିଁ।

ଶାନ୍ତିଲତାଙ୍କ ଏକମାତ୍ର ପୁଅ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ କେହି ଦୁର୍ବୃତ୍ତ ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଗଲା।

ହତ୍ୟାକାରୀ କିଏ, ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ପଛରେ କାରଣ କ'ଣ, ତାହାର ଗୁମର ଆଜି ବି ଲୋକଲୋଚନକୁ ଆସିପାରିଲା ନାହିଁ।

ପୁଲିସ ତଦନ୍ତ ଜାରି ରଖିଥିବା କହୁଥିବା ବେଳେ ଦିନ ପରେ ଦିନ ଗଡ଼ିଚାଲିଛି ଏବଂ ହତ୍ୟାକାରୀକୁ ପୁଲିସ ଠାବ କରିପାରୁନାହିଁ।

ଜୁଲାଇ ୨୪ ତାରିଖ ରାତିରେ ଜଟଣୀ ଥାନା ଉପରବସ୍ତ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା ଏବଂ ୨୫ ତାରିଖ ସକାଳୁ ଲୋକେ ଜାଣିଥିଲେ।

ସକାଳୁ ସକାଳୁ ଶାନ୍ତିଲତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଶୋଇବାଘର ବାରଣ୍ଡାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

କେହି ଦୁର୍ବୃତ୍ତ ତାଙ୍କୁ ଶୋଇବାଘରୁ ବାହାରକୁ ଟାଣି ଆଣି ତାଙ୍କ ମୁଣ୍ଡକୁ କୌଣସି ଓଜନିଆ ବସ୍ତୁରେ ଛେଚି ଦେଇଥିଲା।

ଖବର ପ୍ରଚାରିତ ହେବା ମାତ୍ରେ ଉପରବସ୍ତ ଗାଁ ସମେତ ସମଗ୍ର ଜଟଣୀ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

Advertisment Eye checkup camp: ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଦେଇଥିଲେ।

ସନ୍ଧାନୀ କୁକୁରକୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଥିଲା।

ଘଟଣାସ୍ଥଳରୁ ପୁଲିସକୁ ଏକ ହାତୁଡ଼ି ମିଳିଥିଲା।

ପଚରାଉଚରାରୁ ଜଣାପଡ଼ିଲା ଯେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପୁଅ ସନ୍ତୋଷର କିଡ୍‌ନି ରୋଗ ଚିକିତ୍ସା ପାଇଁ ଶାନ୍ତିଲତା କିଛି ଟଙ୍କା ରଖିଥିଲେ।

ସେହିଭଳି ତାଙ୍କ ପାଖରେ କିଛି ସୁନା ଗହଣା ମଧ୍ୟ ଥିଲା।

ପୁଅ ମେଡିକାଲ୍‌ରେ ଚିକିତ୍ସାଧୀନ ଥିବାରୁ ଶାନ୍ତିଲତା ଏକାକୀ ଘରେ ଥିଲେ।

ତେଣୁ ଟଙ୍କା ଓ ସୁନାଗହଣାକୁ ଲୁଟିବା ପାଇଁ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛି ବୋଲି ସନ୍ଦେହ ବଢ଼ିଥିଲା।

ତେଣୁ ସେତେବେଳେ ପୁଲିସ ଶାନ୍ତିଲତାଙ୍କ ସମ୍ପର୍କୀୟମାନଙ୍କଠାରୁ କିଛି ସୁରାକ ପାଇବା ଆଶାକରି ପଚରାଉଚରା କରିଥିଲା।

ମାତ୍ର ଫଳ ଶୂନ।

ସ୍ଥାନୀୟ ଲୋକଙ୍କ କହିବା କଥା, ଶାନ୍ତିଲତାଙ୍କ ସହ କାହାର ସେମିତି ପୂର୍ବ ଶତ୍ରୁତା ନଥିଲା।

ବରଂ ଏକମାତ୍ର ରୋଗିଣା ପୁଅ ପାଇଁ ସମସ୍ତେ ତାଙ୍କୁ ସମବେଦନା ଜଣାଉଥିଲେ।

ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିନାହିଁ।

ସେହିଭଳି ଶାନ୍ତିଲତାଙ୍କୁ ମାରିବା ପାଇଁ ସୁପାରି କାରବାର ହେବା ଭଳି କାରଣ ମଧ୍ୟ ନାହିଁ।

ତେଣୁ ହତ୍ୟାକାରୀ କୌଣସି ଅନ୍ତଃରାଜ୍ୟ ଅପରାଧୀ ନୁହେଁ।

କେହି ଚୋରି କରିବାକୁ ତାଙ୍କ ଘରେ ପଶିବା ପରେ ଧରାପଡ଼ିବା ଭୟରେ ତାଙ୍କୁ ମାରିପକାଇଛି ବୋଲି ଆଜି ବି ଚର୍ଚ୍ଚା ହେଉଛି।

Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ ହତ୍ୟାକାରୀକୁ ଠାବ କରିବାରେ ବିଫଳ ହୋଇ ପୁଲିସ ଶାନ୍ତିଲତାଙ୍କ ପୋଷ୍ଟର୍ ଲଗାଇଥିଲା।

ହତ୍ୟାକାରୀ ବାବଦରେ ସୂଚନା ଦେଲେ, ୫୦ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଥିଲା।

କିନ୍ତୁ ପୁଲିସର ସବୁ ଯୋଜନା ଫେଲ୍‌।

ସେପଟେ ଶାନ୍ତିଲତାଙ୍କ ମୃତ୍ୟୁର ୨୬ଦିନ ପରେ ତାଙ୍କ ପୁଅ ସନ୍ତୋଷଙ୍କର ମୃତ୍ୟୁ ଘଟିଲା।

ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ତାଙ୍କୁ ତାଙ୍କ ମା'ଙ୍କ ମୃତ୍ୟୁ ଖବର ଦିଆଯାଇନଥିଲା। ‌ମା' ଓ ପୁଅଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ନେଇ ସେତେବେଳେ ଗାଁରେ ଉତ୍ତେଜନା ବଢ଼ିଥିଲା।

ଲୋକେ ଥାନାରେ ହୋ-ହଲ୍ଲା କରିଥିଲେ।

କିନ୍ତୁ ପୁଲିସ ତଦନ୍ତ କରୁଥିବା କହି କହି ଦିନ ଗଡ଼ାଇ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)