National Highway: ଲଗାଣ ବର୍ଷାରେ ଜାତୀୟ ରାଜପଥ ଧସିଲା, ଗାଡ଼ି ଧସେଇ ପାଣିରେ ଓଲଟିଲା
"ମହାକାଳପଡ଼ା (ସଞ୍ଜୟ ଦାସ ): ଗତ କିଛି ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ମହାକାଳପଡ଼ା ଅଞ୍ଚଳ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଅଂଶ ନୀଳାଚଳ ବଜାର ନିକଟରେ ଆଜି ସକାଳ ପ୍ରାୟ ୮ ଟା ସମୟରେ ଧସି ଯାଇଛି।
ଫଳରେ ୩ଟି ଟ୍ରକ୍ ଧସି ଯାଇ ପାଣିରେ ଓଲଟି ପଡ଼ିଛି।
ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ।Advertisment ସ୍ଥାୟୀ ସମାଧାନ କରିବାକୁ ଦାବି ରାଜପଥର ମାଟି ଧସି ଯାଇଥିବାରୁ ଟ୍ରକ୍ ଗୁଡ଼ିକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପାଣିରେ ଓଲଟି ପଡ଼ିଛି।
ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ନିମ୍ନମାନର କାମ ଯୋଗୁଁ ଅଳ୍ପ ବର୍ଷାରେ ହିଁ ଜାତୀୟ ରାଜପଥ ଧସି ଯାଉଛି।
ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
RI: ଘରକୁ ଫେରୁଥିବା ବେଳେ ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
