National Handloom Day: ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ-୨୦୨୬ ଉଦଯାପିତ

Aug 14, 2026 - 09:51
National Handloom Day: ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ-୨୦୨୬ ଉଦଯାପିତ

"ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଅବସ୍ଥିତ "ରେଶାଭବନ"ରେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୬ର ଉଦଯାପନୀ ସମାରୋହ ପାଳନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ  ଜାତୀୟ ହସ୍ତତନ୍ତ ଦିବସ ହେଉଛି ଆମର ବୁଣାକାରମାନଙ୍କ ଦକ୍ଷତା, ସମର୍ପଣ ଓ ସ୍ଥିରତା ପ୍ରତି ସମ୍ମାନ।

ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ପରିଚୟ, ଆମର ସଂସ୍କୃତି ଏବଂ ଆମର ଜୀବନ୍ତ ଐତିହ୍ୟ ।

ପ୍ରତ୍ୟେକ ବୟନ ଯଥା ସମ୍ବଲପୁରୀ ବାନ୍ଧ, ବୋମକାଇ, ଖଣ୍ଡୁଆ, କୋଟପାଡ, ବ୍ରହ୍ମପୁରୀ ପାଟ୍ଟ କିମ୍ବା ଗୋପାଳପୁର ଟସର , ଆମ ଭୂମି, ଆମ ଲୋକ ଏବଂ ଆମର କାଳଜୟୀ ପରମ୍ପରାର କାହାଣୀ ବହନ କରେ ।Advertisment ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ନିଜ ବକ୍ତବ୍ୟରେ ସେ ରାଜ୍ୟସରକାରଙ୍କର ବହୁମୁଖୀ ଓ ଅନ୍ତର୍ଭୂକ୍ତିସମ୍ପନ୍ନ ଆଭିମୁଖ୍ୟ ମାଧ୍ୟମରେ ବୁଣାକାରଙ୍କ କଲ୍ୟାଣ ଓ ସଶକ୍ତିକରଣ ସୁନିଶ୍ଚିତ କରିବାରେ ସକ୍ରିୟ ଅଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟର ବୟନ କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ "ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା"  ଅଧୀନରେ ୫ ବର୍ଷ ପାଇଁ ମୋଟ ୪୯୦ କୋଟି ୯୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା ମାଧ୍ୟମରେ କଞ୍ଚାମାଲ ବ୍ୟାଙ୍କ ନିର୍ମାଣ, ବୁଣାକାରମାନଙ୍କୁ ସମ୍ମାନ ପ୍ରଦାନ, ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯାଉଛି ତଥା ବଜାର ସୁବିଧା ସୃଷ୍ଟି ପାଇଁ ଚେଷ୍ଟା କରା ଯାଉଛି।

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ପାଇଁ ୫ ବର୍ଷରେ ୨୭୪କୋଟି ଟଙ୍କା ବିନିଯୋଗ କରି ରେଶମ ବିକାଶର ଲକ୍ଷ୍ୟ ରଖା ଯାଇଛି।

ଆଜିର ଏହି ଉଦଯାପନୀ ସମାରୋହରେ ଯୋଗଦେଇଥିବା ଜାତୀୟ ପୁରସ୍କାରପ୍ରାପ୍ତ, ସନ୍ଥ କବୀର ପୁରସ୍କାରପ୍ରାପ୍ତ ଏବଂ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।

ସେହିପରି ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଜାତୀୟ ହସ୍ତତନ୍ତ ଦିବସର ଇତିହାସ ବିଷୟରେ କହିବା ସହ ବିଭାଗର ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ଓଡ଼ିଶାର ହସ୍ତତନ୍ତ ଓ ବୟନଶିଳ୍ପର ସମୃଦ୍ଧ ପରମ୍ପରା ଏବଂ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ଶ୍ରବଣ-ଦୃଶ୍ୟ (Audio-visual representation)ଉପସ୍ଥାପନା ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବରଗଡ଼ର ସୋହେଲାଠାରେ ସମ୍ବଲପୁରୀ ବସ୍ତ୍ରାଳୟର ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର, ଖୋର୍ଦ୍ଧାର ଏରି ବିହନ କେନ୍ଦ୍ରରେ ପାଳନ ଗୃହ (ରିୟରିଂ ହାଉସ୍) ନିର୍ମାଣ, ଏବଂ ଜଗତସିଂହପୁରର ଓଡ଼ିଶୋ WCS ଠାରେ ବହୁମୁଖୀ ସୁବିଧା କେନ୍ଦ୍ର ନିର୍ମାଣ ସାମିଲ ରହିଛି।

ଏହା ବ୍ୟତୀତ, ପୁରୀ ଜିଲ୍ଲାର ନିମାପଡ଼ାଠାରେ "ରେଶମ ଓଡ଼ିଶା" ସୋରୁମ୍, ଢେଙ୍କାନାଳଠାରେ ବୁଣାକାର ଓ ବିକ୍ରୟ କର୍ମଚାରୀଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର (CFC) ନିର୍ମାଣ ଏବଂ ବୟନିକା ସୋରୁମ୍‌ର ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରାଯାଇଛି।

Odisha High Court: ଟ୍ରାଫିକ ସମସ୍ୟା ଦୂର ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଚହଟା-ନରାଜ ରାସ୍ତାରେ ହେବ ଆଲୋକ ବ୍ୟବସ୍ଥା ଏହି ଉତ୍ସବର ଏକ ଅଂଶ ଭାବରେ ଜିଲ୍ଲାସ୍ତରୀୟ ହାକାଥନ ପରେ ରାଜ୍ୟସ୍ତରୀୟ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାଗୁଡ଼ିକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନକରି  ନିଜର ନବସୃଜନଶୀଳ ମନୋଭାବକୁ ପ୍ରତିଫଳିତ କରିଛନ୍ତି ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କାର ପ୍ରାପ୍ତ କରିଛନ୍ତି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଗ୍ରୁପ ସଦସ୍ୟ ୟୁ.

ଆଦର୍ଶ କୁମାର, ଏ.ଗଣପତି, ଏ.

କୁସୁମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅତିଥିମାନେ ଚାରା ରୋପଣ କରିଥିଲେ ଯାହା ସରକାରଙ୍କର ପରିବେଶ ସୁରକ୍ଷା ତଥା "ଏକ୍ ପେଡ୍‌ ମା କେ ନାମ୍" ଭିଜନର ପ୍ରସାର କରିଥିଲା ଏହି ଅବସରରେ, ବିଭାଗୀୟ କମିଶନର ତଥା ଶାସନ ସଚିବ, ଶ୍ରୀମତୀ ଗୁହା ପୁନମ ତାପସ କୁମାର, ବୟନିକାର ସଭାପତି ପ୍ରକାଶ ମେହେର, ସେରିଫେଡ଼ର ସଭାପତି ଭାଗିରଥି ନନ୍ଦ, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ  ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଓଡିଶା କ୍ରାଫ୍ଟସ କାଉନସିଲର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଏହି ସଭାରେ ଓଡ଼ିଶାର  ଜାତୀୟ ପୁରସ୍କାର ପ୍ରାପ୍ତ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଶରତ କୁମାର ପାତ୍ର, ଗୋବର୍ଦ୍ଧନ ପନିକାଙ୍କ ସ୍ଥାନରେ ତାଙ୍କ ସହଧର୍ମିଣୀ ଜେମା ପାନିକା  ଏବଂ ସନ୍ଥ କବିର ପୁରସ୍କାର ବିଜେତା କ୍ଷେତ୍ର  ମେହେର, ଭିକାରି ମେହେର, ସୁରେନ୍ଦ୍ର ମେହେର, ଭକ୍ତରାଜ ମେହେର, ଦେବକୀ ମେହେର, ହରିଶଙ୍କର ମେହେର, ମକରଧ୍ୱଜ ମେହେର, ରୁଷାଭା ମେହେର, ଈଶ୍ୱର ମେହେର, ହରିଲାଲ ମେହେର, ରାମ ମେହେର, ଅରିନ୍ଦ୍ର ମେହେର, ଶ୍ୟାମ ସୁନ୍ଦର କରନ, ଜାତୀୟ ପୁରସ୍କାର ବିଜେତା ଲଷ୍ମୀପ୍ରିୟା ଦାସ, ରାଜ କିଶୋର ମହାନାୟକ, ଚକ୍ରପାଣି ପାତ୍ର, ଭରତ ମେହେର ସମ୍ବର୍ଦ୍ଧିତ ହୋଇଥିଲେ ।ଏଥିସହ ବିଭିନ୍ନ ଜିଲ୍ଲାର ଅଧିକାରୀମାନଙ୍କୁ ବିଭାଗ ନିମନ୍ତେ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।

ପରିଶେଷରେ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media