Nabika's engagement: ନବିକାଙ୍କ ନିର୍ବନ୍ଧ ଭାଙ୍ଗିଲା!

Oct 29, 2026 - 06:15
Nabika's engagement: ନବିକାଙ୍କ ନିର୍ବନ୍ଧ ଭାଙ୍ଗିଲା!

'ୟେରିସ୍ତା କ୍ୟା କେହେଲାତା ହୈ' ଧାରାବାହିକର ଅଭିନେତ୍ରୀ ଭାବେ ପ୍ରସିଦ୍ଧ ନବିକା କୋଟିଆଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ସୂଚନା ଆସିଛି।

ଚଳିତବର୍ଷ ଜାନୁଆରିରେ ନବିକାଙ୍କର ପୁଣେର ବ୍ୟବସାୟୀ ମାଜେନ୍ ମୋଡ଼ିଙ୍କ ସହ ନିର୍ବନ୍ଧ ହୋଇଥିବା ବେଳେ ଏବେ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଖବର ସାମ୍ନାକୁ ଆସିଛି।

ଆସନ୍ତାବର୍ଷ ଦୁହିଁଙ୍କ ବିବାହ ହେବାର ଯୋଜନା ରହିଥିଲା।

ମାତ୍ର ବିବାହ ପୂର୍ବରୁ ହିଁ ସେମାନଙ୍କ ସମ୍ପର୍କରେ ଏହି ନୂଆ ମୋଡ଼ ଆସିଛି।

ରିପୋର୍ଟ ଅନୁସାରେ, ଦୁହିଁଙ୍କ ଚିନ୍ତାଧାରା, ଜୀବନର ପ୍ରାଥମିକତା ଏବଂ ଭବିଷ୍ୟତକୁ ନେଇ ଯୋଜନା ପରସ୍ପର ସହ ମେଳ ଖାଉ ନଥିବାରୁ ଉଭୟ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ଦୁହିଁଙ୍କ ସହମତିରେ ହିଁ ଏହି ନିର୍ବନ୍ଧ ଭଙ୍ଗାଯାଇଛି।

Advertisment Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ଏହି ଖବର ସାମ୍ନାକୁ ଆସିବା ପରେ ନବିକାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ନିର୍ବନ୍ଧ ଭାଙ୍ଗିବା ନେଇ ନବିକା କିମ୍ବା ମାଜେନ୍ ମୋଡ଼ିଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ହିନ୍ଦୀ ଟେଲିଭିଜନ୍ ଦୁନିଆର ଜଣାଶୁଣା ଅଭିନେତ୍ରୀ ନବିକା ବହୁ ଧାରାବାହିକରେ ଅଭିନୟ କରିଥିବା ବେଳେ ବିଦ୍ୟା ବାଲନ୍‌ଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର 'ଭୁଲ୍ ଭୁଲେୟା'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

ଏହାପରେ ୨୦୧୨ରେ ମୁକ୍ତିଲାଭ କରିଥିବା 'ଇଂଲିସ୍‌ ଭିଂଲିସ୍‌' ଚଳଚ୍ଚିତ୍ରରେ ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।

ଏହା ବ୍ୟତୀତ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଥିବା ୱେବ୍ ସିରିଜ୍‌ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଛି।

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)