Nabarangpur Development Plan ଜିଲ୍ଲାର ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

Jul 07, 2026 - 20:31
Nabarangpur Development Plan ଜିଲ୍ଲାର ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

"ନବରଙ୍ଗପୁର (ସୁରେଶ ନାଇଡ଼ୁ): ଜିଲ୍ଲାର ୧୦ବ୍ଲକରେ ଜୀବିକା, ପର୍ଯ୍ୟଟନ, କୃଷି ,ଜଳସେଚନ, ଅନୁସଙ୍ଗିକ ଭିତ୍ତିଭୂମି, ଗମନାଗମନ, ରାସ୍ତା, ରେଳ ଓ ବିମାନ, ଦକ୍ଷତାବିକାଶ ଓ ସାମଜିକ ସୁରକ୍ଷା ଆଦି ୬ଟି ଦିଗରେ ୨୫ଟି ପ୍ରକଳ୍ପ ନିମନ୍ତେ ୧୪୭୧କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଜିଲ୍ଲାପାଳ ଡ ମହେଶ୍ବର ସ୍ବାଇଁ ସୂଚନା ଦେଇଛନ୍ତି।

Advertisment ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଜିଲ୍ଲାପାଳ ସ୍ବାଇଁ କହିଛନ୍ତି, ଜିଲ୍ଲାର ୧୦ଟି ବ୍ଲକରେ ବସବାସ କରୁଥିବା ଯୁବକ ଓ ଯୁବତୀ ଆଦିଙ୍କୁ ନେଇ ଜୀବନଜୀବିକା ପାଇଁ ୨ଟି କ୍ଷେତ୍ରକୁ ଚୟନ କରି ୩୫କୋଟିର ବ୍ୟୟ ବରାଦ କରାଯାଇଛି।

୧୦ଟି ବ୍ଲକରେ ଥିବା ତାଲିମ ପ୍ରାପ୍ତ ଟାଇଲର ଯୁବକ ଓ ଯୁବତୀ, ମହିଳା ଓ ପୁରୁଷଙ୍କୁ ନେଇ ପୋଷାକ ତିଆରି ୟୁନିଟ୍ ୧୦ଟି ବ୍ଲକରେ ୧.୫କୋଟି ଲେଖାଏଁ ବ୍ୟୟରେ ସ୍ଥାପନ କରାଯିବାର ଯୋଜନା ରହିଛି।

ଏହା ବାଦେ ମକା ଉତ୍ପାଦନ ହେଉଥିବାରୁ ମକା ମଂଜିରୁ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ନିମନ୍ତେ ୨୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏଥିରୁ କର୍ଣ୍ଣପ୍ଲୋର, କର୍ଣ୍ଣଫ୍ଲେକ୍ସ, ପଫ୍, କୁରକୁରେ ଭଳି ଖାଦ୍ୟ ପ୍ରସ୍ତୁତି କରି ବଜାର ମକାର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକଳ୍ପ କରିବା ଲକ୍ଷ୍ୟ ରହିଛି।

Nabarangpur: ନବରଙ୍ଗପୁର ଆରସିଡି ହାଇସ୍କୁଲ ପଡ଼ିଆରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ସେହିଭଳି ପର୍ଯ୍ୟଟନ କ୍ଷେତ୍ରର ୬ଟି ସ୍ଥାନର ବିକାଶ କରିବା ପାଇଁ ୫୩.୨୩କୋଟିର ବ୍ୟୟ ବରାଦ କରାଯାଇଛି।

ଏଥିରେ ନନ୍ଦାହାଣ୍ଡି ବ୍ଲକର ସାଗରମୁଣ୍ଡାକୁ ୧୫କୋଟି ଓ ବୁଢ଼ାରାଜା ମନ୍ଦିରକୁ ୧୦କୋଟି, ଚନ୍ଦାହାଣ୍ଡି ବ୍ଲକର ଭୈରାଗୁମର ଜଳଭଣ୍ଡାରକୁ ୨କୋଟି, ଇନ୍ଦ୍ରାବତୀ ନଦୀରେ ବୋଟିଂ ପାଇଁ କୋଟିଏ, ତେନ୍ତୁଳିଖୁଣ୍ଟିବ୍ଲକର ଡଙ୍ଗାଝରଣରେ ଇକୋ ପାର୍କ ପାଇଁ ୨୦.୨୩କୋଟି, ଉମରକୋଟରେ ଜଳ ପାର୍କ ପାଇଁ ୫କୋଟି ରଖାଯାଇଛି।

କୃଷି ଓ ଜଳସେଚନର ବିକାଷରେ ୨୮୯.୮୦କୋଟିର ବ୍ୟୟ ବରାଦ ରହିଛି।

ଏଥିରେ ତେଲନଦୀ ଠାରୁ ଭାସ୍କେଲ ନଦୀ ସଂଯୋଗୀକରଣ ପାଇଁ ୨୫୦କୋଟି, ଆଡିବନ୍ଦ ପାଇଁ ୨କୋଟି, ମୃତ୍ତିକା ପରୀକ୍ଷା ପାଇଁ ୩୭.୮୦କୋଟି ରହିଛି।

ତେଲନଦୀ-ଭାସ୍କେଲର ସଂଯୋଗୀ କରଣ ହେଲେ ୫୦ହଜାର ଏକର ଜମିରେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

୧୨ଟି ଭିତ୍ତିଭୂମି ସୁଧାର ଓ ସଂଯୋଗୀକରଣ ପ୍ରକଳ୍ପ ପାଇଁ ୧୦୬୦କୋଟିର ଯୋଜନା କରାଯାଇଛି।

୧୨କୋଟି ବ୍ୟୟରେ ନବରଙ୍ଗପୁରରେ ୨୦୦ସିଟ୍ ବିଶିଷ୍ଟ ଅ‌ଡିଟୋରିୟମ୍ ଓ କନଫେରନ୍ସ ହଲ୍, ୪କୋଟିରେ ତେନ୍ତୁଳି ପ୍ରକ୍ରିୟାକରଣ କଳ, ୨୦କୋଟିର ମକା ପ୍ରକ୍ରିୟାକରଣ ୟୁନିଟ, ଉମରକୋଟରେ ୧୦କୋଟିର ସ୍ପେର୍ଟସ୍ କମ୍ପ୍ଲେକ୍ସ, ୧୦କୋଟିର ଶୀତଳଭଣ୍ଡାର ସହ ଇଣ୍ଡର‌ଷ୍ଟାଡିୟମର ପୁନରୁଦ୍ଧାର, ଗ୍ରାମାଂଚଳର ରାସ୍ତା ପ୍ରଶସ୍ତୀକରଣ ରହିଛି।

ଏହା ସହ ପାପାଡାହାଣ୍ଡିରୁ ରାଇଘର ଯାଏଁ ନୂଆ ରେଳଲାଇନ କରାଯିବାକୁ ବି ଯୋଜନା ରହିଛି।

୨୫୦କୋଟି ଟଙ୍କା ବ୍ୟୟରେ ଉମରକୋଟରେ ଏୟାରଷ୍ଟ୍ରିପ୍ ନିର୍ମାଣ ସହ ବହୁପ୍ରତିକ୍ଷିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ କେନ୍ଦୁଗୁଡା ଠାରେ ୨୪୪କୋଟିର ଉଚ୍ଚସ୍ତରୀୟ ବ୍ରିଜ୍ ନିର୍ମାଣ ବି ଯୋଜନା ରହିଛି।

Nabarangpur: ପ୍ରକଳ୍ପ ଅଛି, ‌ଶୋଷ ମରୁନି, ପାଣି ପାଇଁ ନବରଙ୍ଗପୁର ଜିଲ୍ଲାରେ ହାହାକାର  ଏହା ବ୍ୟତୀତ, ୩.୭୦କୋଟିରେ  ଗୋଟିଏ ସାମାଜିକ ସୁରକ୍ଷା ପ୍ରକଳ୍ପ, ସହ ୩୦କୋଟି ଟଙ୍କାବ୍ୟୟରେ ଗ୍ରାମାଂଚଳରୁ ଉତ୍ପାଦନ ହେଉଥିବା ସାମାଗ୍ରୀର ବିକ୍ରି ପାଇଁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଆଦି ଦେବା ପାଇଁ ୩୦କୋଟିରେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।