Dead: ମ୍ୟାଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ; ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି

Jul 07, 2026 - 20:31
Dead: ମ୍ୟାଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ; ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି

"ରାୟଗଡ଼ା/କୋଲନରା: ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମ୍ୟାଲେରିଆକୁ ନେଇ ଯେତେ ଗୋଲିପି ଚିତ୍ର ଦେଲେ ମଧ୍ୟ ମ୍ୟାଲେରିଆକୁ ନେଇ ରାୟଗଡ଼ା ଜିଲ୍ଲାରେ ସମସ୍ୟାର ଅନ୍ତ ଘଟୁ ନାହିଁ।

ଶିକ୍ଷା ବିଭାଗର ଅଧିନରେ ପରିଚାଳିତ "ମଙ୍ଗଳ ବିଭାଗ"ର ‌ହଷ୍ଟେଲ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି।

ମୃତକ ଜଣଙ୍କ ହେଲେ କ‌ୋଲନରା ବ୍ଲକ ସୂରୀ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ପଢ଼ୁଥିବା ୪ର୍ଥ ଶ୍ରେଣୀ ଛାତ୍ର ଚନ୍ଦୁ ଉଲାକା (୧୦)।

ତେବେ ସବୁଠାରୁ ଦୁଃଖର ବିଷୟ ହେଲା ଯେ, ମୃତ ଛାତ୍ରର ଶବ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିପାରି ନାହିଁ, ଯେଉଁଥି ପାଇଁ ଏକ ବାଇକ୍‌ରେ ନିଆଯାଇଛି।

Advertisment ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ  ସୂଚନାରୁ ଜଣାପଡିଛି ଗତ ୩/୪ ଦିନ ହେଲା ଚନ୍ଦୁଙ୍କୁ ଜ୍ବର ହୋଇଥିଲା।

ଗତକାଲି ଚନ୍ଦୁଙ୍କ ଜ୍ବର ହୋଇଥିବା ନେଇ ବିଦ୍ୟାଳୟ କର୍ତୃପକ୍ଷ ସୂରୀ ଗ୍ରାମରେ କାର୍ଯ୍ୟରତ ଏଏନଏମଙ୍କୁ ସୂଚନା ଦେବା ପରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା।

ଏଥିରେ ମ୍ୟାଲେରିଆ ପଜିଟିଭ ରିପୋର୍ଟ ଆସିଥିବା ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି।

ମ୍ୟାଲେରିଆ ପଜିଟିଭ୍ ଆସିବା ପରେ ଏଏନଏମ ଜଣଙ୍କ ଚନ୍ଦୁଙ୍କୁ ଔଷଧ ମଧ୍ୟ ଦେଇଥିଲେ।

ଆଜି ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଚନ୍ଦୁର ବାପା ରମେଶ ଉଲାକା ବିଦ୍ୟାଳୟରେ ପହଁଚିଥିଲେ।

ଚନ୍ଦୁର ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ଦରଖାସ୍ତ ଦେଇ ଆଜି ପରିବାରବର୍ଗ ନିଜ ଗ୍ରାମ  ଲାଲିବି ନେଇଯାଇଥିଲେ।

କିନ୍ତୁ ଅପରାହ୍ନରେ ଚନ୍ଦୁଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ଆମ୍ବୁଲାନ୍ସ ଯୋଗେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ସିଏଚସିରେ ପହଁଚିବା ପରେ ଚନ୍ଦୁଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ମଙ୍ଗଳ ବିଭାଗ ‌ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପାଇଁ ପ୍ରଶାସନ ତାଗିଦ କରୁଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷଙ୍କ ମାନସିକତା ପରିବର୍ତନ ହେଉନାହିଁ।

ଦରଖାସ୍ତ ଦେଇ ପରିବାରବର୍ଗ ଛୁଆକୁ ନେଲା ପରେ ସାଧାରଣତଃ କ୍ବାକ୍ କିମ୍ବା ଗୁଣି ଗାରେଡିର ସହାୟତା ନେଇଥାନ୍ତି।

Malaria Symptoms: ମ୍ୟାଲେରିଆ ଟେଷ୍ଟ କେବେ କରିବା ଉଚିତ୍ ଓ ଏହାର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ଜାଣିବା...

ଏଭଳି ବାରମ୍ବାର ଘଟି ବହୁ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି।

ଗତ ୨ବର୍ଷ ମଧ୍ୟରେ ଆବାସିକ ବିଦ୍ୟାଳୟର ୫/୬ ଜଣ ଛା‌ତ୍ର ଛାତ୍ରୀ ଏଭଳି ଜ୍ବର କିମ୍ବା ଅନ୍ୟ ରୋଗରେ ପିଡିତ ହେଲା ପରେ ପରିବାରକୁ ହସ୍ତାନ୍ତର କରିଦେବା ଫଳରେ ପରବର୍ତ୍ତି ସମୟରେ ସେମାନଙ୍କ ମୃତ୍ୟୁ ଘଟିଛି।

ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ନା ପ୍ରଶାସନ ନା ପରିବାରବର୍ଗ ଚେତୁନାହାନ୍ତି।

ଫଳରେ ଏଭଳି ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ବଢ଼ିବାରେ ଲାଗିଛି।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ତାଡିଙ୍ଗି ସୂଚନା ପ୍ରଦାନ କରି କହିଛନ୍ତି ଯେ ଗତକାଲି ମେଡିକାଲ ଟିମ ବିଦ୍ୟାଳୟ ଆସିଥ‌ିଲେ ଏବଂ ରକ୍ତ ପରୀକ୍ଷା କରାଯାଇଥିଲା ଏଥିରେ ୨ଜଣଙ୍କ ମ୍ୟାଲେରିଆ ପଜିଟିଭ ବାହାରିଥିଲା।

କୌଣସି ସୂତ୍ରରୁ ଖବର ପାଇ ଆଜି ପରିବାର ଚନ୍ଦୁକୁ ନେଇଥିଲେ ଏବଂ ଏଭଳି ଘଟଣା ଘଟିଛି ବୋଲି ଶ୍ରୀ ତାଡିଙ୍ଗି ସୂଚନା ‌ଦେଇଥିଲେ।

ତେବେ ପ୍ରାୟ ୨ଘଣ୍ଟା ଧରି କୋଲନାରା ସିଏଚସିରେ ଶବ ରହିଥିବା ଏବଂ ପରିବାରବର୍ଗ କାନ୍ଦୁ ଥିଲେ ମଧ୍ୟ ଉପସ୍ଥିତ ରହିଥିବା ସରକାରୀ କର୍ମଚାରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ଦେଖିବାକୁ ମିଳିଥିଲା।

ମୃତ୍ୟୁ ପରେ ମଧ୍ୟ ଶବକୁ ନେବାକୁ ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ମୁଲାନ୍ସ ନ ମିଳିବାରୁ ପରିବାରବର୍ଗ ଛାତ୍ରଙ୍କ ଶବକୁ ବାଇକରେ ନେବା ଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଘଟଣାକୁ ନେଇ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏପରିକି ଛାତ୍ର ଜଣଙ୍କ ଶବ ବ୍ୟବଛେଦ ମଧ୍ୟ କରାଯାଇପାରିନାହିଁ।

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ଏଭଳି ଅଭାବନିୟ ଘଟଣା କିଭଳି ଘଟିଲା ସେନେଇ କେହି ମୁହଁ ଖୋଲିନାହାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।