Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍‌

Jul 08, 2026 - 00:07
Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍‌

"ନିକଟରେ ଇଜିପ୍ଟ ଦେଶ "ଦ ଅକ୍ଟାଗନ୍‌" ନାମକ ରାଷ୍ଟ୍ରୀୟ ପ୍ରତିରକ୍ଷା ମୁଖ୍ୟାଳୟର ଉଦ୍‌ଘାଟନ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ "ପେଣ୍ଟାଗନ୍‌" ସହ ତୁଳନୀୟ ଆକୃତି ଯୋଗୁଁ ଏହାକୁ "ଦି ଅକ୍ଟାଗନ୍" ଭାବେ ନାମକରଣ କରାଯାଇଛି।

ତେବେ "ଦି ଅକ୍ଟାଗନ୍‌" ଆକାରରେ ପେଣ୍ଟାଗନ୍‌ଠାରୁ ୭୫୦ ଗୁଣ ବଡ଼।

ପେଣ୍ଟାଗନ୍‌ର ଆୟତନ ୨୯ ଏକର ହୋଇଥିବା ବେଳେ ଅକ୍ଟାଗନ୍‌ର ଆୟତନ ହେଉଛି ୨୨,୦୦୦ ଏକର।Advertisment UPSC: ବାପା ଥିଲେ ଆଇଏଏସ୍‌ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍‌ ଏହି ବିରାଟ ଭିତ୍ତିଭୂମି ପ୍ରକଳ୍ପର ବାହାର ପାର୍ଶ୍ବରେ ଆଠଟି ଅକ୍ଟାଗନ୍‌ ଆକୃତିର କୋଠା ରହିଛି ଏବଂ ମଝିରେ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଟି କୋଠା ଅଛି।

ସମସ୍ତ କୋଠାର ମିଳିତ କ୍ଷେତ୍ରଫଳ ହେଉଛି ୫ କୋଟି ବର୍ଗଫୁଟ୍‌।

ଏହାକୁ ଏବେ ପୃଥିବୀର ସର୍ବବୃହତ୍‌ ପ୍ରତିରକ୍ଷା ମୁଖ୍ୟାଳୟ ଭାବରେ ଗଣାଯାଉଛି।

ଏବେ ସେହି ଦେଶର ସଶସ୍ତ୍ର ସେନାବାହିନୀର ରଣନୀତି ପ୍ରସ୍ତୁତିରୁ ଆରମ୍ଭ କରି ଗୋଇନ୍ଦା, କମ୍ୟୁନିକେସନ୍‌ସ ଓ ସଂକଟ ମୁକାବିଲା ଆଦିର ନିଷ୍ପତ୍ତି ଗ୍ରହଣ କାର୍ଯ୍ୟ ଏହି ମୁଖ୍ୟାଳୟରେ ହିଁ ସମ୍ପାଦିତ ହେବ।

China: ଚୀନ୍‌ରେ ବର୍ଷାର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ୧୫ ମୃତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।