07 JULY 2026

Welcome!

Unlock your personalized experience.
Sign Up

Heavy Rain: ଗୁଜରାଟରେ ମୌସୁମୀର ତାଣ୍ଡବ: ବର୍ଷା ବିପର୍ଯ୍ୟୟରେ ୬ ମୃତ

Jul 07, 2026 - 21:30
Heavy Rain: ଗୁଜରାଟରେ ମୌସୁମୀର ତାଣ୍ଡବ: ବର୍ଷା ବିପର୍ଯ୍ୟୟରେ ୬ ମୃତ

ସୁରଟ/ଅହମଦାବାଦ: ଗୁଜରାଟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ଗତକାଲିଠାରୁ ପ୍ରବଳ ବର୍ଷା ଜାରି ରହିଛି। ଏହାଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ବର୍ଷାଜନିତ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତକଙ୍କ ମଧ୍ୟରେ ସୁରଟରୁ ୪ ଜଣ ଏବଂ ଅମରେଲିରୁ ୨ ଜଣ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ଗୁଜରାଟରେ ହାଇ-ଆଲର୍ଟ ଜାରି କରାଯାଇଛି।

ମଙ୍ଗଳବାର ସକାଳୁ ସୁରଟ ସହରରେ ଅଣାୟତ୍ତ ବର୍ଷା ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବସତି ଅଞ୍ଚଳ ଓ ଘର ଭିତରେ ବନ୍ୟା ଜଳ ପ୍ରବେଶ କରିଛି। ଗତକାଲି ୧୪୧ଟି ତାଲୁକାରେ ବର୍ଷା ରେକର୍ଡ କରାଯାଇଥିବା ବେଳେ ସୁରଟର କାମରେଜରେ ସର୍ବାଧିକ ୮.୫ ଇଞ୍ଚ, ସୁରଟ ସହରରେ ୭ ଇଞ୍ଚ ଏବଂ ପାଲସାନାରେ ୬ ଇଞ୍ଚ ବର୍ଷା ହୋଇଛି। ସୁରଟର ରାଣ୍ଡେର ଅଞ୍ଚଳରେ ବିଦ୍ୟୁତ ଆଘାତ ଲାଗି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ପୃଥକ ଘଟଣାରେ ଜଣେ ନାବାଳିକା ବିଦ୍ୟୁତ ଆଘାତରେ ଏବଂ ଜଣେ ମହିଳା ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବନ୍ୟା ବିପତ୍ତି ମଧ୍ୟରେ ସୁରଟର ସାହାରା ଦରୱାଜା ଅଣ୍ଡରପାସ ନିକଟରେ ଗଭୀର ପାଣିରେ ଏକ ସରକାରୀ ବସ ଫସି ରହିଥିଲା। ବସରେ ଚାଳକ ଓ ପରିଚାଳକଙ୍କ ସମେତ ୨୮ ଜଣ ଯାତ୍ରୀ ଥିଲେ। ଖବର ପାଇ ସାର୍ଥନା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ସ୍ଥାନୀୟ ଟ୍ରାକ୍ଟର ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସେହିପରି ଅମରେଲି ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବାହିନୀ ବିଭିନ୍ନ ଗ୍ରାମରୁ ପ୍ରାୟ ୨୯ ଜଣ ଲୋକଙ୍କୁ ବନ୍ୟାଘେରରୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

Kerala Landslides : କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ମାଟି ତଳେ ପୋତି ହୋଇ ରହିଛନ୍ତି ୧୦ ଲୋକ

ପରିସ୍ଥିତିର ଗମ୍ଭୀରତାକୁ ଦେଖି ସୁରଟ ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି। ବର୍ତ୍ତମାନ ତାପ୍ତୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି, ତେଣୁ ଜନସାଧାରଣ ଆତଙ୍କିତ ନହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ନବସାରୀ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇ ପୂର୍ଣ୍ଣା, ଅମ୍ବିକା ଏବଂ କାବେରୀ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ଅମରେଲି ଜିଲ୍ଲାରେ ବନ୍ୟା ଯୋଗୁଁ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୧୨ଟି ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି। ଭାବନଗରର ସେତ୍ରୁଞ୍ଜି ଡ୍ୟାମର ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ଏହାର ସମସ୍ତ ୫୯ଟି ଗେଟ୍‌କୁ ସାମାନ୍ୟ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବାକୁ ଥିବାରୁ ପ୍ରଶାସନ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।