N95 vs Cotton Mask: ଏନ୍‌୯୫ ବନାମ ସୂତା ମାସ୍କ,ବାୟୁ ପ୍ରଦୂଷଣରୁ କେଉଁଟି ଅଧିକ ସୁରକ୍ଷା ଦିଏ?

Oct 26, 2026 - 18:18
N95 vs Cotton Mask: ଏନ୍‌୯୫ ବନାମ ସୂତା ମାସ୍କ,ବାୟୁ ପ୍ରଦୂଷଣରୁ କେଉଁଟି ଅଧିକ ସୁରକ୍ଷା ଦିଏ?

ଶୀତଦିନ ଆସିବା ସାଙ୍ଗକୁ ଉତ୍ତର ଭାରତ ସମେତ ଅନେକ ବଡ଼ ବଡ଼ ସହରରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦିଏ।

ଧୂଆଁ, ଗାଡ଼ିମୋଟରରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଏବଂ ଥଣ୍ଡା ପବନ ମିଶି ବାୟୁର ଗୁଣବତ୍ତା ସୂଚକାକୁ 'ଅତି ଖରାପ' କିମ୍ବା 'ଗୁରୁତର' ଶ୍ରେଣୀକୁ ନେଇଯାଏ।

ଏହି ବିଷାକ୍ତ ବାୟୁରେ ଶ୍ୱାସକ୍ରିୟା କରିବା ଦ୍ୱାରା ଆଜ୍‌ମା, ସୁଖିଲା କାଶ ଏବଂ ଫୁସଫୁସର ଦୀର୍ଘକାଳୀନ କ୍ଷତି ହୋଇଥାଏ।

Advertisment ଆହୁରି ପଢ଼ନ୍ତୁ: ଥାଇଲାଣ୍ଡରେ କୁମ୍ଭୀର ମାଂସ ଖାଇ ଅଡ଼ୁଆରେ ଅଧିକାରୀ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ମାସ୍କ ପିନ୍ଧିଥାଉ।

କିନ୍ତୁ ସୂତା ମାସ୍କ ଓ ଏନ୍‌୯୫ ମଧ୍ୟରେ କେଉଁଟି ଆମ ଶରୀର ପାଇଁ ପ୍ରକୃତରେ ସୁରକ୍ଷିତ, ତାହା ଜାଣିବା ଅତ୍ୟନ୍ତ ଜରୁରୀ।

ଏନ୍‌୯୫ ବନାମ ସୂତା ମାସ୍କ ଶୀତଦିନିଆ କୁହୁଡ଼ି ରେ ସବୁଠାରୁ ବିପଜ୍ଜନକ ହେଉଛି ଅତି ସୂକ୍ଷ୍ମ କଣିକା, ଯାହାର ଆକାର ୨.୫ ମାଇକ୍ରୋମିଟରରୁ କମ୍।

ଏହି ସୂକ୍ଷ୍ମ କଣିକାଗୁଡ଼ିକ ଶ୍ୱାସନଳୀ ଦେଇ ସହଜରେ ଫୁସଫୁସର ଗଭୀରକୁ ଏବଂ ରକ୍ତରେ ମିଶିଯାଆନ୍ତି।

ସୂତା ମାସ୍କ: ସୁରକ୍ଷା ସ୍ତର: ସୂତା କପଡ଼ାର ସୂକ୍ଷ୍ମ ଛିଦ୍ରଗୁଡ଼ିକ ପିଏମ୍‌୨.୫ କଣିକା ତୁଳନାରେ ବହୁତ ବଡ଼ (୮୦ ରୁ ୫୦୦ ମାଇକ୍ରୋମିଟର)।

ତେଣୁ ଏହା କେବଳ ୧୦% ରୁ ୩୦% ସୂକ୍ଷ୍ମ ପ୍ରଦୂଷଣକୁ ଅଟକାଇପାରେ।

ଫିଟିଂ: ସୂତା ମାସ୍କ ମୁହଁ ସହ ପୂରା ଚିପି ହୋଇ ରହେନାହିଁ।

ନାକ, ଗାଲ ଏବଂ ଚିବୁକ ପାଖରୁ ଫାଙ୍କା ରହିଯାଉଥିବାରୁ ପ୍ରଦୂଷିତ ପବନ ସହଜରେ ଭିତରକୁ ଚାଲିଯାଏ।

ଏନ୍‌୯୫ ମାସ୍କ : ସୁରକ୍ଷା ସ୍ତର: ଏନ୍‌ଆଇଓଏସ୍‌ଏଚ୍‌ ମାନ୍ୟତା ପ୍ରାପ୍ତ ଏନ୍‌୯୫ ମାସ୍କ ୦.୩ ମାଇକ୍ରୋମିଟର ପର୍ଯ୍ୟନ୍ତ ସୂକ୍ଷ୍ମ କଣିକାକୁ ୯୫% ପ ର୍ଯ୍ୟନ୍ତ ରୋକିବାରେ ସକ୍ଷମ।

ଏଥିରେ ସ୍ୱତନ୍ତ୍ର ଇଲେକ୍ଟ୍ରୋଷ୍ଟାଟିକ୍ ଫିଲ୍ଟର ଥାଏ।

ଫିଟିଂ: ଏହା ନାକ ଏବଂ ମୁହଁକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରି ରଖେ, ଯାହା ଫଳରେ କଡ଼ ପାଖରୁ ବିଷାକ୍ତ ପବନ ଭିତରକୁ ଯାଇପାରେ ନାହିଁ।

ନୂଆ ମାସ୍କ କିଣିବା ସମୟରେ ଏହି ୪ଟି କଥା ଧ୍ୟାନରେ ରଖନ୍ତୁ ସଠିକ୍ ସାର୍ଟିଫିକେସନ୍ ଯାଞ୍ଚ କରନ୍ତୁ।

କାନରେ ଲଗାଉଥିବା ଫିତା ଅପେକ୍ଷା ମୁଣ୍ଡ ଫିତା ଭଲ।

ଭେଣ୍ଟିଲେସନ୍ ଭାଲ୍ଭ ପ୍ରତି ସାବଧାନ।

ଫ୍ୟାନ୍ସି କିମ୍ବା ଫ୍ୟାସନ ମାସ୍କରୁ ଦୂରେଇ ରୁହନ୍ତୁ।

ଛୋଟ ପିଲାଙ୍କ ପାଇଁ: ବଡ଼ ଲୋକଙ୍କ ଏନ୍‌୯୫ ମାସ୍କକୁ ଗଣ୍ଠି ପକାଇ ପିଲାଙ୍କୁ ପିନ୍ଧାନ୍ତୁ ନାହିଁ।

ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ସାନ ଆକାରର ମାସ୍କ ବ୍ୟବହାର କରନ୍ତୁ।

୨ ବର୍ଷରୁ କମ୍ ଶିଶୁଙ୍କୁ ମାସ୍କ ପିନ୍ଧାଇବା ନିରାପଦ ନୁହେଁ।

ବୃଦ୍ଧ ଓ ଆଜ୍‌ମା ରୋଗୀ: ବୟସ୍କ ଲୋକମାନେ ଅଧିକ କଠୋର ଫିଲ୍ଟର ଥିବା ମାସ୍କ ପିନ୍ଧିଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିପାରନ୍ତି।

ତେଣୁ ସେମାନେ କମ୍ ଶ୍ୱାସ-ରୋଧକ ସ୍ତର ଥିବା ଠିକ୍‌ ଏନ୍‌୯୫ ମାସ୍କ ବାଛନ୍ତୁ ଏବଂ ସକାଳେ ଅଧିକ ଧୂଆଁଓଡ଼ି ଥିବା ସମୟରେ ବାହାରେ ବୁଲାବୁଲି କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: "ଇନଷ୍ଟାଗ୍ରାମ୍ ଦେଖି ଫିଟନେସ୍ ପ୍ଲାନ୍ କରନ୍ତୁ ନାହିଁ": ରଣବୀର କପୁରଙ୍କ ଫିଟନେସ୍ କୋଚ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)