Murder: ୩ ସନ୍ତାନଙ୍କୁ ହତ୍ୟା କରି ଜୀବନ ହାରିଦେଲା ମହିଳା

Jul 03, 2026 - 21:21
Murder: ୩ ସନ୍ତାନଙ୍କୁ ହତ୍ୟା କରି ଜୀବନ ହାରିଦେଲା ମହିଳା

ମନସା: ପଞ୍ଜାବର ମନସା ଜିଲ୍ଲାରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଏଠାରେ ଜଣେ ୩୬ ବର୍ଷୀୟା ମହିଳା ତାଙ୍କର ୩ ସନ୍ତାନଙ୍କୁ ହତ୍ୟା ପ୍ରଥମେ ହତ୍ୟା କରିବା ପରେ ଜୀବନ ହାରି ଦେଇଥିବା ଅଭିଯୋଗ ମିଳିଛି। ଘଟଣା ଏକ ଭଡ଼ା ଘରରେ ଘଟିଥିଲା ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ଅନୁସାରେ, ମୃତ ମହିଳା ତାଙ୍କର ଦୁଇଟି ଝିଅ (୧୨ ଓ ୮ ବର୍ଷ) ଏବଂ ଜଣେ ୧୮ ମାସର ପୁଅକୁ ପ୍ରଥମେ ହତ୍ୟା କରିଥିବା ସନ୍ଦେହ ରହିଛି। ପରେ ସେ ନିଜ ଜୀବନ ଶେଷ କରିଦେଇଛନ୍ତି। ଏହି ଘଟଣା ଗୁରୁବାର ରାତିରେ ଜଣାପଡ଼ିଥିଲା। ଜଣେ ଆତ୍ମୀୟ ଘରକୁ ଆସି ଭୟାବହ ଦୃଶ୍ୟ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ।

ମେ’ ୧୧ରେ ହାତଗଣ୍ଠି, ମେ’ ୨୩ରେ ହତ୍ୟା: ୧୨ ଦିନରେ ଅସଲ ରୂପ ଦେଖାଇଦେଲା ପିଶାଚୀ ପତ୍ନୀ, ହାତରେ ପଡ଼ିଲା ହାତକଡ଼ି

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରଟି ଗଭୀର ଆର୍ଥିକ ସଂକଟରେ ଥିଲା। ମହିଳାଙ୍କ ସ୍ୱାମୀ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ମହିଳା ଜଣକ ଏକାକିନୀ ଘର ଚଳାଉଥିଲେ। ଦୈନିକ ମୂଲ ଲାଗି ସେ ପରିବାର ଚଳାଇବାକୁ ଚେଷ୍ଟା କରୁଥିଲେ। ଏହା ସହିତ କିଛି ମାସ ଧରି ସେ ମାନସିକ ଚାପରେ ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ମେଡିକାଲ୍ ଯାଞ୍ଚ ପାଇଁ ପଠାଇଛି। ପୁଲିସ କହିଛି ଯେ ମୃତ୍ୟୁର ଠିକ୍ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।