Encroachments Cleared ମା’ ମଝିଘରିଆଣୀ ମନ୍ଦିର ନିକଟରୁ ହଟିଲା ଜବରଦଖଲ

ରାୟଗଡା: ଆଜି (ଶୁକ୍ରବାର) ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ପରିସର ନିକଟରୁ ଜବରଦଖଲ ହଟାଯାଇଛି।
ମନ୍ଦିର ନିକଟରେ ବେଆଇନ ଭାବେ ୩୩ଟି ଘର ଗଢ଼ିଉଠିଥିଲା। ଏହାକୁ ହଟାଇବାକୁ ଆଇନାନୁସାରେ ନୋଟିସ୍ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ଆଜି ତହସିଲ ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ଭଙ୍ଗାଯାଇଛି ।
maa majhighariani temple ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡି ଖୋଲିଲା
ସୂଚନାନୁସାରେ, ଏହି ସ୍ଥାନ ପୂର୍ବରୁ ରେଳ ବିଭାଗ ଅଧିନରେ ରହିଥିଲା । କିନ୍ତୁ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉଥିବାରୁ ଏହି ସ୍ଥାନକୁ ରେଳ ବିଭାଗ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଥିଲା। ବର୍ତ୍ତମାନ ମନ୍ଦିର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଜବରଦଖଲକାରୀ ମାନଙ୍କୁ ୩ ମାସ ପୂର୍ବରୁ ସେହି ସ୍ଥାନରୁ ହଟିଯିବାପାଇଁ ନୋଟିସ ଜାରି କରାଯାଇଥିଲା । ଆଜି ଜବରଦଖଲ ହଟାଇବା ବେଳେ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ବାଇଁ, ରାୟଗଡା ଟାଉନ ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା, ମନ୍ଦିର ଯନ୍ତ୍ରୀ ଭେଙ୍କଟ ରାଓ, ଏସ୍ ଭେଙ୍କଟ ରାଓ, ରାୟଗଡା ପୌରସଂସ୍ଥା କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଇନ ଶୃଂଖଳା ରକ୍ଷା କରିବା ପାଇଁ ପୁଲିସ ମୃତୟନ ହୋଇଥିଲା ।
ମା’ ମଝିଘରିଆଣିଙ୍କ ପୀଠରେ ପୂଜାର୍ଚ୍ଚନା: ମନସ୍କାମନା ପୂର୍ଣ୍ଣ ହେତୁ ସଧବା, ଯୁବତୀ ସତୀକୁଣ୍ଡରେ କରୁଛନ୍ତି ପୂଜା
ରାଜ୍ୟ ସରକାର ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ପୂର୍ତ୍ତ ବିଭାଗକୁ ପ୍ରାୟ ୩୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଜବରଦଖଲ ହଟିବା ପରେ ମନ୍ଦିର ଉନ୍ନୟନ କାର୍ଯ୍ୟ ଯୋର ଧରିବ ବୋଲି ମନ୍ଦିର ପରିଚାଳନା ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି ।