Murder: ଜନ୍ମାଷ୍ଟମୀରେ ପ୍ରଘଟ; ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ

Sep 04, 2026 - 18:12
Murder: ଜନ୍ମାଷ୍ଟମୀରେ ପ୍ରଘଟ; ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ

"ବାରିପଦା (ବଟକୃଷ୍ଣ ବିହାରୀ): ପବିତ୍ର ଜନ୍ମାଷ୍ଟମୀ ପାଇଁ ଦେଶବ୍ୟାପୀ ଉତ୍ସବମୁଖର ଦେଖାଯାଇଛି।

ଚାରିଆଡ଼େ ଆଧ୍ୟାତ୍ମିକ ମାହୋଲ।

ପୁଅଟିଏ ପାଇବା ଆଶାରେ ଅନେକ ମହିଳା ଜନ୍ମାଷ୍ଟମୀ ବ୍ରତ ରଖିଛନ୍ତି।

ଅନେକ ମହିଳା ଘରେଘରେ ଲଡୁଗୋପାଳଙ୍କୁ ନିଷ୍ଠାର ସହିତ ପୂଜା କରୁଛନ୍ତି।

ଏଭଳି ଏକ ଧାର୍ମିକ ବାତାବରଣ ମଧ୍ୟରେ ମୟୂରଭଂଜରୁ ଏକ ଅଭାବନୀୟ ଖବର ଆସିଛି।

ଏଠାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ନିଜର ଜନ୍ମଦାତ୍ରୀ ମା"ର ତଣ୍ଟିଚିପି ମାରି ଦେଇଛି।Advertisment ବାରିପଦା ସଦରଥାନା ବରଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।

ନିଜ ମା"ଙ୍କୁ ତଣ୍ଟି ଚିପି ମାରିଥିବା ଅଭିଯୁକ୍ତ ପୁଅ ହେଲା କୁଇଁଆ ସିଂ(୧୯)।

ମୃତ ମା' ହେଲେ ଶ୍ରୀମତୀ ସିଂ।

ପୁଲିସ ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ଚଳାଇଛି।

ପୁଲିସ କହିବା ଅନୁଯାୟୀ ଶ୍ରୀମତୀଙ୍କ ସ୍ଵାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ୪ପୁଅ ଓ ୨ଝିଅ ଅଛନ୍ତି।

ଝିଅ ଦୁଇ ଜଣ ବିବାହିତ।

ଶ୍ରୀମତୀ ଓ ୪ପୁଅ ଚେନ୍ନାଇରେ କାମ କରନ୍ତି।

ନିକଟରେ ଶ୍ରୀମତୀ ଓ ଦ୍ଵିତୀୟ ପୁଅ କୁଇଁଆ ଗାଁକୁ ଆସିଥିଲେ।

ଗତକାଲି ବିଳମ୍ବିତ ରାତିରେ ମା'-ପୁଅ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା।

ଏଥିରେ  ପୁଅ କଇଁଆ ମା' ଶ୍ରୀମତୀଙ୍କ ତଣ୍ଟି ଚିପି ଦେବାରୁ ସେ ସେହିଠାରେ ଟଳି ପଡିଥିଲେ।

Mother: ଜନ୍ମଦାତ୍ରୀ ମା" ଦେଢ଼ମାସର ଶିଶୁକନ୍ୟାକୁ ଛାଡ଼ି ଚାଲିଗଲା, ପଡ଼ୋଶୀ ମହିଳା ନେଉଛନ୍ତି ଯତ୍ନ ସକାଳେ ପଡୋଶୀ ଲୋକ ଖବର ପାଇ ପୁଲିସକୁ ଖବର ଦେଇଥିଲେ।

ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ ଓ ସଦର ଥାନାଧିକାରୀ ସସ୍ମିତା ମହାନ୍ତ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଅ କୁଇଁଆକୁ ଗିରଫ କରିଛନ୍ତି।

ମା ର ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୁକ୍ତ ପୁଅ ମାନିଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)