Murder: ଗୁଆହାଟୀ ହୋଟେଲ୍‌ରେ ୫ ଜଣଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ନିହତ

Nov 04, 2026 - 21:10
Murder: ଗୁଆହାଟୀ ହୋଟେଲ୍‌ରେ ୫ ଜଣଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ନିହତ

ଗୁଆହାଟୀ: ଆସାମର ଗୁଆହାଟୀସ୍ଥିତ ଏକ ହୋଟେଲ୍‌ ନିକଟରେ ଗତ ୨୬ ତାରିଖରେ ୫ ଜଣଙ୍କୁ ଗୁଳି କରି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଘନକାନ୍ତ ଗୋଗୋଇ ବୁଧବାର ଭୋର୍‌ରେ ପୁଲିସ ଗୁଳିରେ ପ୍ରାଣ ହରାଇଛି।

ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଗୌରୀସାଗର ଅଞ୍ଚଳରେ ପୁଲିସ ହେପାଜତରୁ ଖସିଯିବା ଉଦ୍ୟମ ବେଳେ ଏହି ଗୁଳିବିନିମୟ ଘଟିଥିବା ପୁଲିସ କହିଛି।

Advertisment ଆହୁରି ପଢନ୍ତୁ : Bribe: ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ; ଥାନା ବିଶ୍ରାମଗୃହରୁ ମିଳିଲା ୧.୫୫ ଲକ୍ଷ ଟଙ୍କା ଶିବସାଗର ଜିଲ୍ଲାର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ପାପୋରି ଚେତିଆଙ୍କ ସୂଚନା ଅନୁଯାୟୀ, ଗୋଗୋଇକୁ ଗୁଆହାଟୀରୁ ପ୍ରାୟ ୩୫୦ କିଲୋମିଟର ଦୂର ଶିବସାଗରକୁ ନିଆଯାଉଥିଲା।

ଏକ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ପଚରାଉଚରା ପାଇଁ ପୁଲିସ ତାକୁ ନେଉଥିଲା।

ଭୋର୍‌ ପ୍ରାୟ ୩ଟା ୧୨ ମିନିଟ୍‌ରେ ଗୌରୀସାଗର ନିକଟରେ ସେ ପରିସ୍ରା କରିବାକୁ ଗାଡ଼ି ଅଟକାଇବାକୁ କହିଥିଲା।

ଗାଡ଼ିରୁ ଓହ୍ଲାଇବା ପରେ ତଦନ୍ତକାରୀ ଅଧିକାରୀଙ୍କ ସର୍ଭିସ୍‌ ପିସ୍ତଲ ଛଡ଼ାଇବାକୁ ଉଦ୍ୟମ କରିଥିଲା।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଆହୁରି ପଢନ୍ତୁ : Lawrence Bishnoi's uncle: ସଲମାନ ଖାନ୍‌ଙ୍କୁ ପୁଣି କ୍ଷମା ମାଗିବାକୁ କହିଲେ ଲରେନ୍ସ ବିଷ୍ଣୋଇଙ୍କ ଦାଦା ଏହି ସମୟରେ ତଦନ୍ତକାରୀ ଅଧିକାରୀଙ୍କ ପିସ୍ତଲରୁ ତିନି ରାଉଣ୍ଡ ଗୁଳି ଫୁଟିଥିବା ପୁଲିସ କହିଛି।

ଅଧିକାରୀଙ୍କୁ ରକ୍ଷା କରିବା ପାଇଁ ସାଙ୍ଗରେ ଥିବା ଜଣେ ପୁଲିସ କର୍ମଚାରୀ ନିଜ ସର୍ଭିସ୍‌ ରାଇଫଲ୍‌ ରୁ ଗୁଳି ଚଳାଇଥିଲେ।

ଏଥିରେ ଗୋଗୋଇ ଗୁରୁତର ଆହତ ହୋଇଥିଲା।

ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ସବ୍‌ଇନ୍ସପେକ୍ଟର ଦେବାଶିଷ ଶର୍ମାଙ୍କ ଗୋଡ଼ରେ ଆଘାତ ଲାଗିଛି।

ତାଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି।

ଆହୁରି ପଢନ୍ତୁ : Ganjam Flood Damage: ବନ୍ୟା କ୍ଷୟକ୍ଷତିର ତ୍ୱରିତ ଓ ସ୍ୱଚ୍ଛ ଆକଳନ ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଅକ୍ଟୋବର ୨୬ ତାରିଖ ରାତିରେ ଗୁଆହାଟୀର ବୋରା ସର୍ଭିସ୍‌ ଅଞ୍ଚଳରେ ଥିବା ବିଳାସ ଇନ୍‌ ହୋଟେଲ୍‌ ନିକଟରେ ଗୁଳିକାଣ୍ଡ ଘଟିଥିଲା।

ହୋଟେଲ୍‌ର ମାଲିକ ପରିବାର ଓ ଲିଜ୍‌ଧାରୀ ଗୋଗୋଇ ମଧ୍ୟରେ ହୋଟେଲ୍‌ ପରିଚାଳନା ଓ ଲିଜ୍‌କୁ ନେଇ ବିବାଦ ଥିବା କୁହାଯାଉଛି।

ଏହି ବିବାଦରୁ ଗୋଗୋଇ ଗୁଳି ଚଳାଇଥିବା ପୁଲିସର ସନ୍ଦେହ।

ଗୁଳିକାଣ୍ଡରେ ହୋଟେଲ୍‌ ମାଲିକ ପରିବାରର ଚାରି ଜଣଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ଜଣେ ଆହତ ହୋଇଥିଲେ।

ଗୋଗୋଇକୁ ଗୁଆହାଟୀ ପୁଲିସ ଗିରଫ କରିବା ପରେ ତା'ଠାରୁ ଘଟଣାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ୦.୩୨ ବୋର୍‌ ପିସ୍ତଲ ଜବତ କରିଥିଲା।

ହୋଟେଲ୍‌ ଗୁଳିକାଣ୍ଡ ମାମଲାରେ ସାତଦିନିଆ ପୁଲିସ ରିମାଣ୍ଡ ଶେଷ ହେବା ପରେ ମଙ୍ଗଳବାର ତାକୁ ନ୍ୟାୟିକ ହାଜତକୁ ପଠାଯାଇଥିଲା।

ସେହିଦିନ ରାତିରେ ଅନ୍ୟ ଏକ ବ୍ୟାଙ୍କ ଜାଲିଆତି ମାମଲାରେ ଶିବସାଗର ପୁଲିସ ତାକୁ ନିଜ ହେପାଜତକୁ ନେଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)