Murder mystery: ବେଣ୍ଟ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣା: ଶବ ଚି଼ହ୍ନଟ ପାଇଁ ଡିଏନ୍ଏ ରିପୋର୍ଟକୁ ଅପେକ୍ଷା
"ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥକଡ଼ ଚମ୍ପାଗଡ଼, କନ୍ଧନୟାଗଡ ଓ ଚାନ୍ଦପୁର ଗ୍ରାମ ପଞ୍ଚାୟତ ଅଂଚଳରେ ପୂର୍ବରୁ ବହୁ ସମୟରେ ଅନେକ ନର କଙ୍କାଳ ମିଳିଥିଲା।
ନର କଙ୍କାଳର ପରିଚୟ ଖୋଜୁଖୋଜୁ ତଦନ୍ତ ଅଟକି ଯାଏ।
ହତ୍ୟା ହୋଇଥିଲେ ବି ଅପମୃତ୍ୟୁ ମାମଲାରେ ରହିଯାଏ।
ଏବେ ସେଭଳି ଗତ ଅଗଷ୍ଟ ୧୯ ତାରିଖରେ କିଛି ସ୍ଥାନୀୟ ଲୋକଙ୍କ ଠାରୁ ଚାନ୍ଦପୁର ପୁଲିସ ବେଣ୍ଟ ଜଙ୍ଗଲ ନାଳରେ ଏକ ଗଳିତ ନର କଙ୍କାଳ ଶବ ପଡିଥିବାର ଖବର ପାଇଥିଲା।
ପୁଲିସ ନରକଙ୍କାଳ ଉଦ୍ଧାର କରିଛି।
ଡିଏନ୍ଏ ପରୀକ୍ଷା ପାଇଁ ପଠାଇଛି।
ରିପୋର୍ଟକୁ ଅପେକ୍ଷା କରାଯାଇଛି ଯେ, ଶବ କାହାର?Advertisment ଘଟଣା ଦିନ ଜଙ୍ଗଲରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ପୁଲିସ ପହଂଚିଥିଲେ ଓସ୍ତପଡ଼ା ଗ୍ରାମର ପାଣୁ ସାହୁ।
କିଛି ଲୋକ ପାଣୁଙ୍କ ମାନସିକ ବିକୃତ ମଦୁଆ ପୁଅ କାଳିଆ ବୋଲି ଚି଼ହ୍ନଟ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଚାନ୍ଦପୁର ଥାନା ଅପମୃତ୍ୟୁ ମାମଲା ରୁଜୁ କରି ଦାୟିତ୍ବ ଉପନିରୀକ୍ଷକ ସଂଗୀତା ବେଶ୍ରାଙ୍କୁ ଦେଇ ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ଶବ ଗଳିତ ହୋଇଥିବାରୁ ପଞ୍ଚନାମା ପାଇଁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରକୁ ପଠାଇଛି।
କିନ୍ତୁ ନିୟମ ଅନୁଯାଇ ଶବ ସାଙ୍ଗରେ କେହି ଜଣେ ପରିବାର ଲୋକେ ଯିବା କଥା।
ଏହି ସମୟରେ ଶବ ଦାବି କରୁଥିବା ପାଣୁ ତାଙ୍କ ପରିବାର ଶବ ତାଙ୍କ ପୁଅର ନୁହେଁ ବୋଲି କହି ସାଙ୍ଗରେ ଯାଇନଥିଲେ।
ଡଭାର ଓ ଚାନ୍ଦପୁର ଗାଁର ଦୁଇ ଘରେ କଳାକନା ବୁଲାଇଲେ ଚୋର ପୁଲିସ ଶବ ବ୍ୟବଚ୍ଛେଦ କରି ନର କଙ୍କାଳକୁ ସରକ୍ଷିତ ରଖିଥିଲେ।
ଯାଜପୁର ଟାଉନ ଥାନା, ପୋଷ୍ଟ ଲାଲବାଗ, ଗ୍ରାମ ଗୋପାଳପୁରର ରାଜେନ୍ଦ୍ର କିଶୋର ମହାପାତ୍ର ଚାନ୍ଦପୁର ଥାନାରେ ପହଂଚି ଅଭିଯୋଗ କରିଥିଲେ ତାଙ୍କ ପୁଅ ଦିବ୍ୟ କିଶୋର ମହାପାତ୍ର (୨୨) ବେଣ୍ଟସ୍ଥିତ ଶ୍ରୀରଙ୍ଗମ ଚିଙ୍ଗୁଡ଼ି କମ୍ପାନିରେ ଏକ ଠିକାଦାର ମାଧ୍ୟମରେ କାର୍ଯ୍ୟ କରୁଥିଲେ।
ଅଗଷ୍ଟ ୯ ତାରିଖରୁ ପୁଅ ସହ ଯୋଗାଯୋଗ ନହେବାରୁ ବେଣ୍ଟ ଚିଙ୍ଗୁଡ଼ି କମ୍ପାନିକୁ ଆସି ପାରାରିବାରେ କମ୍ପାନି କର୍ତ୍ତୃପକ୍ଷ କହିଲେ ତୁମ ପୁଅ ପଞ୍ଚଦିନ ହେଲା ଫେରାର ହୋଇ ଯାଇଛି।
ଥାନାରେ ଅଭିଯୋଗ କରିନଥିବା କହିଥିଲେ।
ତେଣୁ ରାଜେନ୍ଦ୍ର ଚାନ୍ଦପୁର ଥାନାକୁ ଯାଇ ପୁଅର ନିଖୋଜ ସମ୍ପର୍କେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ବେଣ୍ଟ ଠାରୁ ଜବତ ନର କଙ୍କାଳର ଡ୍ରେସ, ବେକ ମାଳି ଓ ବ୍ରାସିଲେଟ ଦେଖାଇବାରୁ ତାଙ୍କ ପୁଅ ଦିବ୍ୟର ବୋଲି ଚି଼ହ୍ନଟ କରିଥିଲେ।
କିନ୍ତୁ ପୁଲିସ ନର କଙ୍କାଳ ଚି଼ହ୍ନଟ ପାଇଁ ପାଣୁ ପରିବାର ଓ ରାଜେନ୍ଦ୍ର ପରିବାର ରକ୍ତ ନମୁନା ଡିଏନ୍ଏ ଟେଷ୍ଟ ପାଇଁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗ୍ରହ କରି ଏସ୍ଏଫ୍ଏସ୍ଏଲ୍ ପଠାଇଥିବା ନେଇ ଶରଣକୁଳ ପୁଲିସ ଉପ ଖଣ୍ଡିୟ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ ନିଜ କାର୍ଯ୍ୟାଳୟରେ ଅଗଷ୍ଟ ୨୩ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ଜଣାପଡ଼ିଛି।
ଅପରପକ୍ଷେ ନର କଙ୍କାଳ ତାଙ୍କ ପୁଅର ବୋଲି ଦାବି କରୁଥିବା ରାଜେନ୍ଦ୍ର କୁହନ୍ତି ଚିଙ୍ଗୁଡ଼ି କମ୍ପାନିରେ ତାଙ୍କ ପୁଅର ହତ୍ୟାକାଣ୍ଡ ରହିଛି।
ତାଙ୍କ ପୁଅ ଦିବ୍ୟର ୪୦ ହଜାର ଟଙ୍କାର ଚୋରି ହୋଇଥିବା ମୋବାଇଲ ହତ୍ୟାକାଣ୍ଡ ଉନ୍ମୋଚନ କରିବ।
ମୋବାଇଲ ପାଇଁ ତାଙ୍କ ପୁଅକୁ ମାରି ଫିଙ୍ଗିଦେଇଥିବା କହିଛନ୍ତି।
ଶରଣକୁଳ ଉପ ଖଣ୍ଡିୟ ପୁଲିସ ଅଧିକାରୀ କୁହନ୍ତି ମୋବାଇଲ ଚୋରି ଘଟଣା ତଦନ୍ତ ପରିସର ଭୁକ୍ତ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

