Murder case: ପାଉଁଶ ପାଇଁ ଗଡ଼ିଲା ମୁଣ୍ଡ: ଯୁବକଙ୍କୁ ଗୁଳି କରି ହତ୍ୟା, ଦର୍ଲିପାଲିରେ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ
ସୁନ୍ଦରଗଡ଼: ସୁନ୍ଦରଗଡ଼ ରେ ପାଉଁଶ ପାଇଁ ଗଡ଼ିଛି ମୁଣ୍ଡ।
ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ଗୁଳିମାଡ଼ରେ ଜଣେ ଯୁବକ ସୁନୀଲ ନେଟୀ (ସିଲୁ)ଙ୍କ ମୃତ୍ୟୁ ହୋଇଛି।
ତାଙ୍କ ମୁଣ୍ଡରେ ଗୁଳି ବାଜିଛି।
ଦର୍ଲିପାଲିରେ ପ୍ରବଳ ଉତ୍ତେଜନା ଯୋଗୁଁ ବ୍ୟାପକ ପୁଲିସ ମୁତୟନ ଅଛନ୍ତି।
Advertisment Internship: ୬୪ ବର୍ଷ ବୟସରେ ଇଣ୍ଟର୍ନସିପ୍!
ଏନ୍ଟିପିସି ତାପଜ ବିଦ୍ୟୁତ୍ ପ୍ରକଳ୍ପର ପାଉଁଶ ପରିବହନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା।
ଗୁରୁବାର ସନ୍ଧ୍ୟା ସାଢ଼େ ୬ଟାରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁନୀଲଙ୍କୁ ସଂଗଠନର ସଦସ୍ୟ ଓ ପୁଲିସ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ଆଣିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ କିଏ ଗୁଳିମାଡ଼ କରିଛି, ତାହା ସ୍ପଷ୍ଟ ହୋଇନାହିଁ।
ଖବର ଅନୁସାରେ, ଏନ୍ଟିପିସି ଦର୍ଲିପାଲିର ବରୋବଗାସ୍ଥିତ ପାଉଁଶ ପୋଖରୀରୁ ପାଉଁଶ ପରିବହନକୁ ଏକ ଗୋଷ୍ଠୀ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ) ନାମରେ ନିୟନ୍ତ୍ରଣ କରୁଥିଲେ।
ଏହାପରେ ଦର୍ଲିପାଲି, ବରୋବଗାର ଯୁବକଙ୍କୁ ନେଇ ରାଇଜ୍ ନାମକ ଅନ୍ୟ ଏକ ସଂଗଠନ ଗଢ଼ି ଉଠିଥିଲା।
ଗୁରୁବାର ବରୋବଗାଠାରେ ସଂଗଠନର ଏକ ବୈଠକ ବସି ପାଉଁଶ ପରିବହନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ବୈଠକ ପରେ ସୁନୀଲଙ୍କ ସହ କିଛି ଯୁବକ ସଭାସ୍ଥଳରେ ଉପସ୍ଥିତ ଥିଲେ।
ଏହି ସମୟରେ ସଂଘବଦ୍ଧ ହୋଇ କିଛି ଯୁବକ ସୁନୀଲଙ୍କ ମୁଣ୍ଡକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
