Murder: ସ୍ତ୍ରୀମାନଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଉତ୍ତ୍ୟକ୍ତ ହେଲେ ଦୁଇ ଭାଇ! ନିଜନିଜ ପତ୍ନୀଙ୍କୁ କଲେ ହତ୍ୟା

Nov 27, 2026 - 11:33
Murder: ସ୍ତ୍ରୀମାନଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଉତ୍ତ୍ୟକ୍ତ ହେଲେ ଦୁଇ ଭାଇ! ନିଜନିଜ ପତ୍ନୀଙ୍କୁ କଲେ ହତ୍ୟା

ଝାଡ଼ଖଣ୍ଡ: ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୁମଲାରେ।

ଦୁଇ ଯାଆଙ୍କ ମଧ୍ୟରେ ବାରମ୍ବାର ଝଗଡ଼ାକୁ କେନ୍ଦ୍ର କରି ଦୁଇ ଭାଇ ନିଜ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଅନ୍ୟ ଜିଲ୍ଲାର ଏକ ଜଙ୍ଗଲରେ ପୋତି ଦେଇଥିଲେ।

ଘଟଣାରେ ଦୁଇ ଭାଇଙ୍କ ସମେତ ସେମାନଙ୍କ ବାପା ଓ ମାଆଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ମୃତକ ଦୁଇଜଣ ହେଉଛନ୍ତି ୨୮ ବର୍ଷୀୟ ମିନି ପ୍ରିୟା ଓ ୨୦ ବର୍ଷୀୟ ରାଧିକା କୁମାରୀ।

ଅଭିଯୁକ୍ତ ଦୁଇ ଭାଇ ହେଲେ ଶିବଶଙ୍କର ସାହୁ ଓ ନବୀନ ସାହୁ।

Advertisment ପୁଲିସର ସୂଚନା ଅନୁସାରେ, ଦୁଇ ମହିଳାଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।

ଏହାକୁ ନେଇ ଦୁଇ ଭାଇ ଅସନ୍ତୁଷ୍ଟ ଥିଲେ।

ତେବେ ଆଶ୍ଚର୍ଯ୍ୟର କଥା, ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଉଭୟ ମହିଳାଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଯାଇଥିଲା।

ଅପରାଧ ସ୍ୱୀକାର ପୁଲିସ କହିବା ଅନୁଯାୟୀ, ସୋମବାର ଦୁଇ ଭାଇ ନିଜନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ।

ଏହାପରେ ଶିବଶଙ୍କର ଚଳାଉଥିବା ଆମ୍ବୁଲାନ୍ସରେ ମୃତଦେହ ଦୁଇଟିକୁ ପଡ଼ୋଶୀ ସିମଡେଗା ଜିଲ୍ଲାର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲେ।

ପ୍ରଥମେ ମଙ୍ଗଳବାର ପୁଲିସକୁ ଦୁଇ ଭାଇ କହିଥିଲେ ଯେ, ସେମାନଙ୍କ ପତ୍ନୀ କାହାକୁ କିଛି ନ ଜଣାଇ ଘର ଛାଡ଼ି ଚାଲିଯାଇଛନ୍ତି।

କିନ୍ତୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ସେମାନେ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି।

ସାମାନ୍ୟ ପାରିବାରିକ ବିବାଦରୁ ହତ୍ୟା ପୁଲିସ ଜଙ୍ଗଲରୁ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ହତ୍ୟାରେ ବ୍ୟବହୃତ କୁରାଢ଼ି ଓ ମୃତଦେହ ନେବାରେ ବ୍ୟବହୃତ ଆମ୍ବୁଲାନ୍ସକୁ ମଧ୍ୟ ଜବତ କରାଯାଇଛି।

ଏହି ଘଟଣାରେ ଅଭିଯୁକ୍ତ ଦୁଇ ଭାଇଙ୍କ ବାପା ସମେଶ୍ୱର ସାହୁ ଓ ମାଆ ତିଲେଶ୍ୱରୀ ଦେବୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସାମାନ୍ୟ ପାରିବାରିକ ବିବାଦରୁ ଦୁଇଟି ଜୀବନ ଚାଲିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Success farming: ଲଦାଖର ଚାଷୀ ଉତ୍ସାହିତ: ୩୦ ଦିନରେ ଫଳପ୍ରଦ ହେଲା ପରୀକ୍ଷାମୂଳକ କେଶର ଚାଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)