Murder: ବ୍ୟବସାୟୀଙ୍କୁ ହାଣିଲେ, ଦୁର୍ଘଟଣାରେ ନିଜେ ହତ୍ୟାକାରୀ ମରିଲେ

Jun 30, 2026 - 11:23
Murder: ବ୍ୟବସାୟୀଙ୍କୁ ହାଣିଲେ, ଦୁର୍ଘଟଣାରେ ନିଜେ ହତ୍ୟାକାରୀ ମରିଲେ

"ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ।

ମାରିଲେ ଓ ନିଜେ ବି ମରିଲେ ।

ଝାରଖଣ୍ଡ ବ୍ୟବସାୟୀଙ୍କୁ ତଲସରା ଥାନା ଅଂଚଳ ସବଡେଗା ନିକଟରେ ୩ ଦୁର୍ବୃତ୍ତ ଅଟକାଇ ଗାଡ଼ି ସହିତ ତାଙ୍କୁ ମଧ୍ୟ ନେଇ ଫେରାର ମାରୁଥିଲେ ହେଲେ ୮୦ କିଲୋମିଟର ଦୂର ଯାଇ ହେମଗିରି ଥାନା ଡୁଡୁକା ନିକଟରେ ଝାରଖଣ୍ଡର ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରି ତାଙ୍କ ଗାଡ଼ି ଓ ଟଙ୍କା ନେଇ ଫେରାର ମାରୁଥିବା ବେଳେ ଭଷ୍ମା ଥାନା ଅଂଚଳରେ ଦ୍ରୁତଗତିରେ ଥିବା କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା ଓ ହତ୍ୟାକାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଗୁରୁତର ଅଛନ୍ତି।Advertisment ଜଣଙ୍କର ମୃତ୍ଯୁ ଓ ୨ ଜଣ ଗୁରୁତର ସୂଚନାଯୋଗ୍ୟ, ଗତକାଲି ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଏକ୍ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ କାର ଭାଙ୍ଗି ଚୂରମାର ହୋଇଥିବାବେଳେ ଘଟଣାସ୍ଥଳରେ ଜଣକର ମୃତ୍ଯୁ ଓ ୨ ଜଣ ଗୁରୁତର ହୋଇଥିଲେ।

ଉକ୍ତ ମୃତକଜଣକ ହତ୍ୟାକାରୀ ବୋଲି ଆଜି ଜଣାପଡ଼ିଛି।

Heritage and Tribal Culture: ଗଜପତିର ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଅବହେଳିତ "