Consumers Protest: ବିଦ୍ୟୁତ ବିଭାଗ ଉପରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ଗଣ ଆନ୍ଦୋଳନ: ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

Jun 30, 2026 - 13:22
Consumers Protest: ବିଦ୍ୟୁତ ବିଭାଗ ଉପରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ଗଣ ଆନ୍ଦୋଳନ: ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

"ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ପ୍ରମୁଖ ସ୍ଥାନ ଦଶପଲ୍ଲାରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଟାକରା ଠାରେ ୨୦୧୮ ମସିହାରୁ ୫୦ କୋଟି ଟଙ୍କାରେ ନିର୍ମିତ ୨୨୦/୩୩ କିଲୋ ଭୋଲ୍ଟ ପାୱାର ଗ୍ରୀଡ଼ ଷ୍ଟେସନକୁ କାର୍ଯ୍ୟକ୍ଷମ ନକରିବା, ଲୋ - ଭୋଲ୍ଟେଜ ଆଲୁଅ, ଟିପିସିଓଡିଏଲ ଯୁବକମାନଙ୍କ ନାମରେ କରିଥିବା ମକଦ୍ଦମା ପ୍ରତ୍ୟାହାର ପ୍ରଭୃତି ଦାବି ନେଇ ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦେଇଛି ବିଦ୍ୟୁତ ଉପଭୋକ୍ତା ସଙ୍ଘ।

ଏଭଳି ସମସ୍ୟା ନେଇ ସଂଘ ଗତ ୧ ମାସ ହେବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

ଏଥିସହିତ ଗ୍ରାହକମାନଙ୍କ ପକ୍ଷରୁ ୧ ହଜାର ପୋଷ୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି।Advertisment ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି ପ୍ରଶାସନ ଓ ଘରୋଇ ଟାଟା କମ୍ପାନୀର କୌଣସି ଅଧିକାରୀ ଗୁରୁତ୍ୱ ଦେଉ ନଥିବା ହେତୁ ଉପଭୋକ୍ତା ସଂଘ ଆଜି ବାଧ୍ୟ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଛି।

ଯାହାକୁ ନେଇ ଉପଭୋକ୍ତାମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ଓକିଲ ସଂଘ, ସାମ୍ବାଦିକ ସଂଘ, ଘରୋଇ ମୋଟର କର୍ମଚାରୀ ସଂଘ, ବସ ମଲିକ ସଂଘ, ମହାବୀର ବଣିକ ମହାସଂଘର ସହଯୋଗୀ ୧୨ ଗୋଟି ବଜାର, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ୨୫ଗୋଟି ଯୁବକ ସଂଘ, ଓଡ଼ିଶା ଡ୍ରାଇଭର ମହାସଂଘ, ଅଟୋ ରିକ୍ସା ସଂଘ, ସରପଞ୍ଚ ମହାସଂଘ, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ, ବ୍ଳକ ଅଧକ୍ଷା, ଏନଏସି ଅଧକ୍ଷା, କାଉନସିଲର ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି।

ଆଜିର ଏହି "ଦଶପଲ୍ଲା ବନ୍ଦ " ଦ୍ୱାରା ଖୋର୍ଦ୍ଧା - ବଲାଙ୍ଗୀର ନଂ ୫୭ ଜାତୀୟ ରାଜପଥ ସମେତ ଦଶପଲ୍ଲା - ଗଣିଆ ରାଜ୍ୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡ଼ିଛି।

ଦଶପଲ୍ଲାର ବିଭିନ୍ନ ଛକରେ ରାଜପଥକୁ ନାକାବନ୍ଦୀ କରି ରଖା ଯାଇଛି।

Heritage and Tribal Culture: ଗଜପତିର ଐତିହ୍ୟ ଓ ଆଦିବାସୀ ସଂସ୍କୃତି ଅବହେଳିତ ଫଳରେ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ ହେବାସହ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି।

ଏଥିସହିତ ଦଶପଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି।

ପ୍ରଶାସନ ନ୍ୟାର୍ଯ୍ୟ ଦାବି ପୁରଣ ନେଇ ଯଦି ଟାଳଟୁଳ ନୀତି ଆପଣାନ୍ତି ତେବେ ଆଗାମୀ ମାସରୁ ପ୍ରତି ଉପଭୋକ୍ତା ବିଦ୍ୟୁତ ବିଲ ନଦେବା ଭଳି କଠୋର ନିଷ୍ପତ୍ତି ନିଆଯିବ ବୋଲି  ଉପଭୋକ୍ତା ସଂଘ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ହାଡ଼ିବନ୍ଧୁ ମହାଖୁଡ଼ କହିଛନ୍ତି।

"