Theft Case: କେବୁଲ ଚୋରଙ୍କୁ କାବୁ କଲେ ଲୋକେ: ନାବାଳକଙ୍କ ସମେତ ଥାନାରେ ୨ ଅଟକ

Jun 30, 2026 - 14:19
Theft Case: କେବୁଲ ଚୋରଙ୍କୁ କାବୁ କଲେ ଲୋକେ: ନାବାଳକଙ୍କ ସମେତ ଥାନାରେ ୨ ଅଟକ

"ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଆଜି ସକାଳେ ସ୍ଥାନୀୟ ଲୋକେ କେବୁଲ ଚୋରଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

ଭୋରୁ ଅନ୍ଧାରରେ ୨ ଜଣ ଦୁର୍ବୃତ୍ତ ମୋବାଇଲ ଟାୱାର କେବୁଲ କାଟି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ସମୟରେ ସନ୍ଦେହରେ ସେମାନଙ୍କୁ କାବୁକରିଥିଲେ ଲୋକେ।

ପଚରାଉଚରା ପରେ ସେମାନଙ୍କ ନିକଟରୁ କଟା କେବୁଲ ତାର, ଚୋରିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଏବଂ ଗୋଟିଏ ବାଇକ ଜବତ ହୋଇଛି।

ବାରିଲୋ ଅଞ୍ଚଳର ପ୍ରତାପ ପାତ୍ର ଓରଫ ପ୍ରତାପଙ୍କ ସହ ଜଣେ ନାବାଳକ ଚୋରିରେ ସମ୍ପୃକ୍ତ ଥିବା ଜଣା ପଡିଛି।

ତେବେ ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଖସି ଯାଇଥିବା ଜଣା ପଡିଛି।

ପୁଲିସ ସେମାନଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି।Advertisment ବହୁ ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତି ସୂଚନା ଅନୁସାରେ, ମଙ୍ଗଳବାର ଭୋର ସମୟରେ ଚଣାହଟ୍ଟା ହାଇସ୍କୁଲ ନିକଟରେ ଥିବା ମୋବାଇଲ ଟାୱାରରୁ ୨ ଜଣ ଯୁବକ ୩ ଟି ସ୍ପାନ କେବୁଲ କାଟି ପ୍ୟାକେଟରେ ଭର୍ତ୍ତି କରିଥିଲେ।

ଫେରାର ହେବା ପୂର୍ବରୁ ସେମାନଙ୍କ ବାଇକ ଚାବି ସେଠାରେ ହଜି ଯାଇଥିଲା।

ତେଣୁ ଖସିଯିବାରେ ବିଳମ୍ୱ ହୋଇଥିଲା ।

ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ୨ ଅଚିହ୍ନା ଯୁବକଙ୍କ ଗତିବିଧିକୁ ସନ୍ଦେହ କରି ସେମାନଙ୍କ ନିକଟକୁ ଯାଇ ପଚରାଉଚରା କରିଥିଲେ ।

ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ଅଧିକ ଖୋଳତାଡ଼ ପରେ ସେମାନଙ୍କ ବ୍ୟାଗରୁ ବ୍ୟାପକ ପରିମାଣରେ ଟାୱାର କେବୁଲ ବୋଝେଇ ହୋଇଥିବା ଜଣା ପଡିଥିଲା | ୧୧୨କୁ ଫୋନ କରି ପୁଲିସକୁ ଖବର ଦେଇଥିଲେ।

ବାଲିପାଟଣା ଥାନା ପିସିଆର ପହଞ୍ଚି ସେମାନଙ୍କୁ ହେପାଜତକୁ ନେଇଛି ।

ଦୁର୍ବୃତ୍ତମାନେ ବାଲିପାଟଣା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ବାରିଲୋ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ବସବାସ କରୁଛନ୍ତି।

ବ୍ରାଉନସୁଗାର ଏବଂ ନିଶା କାରବାର ସହ ବହୁ ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

Consumers Protest: ବିଦ୍ୟୁତ ବିଭାଗ ଉପରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ଗଣ ଆନ୍ଦୋଳନ: ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ "