Murder: ପ୍ରେମ ବିବାହକୁ ନେଇ ଝିଅକୁ ଥାନାରେ ଛୁରି ଭୁସି ହତ୍ୟା କଲେ ବାପା

Jun 14, 2026 - 22:48
Murder: ପ୍ରେମ ବିବାହକୁ ନେଇ ଝିଅକୁ ଥାନାରେ ଛୁରି ଭୁସି ହତ୍ୟା କଲେ ବାପା

"ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳାଙ୍କୁ ତାଙ୍କ ବାପା ପୁଲିସ ଷ୍ଟେସନ ଭିତରେ ଆକ୍ରମଣକରିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଊଣେଇଶ ବର୍ଷୀୟା ଶିବାନୀ ମେ ୧୮ ତାରିଖରେ ତାଙ୍କ ପଡ଼ୋଶୀ ଲଲିତ ବର୍ମାଙ୍କ ସହ ଘରୁ ପଳାଇଥିଲେ।

ଏହି ଦମ୍ପତି ଏକ ମନ୍ଦିରରେ ବିବାହ କରି ବିବାହ ପଞ୍ଜୀକରଣ କରିଥିଲେ।Advertisment ଲଲିତଙ୍କ ପିତାମାତା ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ, ଯାହା ପରେ ଦମ୍ପତିଙ୍କୁ ଖୋଜିବା ଆରମ୍ଭ କରାଯାଇଥିଲା।

ଗତ ଶୁକ୍ରବାର ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୁଲିସ ସେମାନଙ୍କୁ ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ପାଇ ପଚରାଉଚରା ପାଇଁ ବାନ୍ଦା ଫେରାଇ ଆଣିଥିଲା।

ଏହି ଦମ୍ପତି ପୁଲିସକୁ କହିଛନ୍ତି ଯେ, ସେମାନେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଏବଂ ପୁଲିସ ଆଗରେ ବିବାହ ଦସ୍ତାବିଜ ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: IvaGrover: ୧୮ ଦିନର ପ୍ରେମ ସମ୍ପର୍କ ପରେ ବିବାହ ଆଉ ଏହା ସାଜିଥିଲା ଯନ୍ତ୍ରଣାର କାରଣ: ଇଭା ଗ୍ରୋଭର ପୁଲିସ ଶିବାନୀଙ୍କୁ ଡାକ୍ତରୀ ପରୀକ୍ଷା କରି ତାଙ୍କ ବୟାନ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦମ୍ପତିଙ୍କ ପରିବାର ଥାନାରେ ପହଞ୍ଚିଥିଲେ।

ଏକ କାଉନସେଲିଂ ଅଧିବେଶନ ସମୟରେ, ମହିଳାଙ୍କ ପିତାମାତା ତାଙ୍କ ସହ ଘରକୁ ଫେରିବା ପାଇଁ ଚାପ ପକାଇଥିଲେ, କିନ୍ତୁ ସେ ବର୍ମାଙ୍କ ସହ ରହିବାକୁ ଜିଦ୍ ଧରିଥିଲେ।

ଏଥିରେ ଶିବାନୀଙ୍କ ବାପାମାଆ ରାଗିଯାଇଥିଲେ।

ଶିବାନୀଙ୍କ ମା ରାନୋ ତାଙ୍କୁ ପଛରୁ ଧରିଥିବା ବେଳେ ତାଙ୍କ ବାପା ଛୁରୀ ବାହାର କରି ଝିଅ ଉପରେ ଆକ୍ରମଣ କରିଥିଲେ।

ତାଙ୍କ ପେଟ, ହାତ ଓ ପାପୁଲିରେ ଆଘାତ ଲାଗିଥିଲା।

ଶିବାନୀଙ୍କୁ ତାଙ୍କ ଚିକିତ୍ସା ପାଇଁ ପଠାଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାନ୍ଦା ପୁଲିସ ଅଧୀକ୍ଷକ ପଲାଶ ବଂଶଲ କହିଛନ୍ତି ଯେ ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଶିବାନୀଙ୍କ ପିତାଙ୍କୁ ଗିରଫ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।