Murder: ପ୍ରେମିକାଙ୍କୁ ହତ୍ୟା କରି ସାରା ରାତି ମୃତଦେହ ପାଖରେ ବସି ରହିଲେ ସଫ୍ଟୱେର୍ ଇଞ୍ଜିନିୟର
ପୁଣେ: c ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ରାତିସାରା ମୃତଦେହ ପାଖରେ ବସି ରହିଥିଲା ଏବଂ ପରେ ପୁଲିସକୁ ଏବାବଦରେ ସୂଚନା ଦେଇଥିଲା।
Advertisment ଡେପୁଟି କମିସନର ଅଫ୍ ପୁଲିସ (ଜୋନ୍-୨) ପ୍ରଦୀପ ଯାଦବ କହିଛନ୍ତି, ମୃତକା କୋମଲ ରାଜେନ୍ଦ୍ର ଡାହାକେ 'ୱିପ୍ରୋ'ରେ କାମ କରୁଥିଲେ ଏବଂ ଅଭିଯୁକ୍ତ ଶୁଭମ୍ ଜ୍ଞାନେଶ୍ୱର କାଲବାଣ୍ଡେ 'ଇନଫୋସିସ୍'ରେ ଇଂଜିନିୟର ଅଛନ୍ତି।
ଉଭୟ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ବିବାହ କରିବାକୁ ଯୋଜନା ମଧ୍ୟ କରିଥିଲେ।
ସନ୍ଦେହରୁ ହତ୍ୟା!
ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, କାଲବାଣ୍ଡେଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରି କୋମଲ ତାଙ୍କ ସହ ପ୍ରାୟତଃ ଝଗଡ଼ା କରୁଥିଲେ।
ମହାରାଷ୍ଟ୍ରର ବାସିନ୍ଦା ଏହି ଯୁଗଳ ନିଜ ପରିବାରକୁ ନିଜ ସମ୍ପର୍କ ବିଷୟରେ ଜଣାଇଥିଲେ ଏବଂ ଉଭୟ ପରିବାର ସେମାନଙ୍କ ବିବାହ ପାଇଁ ରାଜି ହୋଇଯାଇଥିଲେ।
ରାତିସାରା ମୃତଦେହ ପାଖରେ ବସିଲେ...
ସୋମବାର ଭୋର ସମୟରେ ଡାହାକେ ରହୁଥିବା ଆବାସରେ ଏହି ଘଟଣା ଘଟିଥିଲା।
ଏକ ଯୁକ୍ତିତର୍କ ସମୟରେ କାଲବାଣ୍ଡେ ତାଙ୍କୁ ଆକ୍ରମଣ କରିଥିଲେ।
ସେ ଡାହାକେଙ୍କ ମୁଣ୍ଡ ଓ ବେକରେ ହାତ ଓ ଗୋଡ଼ରେ ବାରମ୍ବାର ଆଘାତ କରିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେ ରାତିସାରା ମୃତଦେହ ପାଖରେ ବସି ରହିବା ପରେ ସୋମବାର ସକାଳେ ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାହାକେଙ୍କୁ ଡାକ୍ତରଖାନା ନେଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଯୁକ୍ତ ଗିରଫ ପୁଲିସର ସନ୍ଦେହ ଅନୁଯାୟୀ ଝଗଡ଼ା ସମୟରେ କାଲବାଣ୍ଡେ ନିଜ ହାତରେ ଡାହାକେଙ୍କୁ ଆକ୍ରମଣ କରିଥିଲେ।
ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣା ସହ ଜଡ଼ିତ ପରିସ୍ଥିତି ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।
ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
