Mumbai: ମୁମ୍ବାଇରେ ମୌସୁମୀ ବିତ୍ପାତ: ରାତିସାରା ପ୍ରବଳ ବର୍ଷା

Jun 24, 2026 - 12:42
Mumbai: ମୁମ୍ବାଇରେ ମୌସୁମୀ ବିତ୍ପାତ: ରାତିସାରା ପ୍ରବଳ ବର୍ଷା

"ମୁମ୍ବାଇ: ମୁମ୍ବାଇରେ ଗତରାତିରେ ପ୍ରବଳ ବର୍ଷା ଯୋଗୁ ବୁଧବାର ସକାଳେ ବିଭିନ୍ନ ରାସ୍ତା, ଗଳିକନ୍ଦି ଜଳମଗ୍ନ ହୋଇ ଯାତାୟାତ ପ୍ରଭାବିତ ହୋଇଥିଲା।

ଅନେକ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା।

ମୁମ୍ବାଇ ମହାନଗର ନିଗମ ଅଞ୍ଚଳର କିଛି ସ୍ଥାନରେ ରାତି ସାରା ପ୍ରବଳ ବର୍ଷା ଜାରି ରହିଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ସକାଳ ୪ଟାରେ ମୁମ୍ବାଇ ଓ ପାଲଘର ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା।

ସକାଳ ୭ ଟା ସୁଦ୍ଧା ଏହି ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ, ଅତି ପ୍ରବଳ ବର୍ଷା ଓ ୪୦-୬୦ କିଲୋମିଟର ବେଗରେ ପବନ ବହିବାର ଚେତାବନୀ ଦିଆଯାଇଥିଲା।

ସକାଳେ ୭ଟା ପରେ ମୁମ୍ବାଇ, ଥାଣେ, ରାୟଗଡ଼, ପାଲଘର ଓ ସିନ୍ଧୁଦୁର୍ଗ ପାଇଁ ମଧ୍ୟମରୁ ଅତି ତୀବ୍ର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।

ବୁଧବାର ସକାଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଥିଲା।

ଅନେକ ଗାଡ଼ି ଆଗକୁ ଯାଇ ନପାରି ମଝି ରାସ୍ତାରେ ଅଟକି ରହିଥିଲା।

ମୁମ୍ବାଇର ମାଟୁଙ୍ଗା ଅଞ୍ଚଳର କିଙ୍ଗସ୍ ସର୍କଲର ପାଣି ଜମି ରହିଥିବା ରାସ୍ତାରେ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ଯାଉଥିବାର ଦେଖାଯାଉଛି।

ବୁଧବାର ସକାଳେ ଦାଦରର ହିନ୍ଦୁ କଲୋନିର ଆବାସିକ ଅଞ୍ଚଳରେ ପାଣି ଜମି ରହିଥିବା ଦେଖାଯାଇଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ମୁମ୍ବାଇରେ ପହଞ୍ଚି ଥିଲା।

ସ୍ବାଭାବିକ ଭାବେ ଜୁନ୍‌ ୧୦ କିମ୍ବା ୧୧ ତାରିଖରେ ମୌସୁମୀ ପହଞ୍ଚୁ ଥିବାବେଳେ ଏଥର ୧୩ ଦିନ ବିଳମ୍ବରେ ମୌସୁମୀ ମୁମ୍ବାଇରେ ପହଞ୍ଚି ଥିଲା।

ଫଳରେ ଲୋକମାନଙ୍କୁ ଗରମରୁ ଆଶ୍ବସ୍ତି ମିଳିଥିଲା।Advertisment ୧୩ ଦିନ ବିଳମ୍ବରେ ମୌସୁମୀ ମୁମ୍ବାଇରେ ପହଞ୍ଚିଲା ଆଇଏମ୍‌ଡି ଏହାର ପ୍ରେସ୍‌ ରିଲିଜରେ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ମୁମ୍ବାଇ ସମେତ ମହାରାଷ୍ଟ୍ରର ଆହୁରି କିଛି ଅଂଶ, ତେଲଙ୍ଗାନା ଓ ଓଡ଼ିଶାର ଅବଶିଷ୍ଟ ଅଂଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ଆହୁରି କିଛି ଅଂଶରେ ଆଗକୁ ବଢ଼ିଛି।

ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ରାତିରେ ମୁମ୍ବାଇର ଭିକ୍ରୋଲି ପଶ୍ଚିମରେ ଏକ ଆବାସିକ କୋଠା ପାଖରେ ଥିବା ଏକ ରିଟେନମେଣ୍ଟ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି।

ବୁଧବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଦାଦର ଷ୍ଟେସନରେ ପ୍ରବଳ ଜଳ ଜମି ରହିଥିଲା, ଯେଉଁଠାରେ କେନ୍ଦ୍ରୀୟ ଓ ପଶ୍ଚିମ ସବ୍ଅର୍ବାନ୍‌ ରେଳ ଲାଇନଗୁଡ଼ିକ ରହିଛି।

ମୁମ୍ବାଇ ମହାନଗର ନିଗମ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ଟା ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ସହରରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଅନେକ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ଜାମ୍ ଦେଖାଦେଇଛି।

ରାତିସାରା ବର୍ଷା ଯୋଗୁଁ ବୁଧବାର ଅନ୍ଧେରୀ ସବୱେ ବନ୍ଦ ରହିଥିଲା।

ମଙ୍ଗଳବାର ରାତିରେ ଅନ୍ଧେରିର ରାସ୍ତାରେ ଆଣ୍ଠୁଏ ପାଣିରେ ଲୋକମାନେ ଚାଲିଯାଉଥିବାର ଦେଖାଯାଉଥିଲା।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଏଭରାର୍ଡ ନଗରରେ ପାଣି ଘେରରେ ଥିବା ଏକ ସବୱେକୁ ମଧ୍ୟ ସର୍ବସାଧାରଣଙ୍କ ପାଇଁ ବନ୍ଦ କରିଦିଆଯାଇଛି।

ମଙ୍ଗଳବାର ସକାଳ ୮ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ କୋଲାବାରେ ୩୫.୬ ମିମି, ସାନ୍ତାକ୍ରୁଜରେ ୮.୯ ମିମି, ବାୟକୁଲାରେ ୪୨.୫ ମିମି , ସିଅନ୍‌ରେ ୨୧.୫ ମିମି, ମହାଲକ୍ଷ୍ମୀରେ ୧୮ ମିମି, ବାନ୍ଦ୍ରାରେ ୧୭ ମିମି, ରାମ ମନ୍ଦିରରେ ୧୩ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। https://sambad.in/india-and-beyond/e20-petrol-safe-no-impact-on-insurance-claims-centre-12067655 "