Mukhyamantri Bus Service ନିର୍ଦ୍ଦେଶ ପରେ ମଧ୍ୟ ମିଳୁନି ମୁଖ୍ୟମନ୍ତ୍ରୀ ବସ୍ ସେବା

Jul 29, 2026 - 21:44
Mukhyamantri Bus Service ନିର୍ଦ୍ଦେଶ ପରେ ମଧ୍ୟ ମିଳୁନି ମୁଖ୍ୟମନ୍ତ୍ରୀ ବସ୍ ସେବା

"ରାଇରଙ୍ଗପୁର/ବିଜାତଳା: ସାଧାରଣ ଲୋକଙ୍କ ସୁବିଧା ପାଇଁ ଗତ ସରକାର ଲକ୍ଷ୍ମୀ ବସ୍‌ସେବା ଓ ଗ୍ରାମାଞ୍ଚଳ ବସ୍‌ଷ୍ଟାଣ୍ଡ ଯୋଜନାର ଆରମ୍ଭ କରିଥିଲେ।

ନୂଆ ବିଜେପି ସରକାର ଅମଳରେ ଏହି ଯୋଜନା ବିକଶିତ ହେବା ଆଶା କରାଯାଉଥିଲା।

ଯୋଜନାର ନାମ ବଦଳି "ମୁଖ୍ୟମନ୍ତ୍ରୀ ବସ୍‌ ସେବା" ହେଲା, କିନ୍ତୁ ମୟୂରଭଞ୍ଜର ଅନେକ ଗ୍ରାମାଞ୍ଚଳ ଏହି ସେବାରୁ ଅଦ୍ୟାବଧି ବଞ୍ଚିତ ହୋଇଛନ୍ତି।

ଏପରିକି ରୁଟ୍‌ଚାର୍ଟ ପ୍ରସ୍ତୁତ କରି ବସ୍‌ଚଳାଚଳ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ।

Advertisment Laxmi Bus: ବେହେରାଡିହି ପଞ୍ଚାୟତରେ ଗଡ଼ୁନି ଲକ୍ଷ୍ମୀ ବସ, ପ୍ରଶାସନକୁ ଲିଖିତ ଅଭିଯୋଗ ଜଣାଇଲେ ଗ୍ରାମବାସୀ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ୍ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଉପାନ୍ତ ଅଞ୍ଚଳ।

ବିଜାତଳା ବ୍ଳକ୍ ବଣକାଟି ପଞ୍ଚାୟତ ବାସୀଙ୍କ ଗମନା ଗମନର ସୁବିଧା ପାଇଁ ବିଭିନ୍ନ ଗ୍ରାମ ଦେଇ ରାଇରଙ୍ଗପୁରକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଥିଲା ।

ପଞ୍ଚାୟତବାସୀ ପଞ୍ଚାୟତ ଅଧୀନରେ ଥିବା ଖଣ୍ଡାଡ଼େରା, କରକଚିଆ,ଉଦାଳିକୁଦର,ବାଲିଆଢ଼ିଆ, ବଣକାଟି, ଗୋଳମୁଣ୍ଡା, ବରାଜିଆଣି,ଯାଉଁତ୍ତି, ରଖାସାହି,ଖଣ୍ଡଦେଉଳି ଓ ଛଣପାଳ ଦେଇ ବସ୍ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Laxmi bus overturned: ଲକ୍ଷ୍ମୀ ବସ୍ ଭାରସାମ୍ୟ ହରାଇ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ  ଜିଲ୍ଲାପାଳ ଦାବିର ଯଥାର୍ଥତାକୁ ହୃଦୟଙ୍ଗମ କରି ବ୍ଲକ୍‌ କର୍ତ୍ତୃପକ୍ଷ ଓ ଓଏସ୍ଆରଟିସି ବସ୍ କର୍ତ୍ତୃପକ୍ଷଙ୍କୁ ରୁଟ୍ ଚାର୍ଟ ପ୍ରସ୍ତୁତ କରି ବସ୍ ଚଳାଚଳ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ନିର୍ଦ୍ଦେଶ ଦେବାର ଦୁଇମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବସ୍ ଗଡୁନି।

ସୂଚନା ଯୋଗ୍ୟ; ବଣକାଟି ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ବସ୍‌ଟି ରାଇରଙ୍ଗପୁର-ଭାଲୁବସା-ମୟୂରଦର ହୋଇ ବଣକାଟିକୁ ଆସୁଛି।

ଯାହାଦ୍ୱାରା କୁସୁମୀ ବ୍ଲକ୍‌ର ଲୋକ ହିଁ ଉପକୃତ ହେଉଛନ୍ତି।

ଉକ୍ତ ବସ୍ ବିଜାତଳା ବ୍ଳକ୍ ବାସିନ୍ଦାଙ୍କ ପାଇଁ ଥିଲେ ମଧ୍ୟ ସେମାନେ ବସ୍ ସେବାରୁ ବଞ୍ଚିତ ହେଉଛନ୍ତି ।

ତେବେ ଇତି ମଧ୍ୟରେ ଚାରିଥର ଜିଲ୍ଲାପାଳଙ୍କୁ ଓ ଥରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ ଗ୍ରାମବାସୀ ।

ଦାବି ପତ୍ର ପ୍ରଦାନ ସମୟରେ ସେହି ପଞ୍ଚାୟତର ଝାଡେଶ୍ୱର୍ ବେହେରା, ବିକାଶ ଚନ୍ଦ୍ର ମହାନ୍ତ,ଶାଙ୍ଖ ବାସ୍କେ, ଶୈଳେନ୍ଦ୍ର ବେହେରା, ବିଶୁନାଥ ବାବୁ, ଯଦୁନାଥ ମୁର୍ମୁ,ଭିକି ବାରିକ୍ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।